“କଷ୍ଟ୍ୟୁମ୍‌ ବଦଳାଇବାକୁ ଦେଲି, ମୋ ସାମ୍ନାରେ ପୋଷାକ ଖୋଲିବାକୁ ଲାଗିଲେ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

“କଷ୍ଟ୍ୟୁମ୍‌ ବଦଳାଇବାକୁ ଦେଲି, ମୋ ସାମ୍ନାରେ ପୋଷାକ ଖୋଲିବାକୁ ଲାଗିଲେ”

alok

ମୁମ୍ବାଇ: #me too ଅଭିଯାନ ଜୋର୍ ଧରିଛି ଆଉ ବଲିଉଡ୍‌ରେ ଯୌନ ଉତ୍ପୀଡ଼ନର ଗୋଟିଏ ପରେ ଅନ୍ୟ ଏକ ଗୁମର ପଦାକୁ ଫିଟୁଛି। ତେବେ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରୀର ‘ସଂସ୍କାରୀ ବାପୁଜୀ’ ଆଲୋକ ନାଥଙ୍କ ବିରୋଧରେ ଏଭଳି ଅଭିଯୋଗର ଦସ୍ତାବିଜ୍‌ ବଢ଼ିବାରେ ଲାଗିଛି। ସିରିଏଲ୍‌ ପ୍ରଯୋଜିକା ବିନତା ନନ୍ଦାଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ଜଣେ ୟୁନିଟ୍‌ ମେମ୍ବର୍‌ ଆଲୋକ ନାଥଙ୍କ ଆପତ୍ତିଜନକ ବ୍ୟବହାର ସମ୍ପର୍କରେ ମୁହଁ ଖୋଲିଛନ୍ତି।

ରିପୋର୍ଟ ମୁତାବକ, ‘ହମ୍‌ ସାଥ୍‌ ସାଥ୍‌ ହୈ’ର ଏହି ମହିଳା ୟୁନିଟ୍‌ ମେମ୍ବର କହିଛନ୍ତି, “ଫିଲ୍ମର ଶେଷ ପର୍ଯ୍ୟାୟ ଶୁଟିଂ ବେଳେ ଆମେ ଏକ ରାତିର ସିନ୍‌ ପାଇଁ ଶୁଟିଂ କରୁଥିଲୁ। ମୁଁ ଆଲୋକଙ୍କୁ କଷ୍ଟ୍ୟୁମ୍‌ ବଦଳାଇବା ପାଇଁ ତାଙ୍କ ହାତକୁ ଅନ୍ୟ ଏକ କଷ୍ଟ୍ୟୁମ୍‌ ବଢ଼ାଇଥିଲି। ଏହା ପରେ ସେ ମୋ’ ସାମ୍ନାରେ ହିଁ ତାଙ୍କ ପୋଷାକ ଖୋଲିବାକୁ ଲାଗିଲେ। ତାଙ୍କର ପୋଷାକ ଖୋଲିବା ଦେଖି ମୁଁ ରୁମ୍‌ରୁ ବାହାରି ଯାଉଥିବାବେଳେ ଆଲୋକ ମୋ ହାତକୁ ଧରି ପକାଇଥିଲେ ଏବଂ ଜୋର ଜବରଦସ୍ତ ଆଲିଙ୍ଗନ ପାଇଁ ଚେଷ୍ଟା କରିଥିଲେ।”

ଏହି ଘଟଣା ସମ୍ପର୍କରେ ସଂପୃକ୍ତ ମହିଳା କର୍ମଚାରୀ ଏହା ମଧ୍ୟ କହିଛନ୍ତି, “ମୁଁ ଘଟଣା ସମ୍ପର୍କରେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ସୂରଯ ବଡଜାତ୍ୟାଙ୍କୁ କହିବାକୁ ଚାହୁଁଥିଲି। କିନ୍ତୁ ମୁଁ ବହୁତ୍‌ ଡରି ଯାଇଥିଲି ଏବଂ ଏହା କହି ପାରିଲି ନାହିଁ। ମୁଁ ଏହି ଘଟାଣା ପରେ ପୂରା ଡିପ୍ରେସନ୍‌ରେ ଥିଲି, ଆଲୋକଙ୍କ ବିପକ୍ଷରେ କିଛି କହିବାକୁ ସାହାସ କରିପାରୁନଥିଲି। କାରଣ ସେ ସୂରଯ୍‌ ବଡ଼ଜାତ୍ୟାଙ୍କର ଖୁବ୍‌ ନିକଟତର ଥିଲେ। ମୁଁ ନିଶ୍ଚିତ ଥିଲି ଯେ ସୁରଯ୍‌ ଏକଥା ଶୁଣି ଖୁବ୍‌ ଖରାପ ଭାବିଥା’ନ୍ତେ। ଘଟଣା ସେଇଠି ସେମିତି ଦବି ଯାଇଥିଲା।’’

କେବଳ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ଏହି କର୍ମଚାରୀ ନୁହନ୍ତି, ଜଣାଶୁଣା ଟେଲି ଅଭିନେତ୍ରୀ ସନ୍ଧ୍ୟା ମ୍ରିଦଲ୍‌ ମଧ୍ୟ ଆଲୋକ ନାଥଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ସନ୍ଧ୍ୟା ଟ୍ୱିଟ୍‌ କରି ପ୍ରଯୋଜିକା ବିନ୍‌ତା ନନ୍ଦାଙ୍କୁ ସମର୍ଥନ କରିଛନ୍ତି। ଏହା ସହ ନିଜ ସହିତ ଆଲୋକ ନାଥଙ୍କ ଅଶାଳୀନ ଆଚରଣ ସମ୍ପର୍କରେ ମଧ୍ୟ ତାଙ୍କ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି। ‘ସ୍ବାଭିମାନ୍‌’, ‘ଆଶୀର୍ବାଦ୍‌’ ଓ ‘କୋଶିଶ୍‌’ ଭଳି ଲୋକପ୍ରିୟ ସିରିଏଲ୍‌ର ଅଭିନୟ କରିଥିବା ସନ୍ଧ୍ୟା କହିଛନ୍ତି ଯେ ଏକ ଟେଲି ଫିଲ୍ମରେ ସେ ଆଲୋକ ନାଥଙ୍କ ଝିଅ ଭୂମିକାରେ ଅଭିନୟ କରୁଥିଲେ। ତେବେ ଫିଲ୍ମ ୟୁନିଟ୍‌ର ଏକ ରାତିଭୋଜନ ପରେ ‘ବାପୁଜୀ’ (ଆଲୋକ)ତାଙ୍କୁ ହୋଟେଲ୍ ରୁମ୍‌କୁ ଯିବା ପୂର୍ବରୁ ଅସୌଜନ୍ୟ ଆଚରଣ କରିଥିଲେ। ଏପରିକି ଆଲୋକ ନାଥ୍ ତାଙ୍କୁ ଧରି ପକାଇ ‘ମୁଁ ତୁମକୁ ଚାହେଁ, ତୁମେ ମୋର’ ବୋଲି କହିଥିଲେ।



from Odisha Reporter https://ift.tt/2yx8N3E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages