ମାଙ୍କଡ଼ମାନେ ବୃଦ୍ଧଙ୍କୁ ମାରି ଦେଲେ; ଏତଲା ଦେଲା ପରିବାର, ପୁଲିସ୍ ଅଡୁଆରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ମାଙ୍କଡ଼ମାନେ ବୃଦ୍ଧଙ୍କୁ ମାରି ଦେଲେ; ଏତଲା ଦେଲା ପରିବାର, ପୁଲିସ୍ ଅଡୁଆରେ

monkey

ମୀରଟ: ଉତ୍ତର ପ୍ରଦେଶର ବାଘପତ୍‌ ଜିଲ୍ଲାର ତିକ୍ରି ଗାଁରେ ଦଳେ ମାଙ୍କଡ଼ ପଥର ଓ ଭଙ୍ଗା ଇଟା ଫିଙ୍ଗି ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ମାରି ଦେଇଛନ୍ତି। ମୃତକଙ୍କ ନାଁ ଧରମ୍‌ପାଲ୍‌ ସିଂହ।

ଗୁରୁବାର ଦିନ ଧରମ୍‌ପାଲ୍‌ ଯଜ୍ଞ ପାଇଁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଙ୍କଡ଼ମାନେ ତାଙ୍କ ଉପରକୁ ପଥର ଓ ଭଙ୍ଗା ଇଟା ଫୋପାଡ଼ି ଥିଲେ। ନିକଟସ୍ଥ ଏକ ଭଙ୍ଗା କୋଠାରୁ ମାଙ୍କଡ଼ମାନେ ଏହି ପଥର ଓ ଭଙ୍ଗା ଇଟା ପାଇଥିଲେ।

ଧରମ୍‌ପାଲ୍‌ଙ୍କ ମୁଣ୍ଡ ଓ ଛାତିରେ ପଥର ଓ ଇଟା ଖଣ୍ଡ ବାଜି ଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ପରେ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ଏବଂ ମାଙ୍କଡ଼ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଥିଲେ। ତେବେ ଏହି ମାମଲାକୁ ନେଇ ପୁଲିସ୍‌ର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି।

ପୁଲିସ୍ ଏହାକୁ କେସ୍‌ ଡାଏରୀରେ ରେଜିଷ୍ଟର କରିଛି ଓ ଏହା ଏକ ‘ଦୁର୍ଘଟଣା’ ଭାବେ ଦର୍ଶାଇଛି। କିନ୍ତୁ ଧରମ୍‌ପାଲ୍‌ଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରି ପାରି ନାହାନ୍ତି। ମାଙ୍କଡ଼ମାନଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ସେମାନେ ଦାବି କରିଛନ୍ତି। ସେମାନେ ଘଟଣା ସଂପର୍କରେ ପୁଲିସ୍‌ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

ଧରମ୍‌ପାଲ୍‌ଙ୍କ ଭାଇ କ୍ରିଷ୍ଣପାଲ୍ ସିଂହଙ୍କ କହିଛନ୍ତି,“ମୋ ଭାଇଙ୍କ ଉପରକୁ ମାଙ୍କଡ଼ମାନେ ୨୦ରୁ ଅଧିକ ପଥର ଓ ଇଟା ଖଣ୍ଡ ଫୋପାଡ଼ି ଥିଲେ। ତାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ପଥର ବାଜିଥିଲା। ସେମାନେ ବହୁତ ପାଖରୁ ପଥରମାଡ଼ କରିଥିଲେ। ମାଙ୍କଡ଼ମାନେ ପ୍ରକୃତ ଦୋଷୀ। ସେମାନେ ଏଥିପାଇଁ ଦଣ୍ଡ ପାଇବା ଉଚିତ୍। ସେମାନଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ ହେବା କଥା। ପୁଲିସ୍‌ ଏହାକୁ ବୁଝିପାରୁନାହିଁ।”

ଦୋଘାଟ ଥାନା ଅଧିକାରୀ ଚିତୱାନ୍ ସିଂହ କହିଛନ୍ତି ଯେ ଆମେ ମାଙ୍କଡ଼ ବିରୋଧରେ କେମିତି ମାମଲା ରୁଜୁ କରିବୁ? ଏହା ଆମକୁ ଲୋକହସା କରାଇବ। ଧରମ୍‌ପାଲ୍‌ଙ୍କ ପରିବାରର ଦାବିରେ କୌଣସି ଯୁକ୍ତି ନାହିଁ।



from Odisha Reporter https://ift.tt/2AjVlCD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages