
ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଟିଭି ରିମୋଟ୍ ପାଇଁ ଜଣେ ନାବାଳିକା ଅତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତ ବୁଧବାର ସନ୍ଧ୍ୟାରେ ତିନି ଭାଇଉଭଣୀ ଘରେ ଥିଲେ। ସେମାନଙ୍କ ବାପାମା’ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ଟିଭି ରିମୋଟ୍କୁ ନେଇ ଏହି ନାବାଳିକା (୧୨) ଓ ତାଙ୍କ ସାନ ଭାଇ (୭)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ସନ୍ଧ୍ୟା ୬ଟାରେ ଟିଭିରେ କୌଣସି ଏକ ଶୋ’ ଦେଖିବାକୁ ସେ ତାଙ୍କ ସାନ ଭାଇଙ୍କୁ ରିମୋଟ୍ ମାଗିଥିଲେ। ହେଲେ ସାନ ଭାଇ ରିମୋଟ୍ ଦେଇ ନଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ବଡ଼ ଭାଇ ଉଭୟଙ୍କୁ ପାଟିତୁଣ୍ଡ ନ କରିବାକୁ କହିଥିଲେ। ବଡ଼ ଭାଇଙ୍କ ବୟସ ୧୭ ବର୍ଷ। ସେ ତାଙ୍କ ରୁମ୍ରେ ପଢୁଥିଲେ।
ତେବେ ନାବାଳିକା ଜଣଙ୍କ ପୁଣି ଥରେ ତାଙ୍କ ସାନ ଭାଇଙ୍କୁ ରିମୋଟ୍ ମାଗିଥିଲେ। ହେଲେ ସାନ ଭାଇ ରିମୋଟ୍ ଦେବାକୁ ମନା କରି ଦେଇଥିଲେ। ଏଥିରେ ସେ ରାଗି ଯାଇ ସାନ ଭାଇକୁ ଏକ ଚାପୁଡ଼ା ମାରି ଶୋଇବା ଘରକୁ ଚାଲି ଯାଇଥିଲେ।
ସାନ ଭାଇ ତାଙ୍କୁ ଶୋଇବା ଘରର କବାଟ ଖୋଲିବାକୁ ବାରମ୍ୱାର କହିଥିଲେ ମଧ୍ୟ ସେ ଆଉ ଖୋଲି ନଥିଲେ। ଏମିତିକି ତାଙ୍କ ପାଟି ମଧ୍ୟ ଆଉ ଶୁଣା ଯାଇ ନଥିଲା। ଏନେଇ ସାନ ଭାଇ ବଡ଼ ଭାଇଙ୍କୁ ଜଣାଇଥିଲେ। ବଡ଼ ଭାଇ ଆସି କବାଟ ଭାଙ୍ଗି ଦେଖିବା ବେଳକୁ ନାବାଳିକା ଜଣଙ୍କ ଫ୍ୟାନ୍ରେ ଝୁଲି ପଡ଼ିଥିଲେ।
ବଡ଼ ଭାଇ ତାଙ୍କୁ ତୁରନ୍ତ ତଳକୁ ଓହ୍ଲାଇ ବାପାମା’ଙ୍କୁ ଫୋନ୍ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ଡାକ୍ତରଙ୍କ କହିବା ଅନୁସାରେ, ଝିଅ ଅବସ୍ଥା ଗୁରୁତର ଥିଲା। ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଛି।
ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ୍ କହିଛି।
from Odisha Reporter https://ift.tt/2zc36Zl
No comments:
Post a Comment