
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନରୁ ନାବାଳିକା ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ତାଙ୍କ ନାତୁଣୀକୁ ଅପହରଣ କରିଥିବା ଆଈ ଅଭିଯୋଗ ଆଣିଛନ୍ତି। ଆଈ ଓ ନାତୁଣୀ ମଧ୍ୟପ୍ରଦେଶ ଯିବା ପାଇଁ ଗୁରୁବାର ପାରାଦୀପରୁ ଭୁବନେଶ୍ୱର ଆସିଥିଲେ। ସେହି ରାତିରେ ସେମାନେ ଭୁବନେଶ୍ୱର ଷ୍ଟେସନରେ ରହିଥିଲେ।
ମଧ୍ୟପ୍ରଦେଶ ଯିବାପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଉକ୍ତ ମହିଳାଙ୍କ ସାଙ୍ଗରେ ଥିବା ୧୦ ବର୍ଷୀୟ ନାବାଳିକା ନାତୁଣୀ ଷ୍ଟେସନରେ ଥିବା ଏକ ଦୋକାନରୁ ଚିପ୍ସ କିଣିବାକୁ ଯାଇଥିଲା। କିନ୍ତୁ ଆଉ ଫେରିନଥିଲା। ଜଣେ ସନ୍ଦିଗ୍ଧ ଯୁବକ ନାତୁଣୀକୁ ଅପହରଣ କରିନେଇଥିବା ଜିଆର୍ପି ଥାନାରେ ଅଭିଯୋଗ କରିଛନ୍ତି ଆଈ।
ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକୁ ଦୁଇଦିନ ବିତି ଯାଇଥିଲେ ମଧ୍ୟ ନାବାଳିକାର ପତ୍ତା ମିଳିନାହିଁ। ପୁଲିସ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଜଣେ ସନ୍ଦିଗ୍ଧ ବ୍ୟକ୍ତି ଝିଅଟିର ପଛେପଛେ ଯାଉଥିବା ପୁଲିସ ଫୁଟେଜରେ ଦେଖିବାକୁ ପାଇଛି।
ଝିଅ ନିଖୋଜ ହୋଇଯାଇଥିବା ଖବର ପାଇ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ଏହି ଘଟଣାରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2JbW5fS
No comments:
Post a Comment