ଛାତ ଉପରେ ଶୁଖାଗଲା ଲକ୍ଷ ଲକ୍ଷ ଟଙ୍କା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଛାତ ଉପରେ ଶୁଖାଗଲା ଲକ୍ଷ ଲକ୍ଷ ଟଙ୍କା, ଦେଖନ୍ତୁ ଭିଡିଓ

money

ଆସିକା (ଓଡ଼ିଶା ରିପୋର୍ଟର): ଛାତ ଉପରେ ଶୁଖାଯାଇଛି ଓଦା ହୋଇଯାଇଥିବା ଲକ୍ଷ ଲକ୍ଷ ଟଙ୍କା। ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟ ଶାଖା ଉପରେ ଲକ୍ଷ ଲକ୍ଷ ଟଙ୍କା ଶୁଖା ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

‘ତିତଲି’ ପ୍ରଭାବରେ ହୋଇଥିବା ବନ୍ୟାରେ ବ୍ୟାଙ୍କ୍‌ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ ଧରି ବ୍ୟାଙ୍କ ଭିତରେ ପାଣି ଜମି ରହିଥିଲା।

ଏହା ଫଳରେ ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମ୍‌ର ଲକର୍‌ ଭିତରେ ପାଣି ପଶି ଯାଇଥିଲା ଓ ଟଙ୍କା ଓଦା ହୋଇଯାଇଥିଲା। ପାଗ ଭଲ ହେବା ପରେ ନୋଟ୍‌ଗୁଡ଼ିକୁ ବ୍ୟାଙ୍କର ଛାତ ଉପରେ ଶୁଖାଯାଇଥିଲା।

ତେବେ କେତେ ପରିମାଣର ଟଙ୍କା ଓଦା ହୋଇଥିଲା ସେ ନେଇ ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ଭିଡିଓ ଦେଖନ୍ତୁ-



from Odisha Reporter https://ift.tt/2CloiPO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages