ପ୍ରଦୀପଙ୍କୁ ପଥରରେ ଛେଚି ହତ୍ୟା, ପୂର୍ବରୁ ଗୁଳିମାଡ଼ ହୋଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ପ୍ରଦୀପଙ୍କୁ ପଥରରେ ଛେଚି ହତ୍ୟା, ପୂର୍ବରୁ ଗୁଳିମାଡ଼ ହୋଇଥିଲା

deadbody

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଖାରବେଳ ନଗର ଅଞ୍ଚଳରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରଦୀପ ବେହେରା (୨୪)। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପ୍ରଦୀପ ଗତକାଲି ରାତି ପ୍ରାୟ ୮ଟା ବେଳେ ଘରୁ ବାହାରି ଯାଇଥିଲେ। ତା’ପରେ ଆଉ ଫେରି ନଥିଲେ। ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜି ଥିଲେ ବି ତାଙ୍କୁ ପାଇ ନଥିଲେ।

ଆଜି ସକାଳେ ତାଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

ପୂର୍ବ ଶତ୍ରୁତାରୁ ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୫ ତାରିଖରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ପ୍ରଦୀପଙ୍କ ନାଁରେ ବି ଥାନାରେ ଅନେକ ମାମଲା ରହିଛି।



from Odisha Reporter https://ift.tt/2PuK22Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages