ମମତାଙ୍କ ସରକାର ସବୁ ପୂଜା କମିଟିକୁ ଦେବେ ୧୦ ହଜାର ଟଙ୍କା, ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ମମତାଙ୍କ ସରକାର ସବୁ ପୂଜା କମିଟିକୁ ଦେବେ ୧୦ ହଜାର ଟଙ୍କା, ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗର ସମସ୍ତ ପୂଜା କମିଟିକୁ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଆଜି ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ପଶ୍ଚିମବଙ୍ଗ ସରକାର କୋଲକାତାର ୩ ହଜାର ପୂଜା କମିଟି ଏବଂ ବିଭିନ୍ନ ଜିଲ୍ଲାରେ ଥିବା ୨୫ ହଜାର ଦୁର୍ଗା ମଣ୍ଡପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଦାନ ଦିଆଯିବ।

କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ ହେଁ ଆସନ୍ତା ୬ ସପ୍ତାହ ମଧ୍ୟରେ କାହିଁକି କମିଟି ଗୁଡ଼ିକୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଉଛି, ତା’ର ବିସ୍ତୃତ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଦାନ ପୂଜା କମିଟି ଗୁଡ଼ିକୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ଧର୍ମର ପୂଜାପର୍ବ ପାଇଁ ଲୋକଙ୍କ ଅର୍ଥ ଖର୍ଚ୍ଚ କରାଯିବା ଠିକ୍‌ ନୁହେଁ ଏବଂ ଏଭଳି କରି ରାଜ୍ୟ ସରକାର ଭାରତରେ ପ୍ରଚଳିତ ଧର୍ମନିରପେକ୍ଷ ନୀତି ପ୍ରତି କୁଠାରାଘାତ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ପ୍ରଥମେ ଏହା ବିରୋଧରେ କ୍ୟାଲକାଟା ହାଇକୋର୍ଟରେ ଆବେଦନ ହୋଇଥିଲେ ହେଁ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ଆବେଦନକାରୀ ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।



from Odisha Reporter https://ift.tt/2ISMHNU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages