ଦେଶର କେଉଁ କେଉଁ ଧର୍ମପୀଠରେ ମହିଳାଙ୍କ ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଦେଶର କେଉଁ କେଉଁ ଧର୍ମପୀଠରେ ମହିଳାଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ: ବହୁ ବାଦ୍‌ବିବାଦ ପରେ କେରଳ ସାବରୀମାଲା ମନ୍ଦିର ସବୁ ବୟସର ମହିଳାଙ୍କ ପାଇଁ ଖୋଲିଛି। ତେବେ କିଛି ସଂଗଠନ ଓ ରାଜନୀତିକ ଦଳ ଏବେ ବି ଏହାକୁ ବିରୋଧ କରି ମନ୍ଦିରକୁ ପ୍ରବେଶ କରୁଥିବା ମହିଳାଙ୍କୁ ଆକ୍ରମଣ କରୁଥିବା ଖବର ଆସିଛି। କେବଳ କେରଳ ନୁହେଁ, ଭାରତର ଆଉ କିଛି ରାଜ୍ୟରେ ଥିବା ମନ୍ଦିରକୁ ମଧ୍ୟ ଏବେ ବି ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି।

ଆସନ୍ତୁ ଜାଣିବା ସେ ସବୁ ମନ୍ଦିର ସମ୍ପର୍କରେ କିଛି ତଥ୍ୟ:

୧: ଆସାମର ପାତବାଉସି ସତ୍ରା: ଆସାମର ବାରପେଟା ଜିଲ୍ଲାରେ ଥିବା ଏହି ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ମନ୍ଦିରର ସ୍ୱଚ୍ଛତା ବା ନିଷ୍ଠାକୁ ବିଜାୟ ରଖିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ମହିଳାଙ୍କ ମାସିକ ଋତୁସ୍ରାବ ହିଁ ସେମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବା କ୍ଷେତ୍ରରେ ଅନ୍ତରାୟ ସାଜିଛି। ୨୦୧୦ରେ ତତ୍କାଳୀନ ରାଜ୍ୟପାଳ ଜାନବୀ ବଲ୍ଲଭ ପଟ୍ଟନାୟକ ସୁନ୍ଦରୀଦିୟା ଓ ବାରପେଟା ସତ୍ରା ଗସ୍ତରେ ଯିବା ସମୟରେ ପାତବାଉସି ସତ୍ରା ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ। ଏହାପରେ ଶ୍ରୀ ପଟ୍ଟନାୟକ ୨୦ ଜଣ ମହିଳାଙ୍କୁ ନେଇ ମନ୍ଦିରରେ ପ୍ରବେଶ କରିଥିଲେ। ତେବେ ଏହାର କିଛି ଦିନ ପରେ ପୁଣିଥରେ ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ରୋକ ଲାଗିଥିଲା।

୨: ରାଜସ୍ଥାନର ଲର୍ଡ କାର୍ତ୍ତିକେୟ ମନ୍ଦିର: ପୁଷ୍କରଠାରେ ଥିବା ଏହି ମନ୍ଦିରରେ ପ୍ରଭୁ କାର୍ତ୍ତିକେୟଙ୍କୁ ବ୍ରହ୍ମଚାରୀ ଭାବେ ପୂଜା କରାଯାଏ। ବିଶ୍ୱାସ କରାଯାଏ,ମହିଳାମାନେ ମନ୍ଦିରକୁ ପ୍ରବେଶ କଲେ ଭଗବାନ ତାଙ୍କୁ ଅଭିଶାପ ଦେଇଥାଆନ୍ତି। ତେଣୁ ଏହା ଭିତରକୁ ମହିଳାଙ୍କ ପ୍ରବେଶ ଉପରେ ରୋକ ଲାଗିଛି।

୩: କର୍ଣ୍ଣାଟକାରେ ଥିବା ଲର୍ଡ ଆନ୍ନାପ୍ପା ମନ୍ଦିର: ମେଙ୍ଗାଲୁରୁଠାରେ ଥିବା ଧର୍ମସ୍ଥଳ ଠାରେ ପ୍ରଭୁ ଆନ୍ନାପ୍ପା ସ୍ୱାମୀ ମନ୍ଦିର ରହିଛି। ଏହା ମଧ୍ୟକୁ ଶିଶୁ ଓ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।

୪: ଉତ୍ତର ପ୍ରଦେଶର ରିଷି ଧର୍ମୋ ଆଶ୍ରମ ଓ ମନ୍ଦିର: ଏଠାରେ ମହିଳାମାନେ ମନ୍ଦିର ଓ ଆଶ୍ରମ ବାହାରୁ ହିଁ ପୂଜା କରିବାର ଅନୁମତି ପାଇଛନ୍ତି। ହମିରପୁର ଜିଲ୍ଲାର ମୁସ୍କୁରା ଖୁରଦଠାରେ ଏହି ମନ୍ଦିର ଓ ଆଶ୍ରମ ରହିଛି। ବିଶ୍ୱାସ ରହିଛି ଯେ ଏହା ମଧ୍ୟରେ ପୂଜା ପାଉଥିବା ଭଗବାନ ମହିଳାଙ୍କ ଉପସ୍ଥିତିରେ କ୍ରୋଧିତ ହୁଅନ୍ତି ଏବଂ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ଚଳିତ ବର୍ଷ ଜୁଲାଇ ମାସରେ ଭାରତୀୟ ଜନତା ପାର୍ଟିର ଜଣେ ନେତ୍ରୀ ମନ୍ଦିର ଭିତରେ ପ୍ରବେଶ କରିବାରୁ, ଏହାକୁ ଗଙ୍ଗାଜଳ ଦ୍ୱାରା ଧୁଆ ଯାଇ ପବିତ୍ର କରାଯାଇଥିଲା।

୫: ରାଜସ୍ଥାନର ରନକପୁର ଜୈନ ମନ୍ଦିର: ପାଲି ଜିଲ୍ଲାରେ ଥିବା ଏହି ମନ୍ଦିରଟି ଧଳା ରଙ୍ଗର ମାର୍ବଲରେ ନିର୍ମାଣ ହୋଇଛି। ଋତୁସ୍ରାବ ହେଉଥିବା ମହିଳାଙ୍କୁ ଏହା ମଧ୍ୟରେ ପ୍ରବେଶ କରିବା ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ପାଶ୍ଚାତ୍ୟ ସଂସ୍କୃତିର ପୋଷାକ ପରିଧାନ କରିଥିବା ଓ ଗହଣା ଲଗାଇଥିବା ମହିଳାମାନଙ୍କୁ ମଧ୍ୟ ମନ୍ଦିର ପ୍ରବେଶ କରିବାକୁ ବାରଣ କରାଯାଇଛି।

୬: ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର: ଥିରୁବନନ୍ତପୁରମଠାରେ ଥିବା ଏହି ମନ୍ଦିର ମଧ୍ୟକୁ ବହୁ ପୁରାତନ କାଳରୁ ମହିଳାଙ୍କ ପ୍ରବେଶ ପରେ ରୋକ ଲଗାଯାଇଛି। ମହିଳାମାନେ ଏହା ମଧ୍ୟରେ ଥିବା ଭଗବାନକୁ ପୂଜା କରିପାରିବେ କିନ୍ତୁ ମନ୍ଦିରର ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।

୭: ଦିଲ୍ଲୀର ନିଜାମୁଦ୍ଦିନ୍‌ ଦର୍ଘା: ନିଜାମୁଦ୍ଦିନ୍ ଦର୍ଘା ମଧ୍ୟକୁ ମହିଳାଙ୍କୁ ପ୍ରଵେଶ ପାଇଁ ଅନୁମତି ମିଳିଥିବା ବେଳେ ଏହାର ଚ୍ୟାମ୍ବର ମଧ୍ୟକୁ ସେମାନଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏହି ଚ୍ୟାମ୍ବରରେ ୧୪ ଶତାବ୍ଦୀର ସୁଫି ସନ୍ଥଙ୍କ କବର ଥିବାରୁ ମହିଳାଙ୍କୁ ଏହା ମଧ୍ୟକୁ ଛଡ଼ାଯାଏ ନାହିଁ।

୮: ଦିଲ୍ଲୀର ଜାମା ମସଜିଦ୍‌: ସୂର୍ଯ୍ୟାସ୍ତ ପରେ ମହିଳାମାନଙ୍କୁ ସନ୍ଧ୍ୟା ପ୍ରାର୍ଥନା ପାଇଁ ମସଜିଦ ଭିତରକୁ ଛଡ଼ାଯାଏ ନାହିଁ।



from Odisha Reporter https://ift.tt/2PANWnv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages