ଦୁର୍ନୀତି ଅଭିଯୋଗରେ ପାକ୍‌ ବିରୋଧୀ ଦଳ ନେତା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଦୁର୍ନୀତି ଅଭିଯୋଗରେ ପାକ୍‌ ବିରୋଧୀ ଦଳ ନେତା ଗିରଫ

ଲାହୋର୍‌ (ଓଡ଼ିଶା ରିପୋର୍ଟର): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ଙ୍କ ଭାଇ ତଥା ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ଶରିଫ୍‌ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି।

ଦେଶର ଭ୍ରଷ୍ଟାଚାର ନିରୋଧୀ ସଂସ୍ଥା ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ନ୍ୟାସନାଲ୍‌ ଆକାଉଣ୍ଟେବିଲିଟି ବ୍ୟୁରୋର ତଦନ୍ତକାରୀ ଟିମ୍‌ ତାଙ୍କୁ ଜେରା କରିଥିଲେ। ଶାହବାଜ୍‌ କିନ୍ତୁ ତଦନ୍ତକାରୀ ଟିମ୍‌କୁ

ସଫେଇ ଦେବାରେ ବିଫଳ ହୋଇଥିଲେ। ତାଙ୍କ ନାମରେ ଆଶିଆନା ହାଉସିଂ ପ୍ରକଳ୍ପରେ ୧୪୦୦ କୋଟି ଟଙ୍କାର ଏବଂ ପଞ୍ଜାବ ସାଫ୍‌ ପାନୀ କମ୍ପାନୀରେ ୪ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି।

ପଞ୍ଜାବ ସାଫ୍‌ ପାନୀ କମ୍ପାନୀ ପାକିସ୍ତାନର ପଞ୍ଜାବ ରାଜ୍ୟରେ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା।



from Odisha Reporter https://ift.tt/2O5Xie9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages