
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଏକ ଦେଶୀ ମଦଭାଟିର ସେଲ୍ସମ୍ୟାନ୍କୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାମ ବିଜୟ ଡାକୁଆ। ତାଙ୍କ ଘର ଜଗଦଳପୁରରେ।
ଆଜି ସକାଳେ ବିଜୟଙ୍କ ମୃତଦେହ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଏହାପରେ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ବିଜୟ ଜଗଦଳପୁର ଅଞ୍ଚଳର ରାଜେନ୍ଦ୍ର କୁମାର ପାତ୍ରଙ୍କ ଏକ ଦେଶୀ ମଦ ଭାଟିରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ।
ସଦର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
from Odisha Reporter https://ift.tt/2Qt0gWT
No comments:
Post a Comment