ଦିଲୀପ କୁମାର୍‌ ପୁଣି ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ଦିଲୀପ କୁମାର୍‌ ପୁଣି ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: କିମ୍ବଦନ୍ତୀ ଅଭିନେତା ତଥା ବଲିଉଡ୍‌ ‘ଟ୍ରାଜେଡି କିଙ୍ଗ୍‌’ ଦିଲୀପ କୁମାର ପୁଣି ଥରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲୀପ କୁମାର୍‌ଙ୍କର ନିକଟତମ ପାରିବାରିକ ବନ୍ଧୁ ଫୈଜଲ୍‌ ଫାରୁକି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଦିଲୀପ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି।

ଏହା ପୂର୍ବରୁ ଛାତିରେ ଯନ୍ତ୍ରଣା ଓ ଇନ୍‌ଫେକ୍ସନ୍‌ କାରଣରୁ ଦିଲୀପ କୁମାର୍‌ଙ୍କୁ ସେପ୍ଟେମ୍ବର ୫ରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲୀପଙ୍କୁ ଏବେ ୯୫ ବର୍ଷ ହେଲାଣି। ପତ୍ନୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ସାୟରା ବାନୋ ଦିଲ୍ଲୀପ କୁମାର୍‌ଙ୍କ ଧ୍ୟାନ ରଖୁଛନ୍ତି। ଗତ କିଛି ଦିନ ମଧ୍ୟରେ ବଲିଉଡର ବହୁ କଳାକାର ଦିଲୀପ କୁମାର୍‌ଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲୀପ କୁମାରଙ୍କ ଜନ୍ମ ୧୯୨୨ ମସିହା ଡିସେମ୍ବର ୧୧ରେ ପେଶୱାର୍‌ (ଏବେ ପାକିସ୍ଥାନରେ)ସହରରେ ହୋଇଥିଲା। ୧୯୪୪ରେ ‘ଜୁଆର୍‌ ଭାଟ୍ଟା’ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ଏହା ପରେ ଦିଲୀପ୍‌ କ୍ରାନ୍ତି, ଗଙ୍ଗା ଯମୁନା, ମଧୁମତୀ, କୋହିନୁର, ରାମ ଔର୍‌ ଶ୍ୟାମ୍, ଆଜାଦ୍‌ ଓ ସୌଦାଗର୍‌ ପରି ଅନେକ ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ଦିଲୀପ କୁମାର୍‌ଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ୍‌ ଫଲ୍‌କେ ଆୱାର୍ଡ ଭଳି ସମ୍ମାନ ସହ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ‘ନିଶାନ୍-ଏ-ଇମ୍‌ତିଆଜ୍’ରେ ମଧ୍ୟ ସମ୍ମାନିତ କରାଯାଇଛି।



from Odisha Reporter https://ift.tt/2CwItLo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages