ଫେଲ୍‌ ମାରିଳା ବନ ବିଭାଗର ଫନ୍ଦି: ଚକମା ଦେଇ ଚମ୍ପଟ ମାରିଲା ସୁନ୍ଦରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଫେଲ୍‌ ମାରିଳା ବନ ବିଭାଗର ଫନ୍ଦି: ଚକମା ଦେଇ ଚମ୍ପଟ ମାରିଲା ସୁନ୍ଦରୀ

ଅନୁଗୋଳ (ଓଡ଼ିଶା ରିପୋର୍ଟର): ତିନି ତିନି ଥର ବାଘୁଣୀ ‘ସୁନ୍ଦରୀ’ ଧରା ଅଭିଯାନ ଫେଲ୍‌ ମାରିଛି। ଟ୍ରାଙ୍କୁଲାଇଜିଙ୍ଗ ଟିମ୍‌କୁ ଚକ୍‌ମା ଦେଇ ସୁନ୍ଦରୀ ଛୁ ମାରିଛି। ଗତକାଲିଠୁ ଆରମ୍ଭ ହୋଇଥିବା ଅଭିଯାନ ଏଯାଏ ସଫଳ ହୋଇନି। ଯାହାଫଳରେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ଗତକାଲି ରାତିରେ ବିଶେଷଜ୍ଞ ଟିମ୍ କୁମୁରୀ ଗାଁ ନିକଟ ବାଘମୁଣ୍ଡା ପାହାଡ଼ରେ ମଞ୍ଚା ବାନ୍ଧି ଜଗିଥିଲେ। ବାଘୁଣୀକୁ ଟ୍ରାପ୍ କରିବାକୁ ତଳେ ଏକ ଛେଳି ବାନ୍ଧି ରଖିଥିଲେ। ଏପରିକି ବାଘୁଣୀକୁ ଆକର୍ଷିତ କରିବା ପାଇଁ ପୁରୁଷ ବାଘର ପରିସ୍ରା ବି ଛିଞ୍ଚିଥିଲେ। ପରିସ୍ରାର ଗନ୍ଧ ବାରି ଅନ୍ଧାର ରାତିରେ ‘ସୁନ୍ଦରୀ’ ଏଠିକୁ ଆସିଥିଲା। ହେଲେ ଟ୍ରାଙ୍କୁଲାଇଜ୍ କଲା ବେଳକୁ ଡିଆଁ ମାରି ପଳାଇ ଯାଇଥିଲା। ଆଉ ଆଜି ଜିପିଏସ୍‌ ଟ୍ରାକିଂରେ ସିଗନାଲ ଆସୁନାହିଁ। ତେଣୁ ବାଘୁଣୀ ସାତକୋଶିଆ କୋର୍ ଏରିଆକୁ ଚାଲିଯାଇଥିବା ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ନାଥ କହିଛନ୍ତି।

ତେବେ ଏବେ ପ୍ରଶ୍ନ ଉଠୁଛି, କାହିଁକି ‘ସୁନ୍ଦରୀ’କୁ କାବୁ କରିବାରେ ଅସଫଳ ହେଉଛି ଟ୍ରାଙ୍କୁଲାଇଜ୍ କରିବାକୁ ନିୟୋଜିତ ଟିମ୍? ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପାହାଡ଼ିଆ ସାଙ୍ଗକୁ ବୁଦବୁଦିକା ଜଙ୍ଗଲରେ ଭର୍ତ୍ତି। ଆଉ ବାନ୍ଧବଗଡ଼ କାହ୍ନା ଜଙ୍ଗଲ ସମତଳ ହୋଇଥିବାରୁ ସେଠାରେ ହାତୀ ଉପରେ ବସି ଯେଉଁଭଳି ଟ୍ରାଙ୍କୁଲାଇଜ୍ କରାଯାଇଥିଲା, ଏଠି ତାହା ସମ୍ଭବ ହେଉନି। ଏଥିସହ ସାତକୋଶିଆକୁ ଲାଗିଛି ଟିକରପଡ଼ା କେତେବେଳେ ବାଘୁଣୀ କେଉଁଠି ବିଚରଣ କରୁଛି ତାହା ସ୍ପଷ୍ଟ ଭାବେ ଜଣାପଡୁନି।

ସେପଟେ ବାଘୁଣୀ ଭୟରେ ଗଲା କେଇ ଦିନ ଧରି ରାତି ଉଜାଗର ରହୁଥିବା କୁମୁରି ଗାଁ ଲୋକେ କିନ୍ତୁ ଗତକାଲି ରାତିରେ ଶୋଇଥିଲେ ଅଚିନ୍ତା ନିଦରେ। କାରଣ ଗାଁ ଚାରିପାଖେ ଥିଲେ ବନ କର୍ମଚାରୀ। ଆଉ ପଇଁତରା ମାରୁଥିଲେ ମାଳ ମାଳ ପୁଲିସ। ତେବେ ବାଘୁଣୀ ଧରାପଡି ନଥିବା ଶୁଣି ପୁଣି ସେମାନଙ୍କ ଛାତିରେ ଛନକା ପଶିଯାଇଛି।



from Odisha Reporter https://ift.tt/2q6Rt1I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages