କେଶ ପାଇଁ ଉପକାରୀ ନଡ଼ିଆ କ୍ଷୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

କେଶ ପାଇଁ ଉପକାରୀ ନଡ଼ିଆ କ୍ଷୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଡ଼ିଆ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହିତ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ। କେଶ ଓ ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ନଡ଼ିଆ କ୍ଷୀରରୁ ଅନେକ ଫାଇଦା ମିଳିଥାଏ। ଏହା କେଶକୁ ପୋଷଣ ଦେଇଥାଏ, ଯାହାଦ୍ୱାରା କେଶ ନରମ ହେବା ସହିତ ଘନ କଳା ହୋଇଥାଏ।
ଶୀତଦିନେ କେଶ ଶୁଖିବା ସହିତ ତ୍ୱଚା ଫାଟିବା ପରି ସମସ୍ୟା ଦେଉଥିଲେ ଆପଣ ଏହି କ୍ଷୀରକୁ ବ୍ୟବହାର କରିପାରିବେ।

ଆସନ୍ତୁ ଜାଣିବା ନଡ଼ିଆ କ୍ଷୀରକୁ ଶୀତଦିନେ କେଶ ଏବଂ ତ୍ୱଚାରେ କିପରି ବ୍ୟବହାର କରିବେ।

  • ନଡ଼ିଆ କ୍ଷୀରକୁ ଏକ ପାତ୍ରରେ ନେଇ ଆଙ୍ଗୁଳି ସାହାଯ୍ୟରେ କେଶ ମୂଳରେ ଲଗାନ୍ତୁ। ୩୦ମିନିଟ୍‌ ପରେ କେଶକୁ ଶାମ୍ପୂରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶ ନରମ ରହିବା ସହିତ ଶୁଖିବ ନାହିଁ।
  • ନଡ଼ିଆ କ୍ଷୀରରେ ଅଳ୍ପ ପାଣିଦେଇ ଏଥିରେ କିଛି କର୍ପୂର ମିଶାନ୍ତୁ। ଏହାକୁ କେଶ ମୂଳରେ ଲଗାନ୍ତୁ ଏବଂ କିଛି ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଏପରି କଲେ ଆପଣଙ୍କ କେଶ ଝଡ଼ିବା ସମସ୍ୟା ଦୂର ହେବ।\
  • ନଡ଼ିଆ ତେଲରେ ନଡ଼ିଆ କ୍ଷୀରକୁ ମିଶାନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ଲଗାନ୍ତୁ। ୩୦ ରୁ ୬୦ ମିନିଟ୍‌ ରଖିବା ପରେ କେଶକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଆପଣଙ୍କ କେଶ ପାଚିବା ସମସ୍ୟା ଦୂର ହେବ।
  •  ଆପଣ ଶାମ୍ପୂ କରି ସାରିବା ପରେ ନଡ଼ିଆ କ୍ଷୀରକୁ କଣ୍ଡିସନର୍ ଭାବରେ ବ୍ୟବହାର କରିପାରିବେ। ଶାମ୍ପୂ କରି ସାରିବା ପରେ ନଡ଼ିଆ କ୍ଷୀରକୁ କେଶରେ ଲଗାନ୍ତୁ, ଆପଣଙ୍କ କେଶ ନରମ ରହିବ ଏବଂ ଶୁଖିବ ନାହିଁ।
  • ଘରେ କିପରି ତିଆରି କରିବେ ନଡ଼ିଆ କ୍ଷୀର:
  • ନଡ଼ିଆକୁ ଗୋଟିଏ ପାତ୍ରରେ କୋରି ରଖନ୍ତୁ।
  • ପ୍ୟାନ୍‌ରେ ପାଣି ଗରମ କରି ସେଥିରେ ନଡ଼ିଆ କୋରାକୁ ମିଶାନ୍ତୁ। କିଛି ସମୟ ଧରି ଏହାକୁ ଗରମ ଆଞ୍ଚରେ ରଖନ୍ତୁ। ନଡ଼ିଆରୁ ରସ ବାହାରି ମୋଟା ହୋଇଯିବା ପରେ, ମିଶ୍ରଣକୁ ଛାଣି ଦିଅନ୍ତୁ। ଏହାପରେ ସେଥିରୁ ବାହାରିଥିବା ନଡ଼ିଆ କ୍ଷୀରକୁ ଫ୍ରିଜର୍‌ରେ ରଖନ୍ତୁ ଓ ବ୍ୟବହାର କରନ୍ତୁ।


from Odisha Reporter https://ift.tt/2PmiNal

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages