ଦୀପାବଳିରେ ଅତିଥିଙ୍କୁ ପରଷନ୍ତୁ ଡ୍ରାଏ ଫ୍ରୁଟ୍‌ସ୍‌ ‘ଗୁଜିଆ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଦୀପାବଳିରେ ଅତିଥିଙ୍କୁ ପରଷନ୍ତୁ ଡ୍ରାଏ ଫ୍ରୁଟ୍‌ସ୍‌ ‘ଗୁଜିଆ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିରେ ପ୍ରାୟ ସମସ୍ତଙ୍କ ଘରେ ମିଠା ତିଆରି ହୋଇଥାଏ। ଆପଣ ବି ଏଥର ଦୀପାବଳିରେ ଘରେ କିଛି ନୂଆ ମିଠା ତିଆରି କରିବାକୁ ନିଶ୍ଚୟ ଭାବୁଥିବେ। ଆଜି ଆମେ ଆପଣଙ୍କୁ ଏକ ପାରମ୍ପରିକ ଭାରତୀୟ ମିଠା ‘ଗୁଜିଆ’ ବନାଇବା ଶିଖାଇବୁ। ଆପଣ ଭାବୁଥିବେ, ‘ଗୁଜିଆ’ ତ ଏକ ସାଧାରଣ ମିଠା ଏଥିରେ ଅବା ନୂଆ କ’ଣ ଅଛି ଯେ ଆପଣ ଶିଖିବେ। ସେମିତି ଭାବନ୍ତୁ ନାହିଁ, କାରଣ ଆମେ ଆପଣଙ୍କୁ ଡ୍ରାଏ ଫ୍ରୁଟ୍‌ସ୍‌ ସହ କିଭଳି ସୁଆଦିଆ ‘ଗୁଜିଆ’ ତିଆରି କରିବେ, ସେହି କଥା ବତାଇବୁ। ଏବେ ଆସନ୍ତୁ ଜାଣିବା, ଡ୍ରାଏ ଫ୍ରୁଟ୍‌ସ୍‌ ଗୁଜିଆ କେମିତି ପ୍ରସ୍ତୁତ ହୁଏ।

ଆବଶ୍ୟକ ସାମଗ୍ରୀ: ମଇଦା, ଘିଅ, ଲୁଣ, ତେଲ, କୋରା ନଡ଼ିଆ, କାଜୁ, କିସ୍‌ମିସ୍, ପେସ୍ତା ବାଦାମ‌, ଡାଲଚିନି ପାଉଡର୍‌ ଓ ଅଳ୍ପ ଖଜରା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ବଡ଼ ପାତ୍ରରେ ମଇଦା, ଲୁଣ ଓ ଘିଅକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏଥିରେ ପାଣି ଦେଇ ଏହାକୁ ଭଲ କରି ନରମ ଭାବେ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ଏହାକୁ ଏକ ସଫା ଓଦା କପଡ଼ାରେ କିଛି ସମୟ ପାଇଁ ଗୁଡ଼ାଇ ରଖନ୍ତୁ। ଏବେ କାଜୁ, କିସ୍‌ମିସ୍‌ ଓ ପେସ୍ତା ବାଦାମକୁ ଏକାଠି ଗ୍ରାଇଣ୍ଡିଂ କରନ୍ତୁ। ମନେ ରଖନ୍ତୁ, ଯେପରି ଏଗୁଡ଼ିକୁ ଅଳ୍ପ ଗ୍ରାଇଣ୍ଡିଂ କରିବେ।

ଏବେ ଏଥିରେ କୋରା ନଡ଼ିଆ, ଡାଲଚିନି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ  ଆଉ ଏକ ପାତ୍ରରେ ଅଳ୍ପ ମଇଦା ଓ ପାଣି ଦେଇ ଏହାକୁ ନରମ ଭାବେ ଦଳି ଏଥିରୁ ଛୋଟ ଛୋଟ ଗୁଳା ତିଆରି କରନ୍ତୁ। ଏବେ ଏହି ଗୁଳାକୁ ‘ପୁରି’ ଭଳି ଛୋଟ ଛୋଟ ଆକାରରେ ବେଲନ୍ତୁ। ଏହା ଭିତରେ ଗୋଟିଏ ଚାମଚ ଡ୍ରାଏଫ୍ରୁଟ୍‌ସ୍‌ ରଖି ଗୁଝିଆ ଛାଞ୍ଚରେ ରଖନ୍ତୁ। ଏହାକୁ ଆପଣ ବିନା ଛାଞ୍ଚରେ ବି କରି ପାରିବେ। ପୁରି ଭିତରେ ଡ୍ରାଏଫ୍ରୁଟ୍‌ସ୍‌ ମିଶ୍ରଣ ରଖି ଗୋଟିଏ ପଟକୁ ମୋଡ଼ି ଏହାର କଡ଼ଗୁଡ଼ିକୁ ଭିତର ଆଡ଼କୁ ମୋଡ଼ି ଦିଅନ୍ତୁ। ଏହା ଯେପରି ଶୁଖି ନଯାଏ, ତେଣୁ ଏହାକୁ ନରମ ସୂତା କପଡ଼ାରେ ଘୋଡ଼ାଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କମ୍‌ ଆଞ୍ଚରେ ଗୁଜିଆଗୁଡ଼ିକୁ ଛାଣନ୍ତୁ। ଏସବୁ ଗୋଲ୍ଡେନ୍‌ ରଙ୍ଗ ହୋଇଗଲା ପରେ, ଏହାକୁ ବାହାର କରନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଡ୍ରାଏଫ୍ରୁଟ୍‌ସ୍‌ ଗୁଜିଆ। ନିଜେ ଖାଆନ୍ତୁ ଓ ଅତିଥିଙ୍କୁ ମଧ୍ୟ ଖୁଆନ୍ତୁ।



from Odisha Reporter https://ift.tt/2JsmztL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages