କଂଗ୍ରେସ ପାଖରେ ପଇସା ନାହିଁ: ଏହି ସବୁ ଖର୍ଚ୍ଚ ଉପରେ ଲଗାଇଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

କଂଗ୍ରେସ ପାଖରେ ପଇସା ନାହିଁ: ଏହି ସବୁ ଖର୍ଚ୍ଚ ଉପରେ ଲଗାଇଲା କଟକଣା

rahul_new1_0000

ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଛି। ତେବେ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ କଂଗ୍ରେସ ପାଖରେ ଯଥେଷ୍ଟ ପଇସା ନାହିଁ। ତେଣୁ ଦଳର ନେତାମାନଙ୍କୁ ବେକାର ଖର୍ଚ୍ଚ କମ୍‌ କରିବାକୁ ନିର୍ଦ୍ଦେଶ ଦେଇଛି ଦଳ। ଏନେଇ ଅକ୍ଟୋବର ୯ତାରିଖରେ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଆସନ୍ତୁ ଜାଣିବା, କଂଗ୍ରେସ କେଉଁଥିରେ ଅଯଥା ଖର୍ଚ୍ଚ କରିବାକୁ ରୋକ ଲଗାଇଛି।

ଯାତ୍ରା ଉପରେ କଟକଣା- କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ନିର୍ବାଚନ ପାଇଁ କଂଗ୍ରେସନେତାମାନେ ୧୪୦୦ କିଲୋମିଟର ଦୂର ଯାତ୍ରା କଲେ ସେମାନେ ଟ୍ରେନ୍‌ରେ ଯାତ୍ରା କରିବେ। ଯଦି କଂଗ୍ରେସ ନେତା ୧୪୦୦ରୁ ଅଧିକ କିଲୋମିଟର ଯାତ୍ରା କରନ୍ତି, ତେବେ ସେମାନେ ଉଡ଼ାଜାହାଜରେ ଯାତ୍ରା କରିବେ। ଏହି ସୁବିଧା ପ୍ରତି ମାସରେ ଦୁଇଥର ଉପଲବ୍ଧ ହେବ।

ଚା’ ଜଳଖିଆ ଖର୍ଚ୍ଚରେ ରୋକ- କଂଗ୍ରେସନେତାମାନଙ୍କୁ ଚା ’ ଜଳଖିଆରେ ମଧ୍ୟ ଅଯଥା ଖର୍ଚ୍ଚ ନ କରିବା ପାଇଁ କୁହାଯାଇଛି।

ଅଫିସରେ ଅଯଥା ଖର୍ଚ୍ଚ ଉପରେ ରୋକ- ପାର୍ଟି ଅଫିସରେ ସମସ୍ତ ପଦାଧିକାରୀଙ୍କୁ ବିଜୁଳି ଓ ଖବରକାଗଜରେ ଅଧିକ ଖର୍ଚ୍ଚ ନ କରିବା ପାଇଁ କୁହାଯାଇଛି। ବିଜୁଳି ଖର୍ଚ୍ଚ କମ୍ କରିବା ଓ ଆବଶ୍ୟକ ସ୍ଥଳେ କମ୍ପ୍ୟୁଟର ବ୍ୟବହାର କରିବାକୁ କୁହାଯାଇଛି।

ଏହି ନିର୍ଦ୍ଦେଶ ପତ୍ର ସମସ୍ତ ମହାସଚିବ, ପ୍ରଭାରୀ ଓ ସଙ୍ଗଠନ ପାଖକୁ ପଠାଇ ଦିଆଯାଇଛି। ଏହାସହ ଦଳର ପଦାଧିକାରୀ ଓ କର୍ମୀମାନଙ୍କୁ ଦିଆଯାଇଥିବା ଗାଡ଼ିକୁ କେବଳ ଆବଶ୍ୟକ ସ୍ଥଳେ ବ୍ୟବହାର କରିବାକୁ କୁହାଯାଇଛି।

ଦିଲ୍ଲୀ ଯିବା ଉପରେ ରୋକ- ରାଜ୍ୟର କଂଗ୍ରେସ ପ୍ରଭାରୀ ଓ ସଚିବମାନେ ନିଜ ଅଞ୍ଚଳରେ ଅଧିକ ଦିନ କାମ କରିବା ପାଇଁ କୁହାଯାଇଛି। ଦିଲ୍ଲୀ ଅଧିକ ଥର ନ ଯିବା ପାଇଁ କୁହାଯାଇଛି। ଏହା ସହ ପ୍ରଭାରୀ ଓ କର୍ମୀମାନେ ୧୫ରୁ ୨୦ ଦିନ ନିଜ ଅଞ୍ଚଳରେ ବୁଲିବା ସହ ଲୋକମାନଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି।

ଏହା ସହ ସାଂସଦମାନଙ୍କୁ ବାଟ ଖର୍ଚ୍ଚ ବା ଟିଏ ମିଳିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2IS7VeT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages