ସକାଳୁ ଉଠିବାରେ କଷ୍ଟ ହେଉଛି କି !   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ସକାଳୁ ଉଠିବାରେ କଷ୍ଟ ହେଉଛି କି !  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳେ ଉଠିବା ବେଳେ କଷ୍ଟ ଅନୁଭବ କରୁଛନ୍ତି, ଚିଡ଼ିଚିଡ଼ା ଲାଗୁଛି କି? କିଏ କ’ଣ କହିଲେ, ଆପଣ ବିଗିଡି ଯାଉଛନ୍ତି କି? ଯଦି ଏମିତି ଭାବ ପ୍ରକାଶ କରୁଥା’ନ୍ତି, ତା’ ହେଲେ ଏହାକୁ ସାଧାରଣ ବୋଲି ଭାବନ୍ତୁ ନାହିଁ।

ଏହା ରୋଗର ଲକ୍ଷଣ ହୋଇପାରେ। ଖାଲି ଆପଣ ନୁହେଁ, ବିଶ୍ୱର ସିଂହଭାଗ ଲୋକ ଏହି ରୋଗରେ ପୀଡ଼ିତ।

ମେଡିକାଲ୍‌ ଭାଷାରେ ଏହି ରୋଗକୁ ଡିସେନିଆ (Dysania) ବୋଲି କୁହାଯାଏ। ଏହା ଏକ ଗମ୍ଭୀର ରୋଗ, ଯେଉଁଥିରେ ବ୍ୟକ୍ତି ସକାଳୁ ଉଠିବାରେ କଷ୍ଟ ଅନୁଭବ କରିଥାଏ।ସାଧାରଣତଃ ସକାଳେ ଆମକୁ କେହି ଡାକିବା ପରେ ଆମେ ଆହୁରି କିଛି ସମୟ ଧରି ଶୋଇ ରହିଥାଉ। କିନ୍ତୁ ଡିସେନିଆରେ ପୀଡ଼ିତ ବ୍ୟକ୍ତି ଶୋଇବା ସ୍ଥଳରୁ ଉଠିବା କଥା ଶୁଣିଲେ ଚିନ୍ତାରେ ପଡ଼ିଥା’ନ୍ତି।

ଯଦି ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣ ବିଳମ୍ୱ କରନ୍ତି, ତେବେ ଆପଣ ଡିପ୍ରେସନ୍‌, Nick Fattigu syndrome ଏବଂ pen disorder fibromyalgia ଭଳି ରୋଗର ଶିକାର ହୋଇପାରନ୍ତି।

ଲକ୍ଷଣ

ଡିସେନିଆ ରୋଗୀ ୭ରୁ ୮ ଘଣ୍ଟା ଅଧିକ ଶୋଇଥା’ନ୍ତି। ବାହାରେ ଯାହାକୁ ଯେତେ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଡିସେନିଆ ପୀଡ଼ିତ ବ୍ୟକ୍ତି ଶଯ୍ୟାରୁ ଉଠି ନ ଥା’ନ୍ତି।

ଯଦି ଆପଣ ସକାଳୁ ଶେଯରୁ ଉଠିବା ପରେ ଭାବୁକ ହୋଇ ପଡ଼ୁଛନ୍ତି ଏବଂ କଥା କଥାରେ କାନ୍ଦିବାକୁ ଲାଗୁଛନ୍ତି, ତେବେ ଜାଣିବେ ଆପଣ ଡିସେନିଆ ରୋଗରେ ପୀଡ଼ିତ।

ଏହି ରୋଗର କୌଣସି ଚିକିତ୍ସା ନାହିଁ କିନ୍ତୁ ଆପଣ ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ପୂର୍ବରୁ ଶୋଇବାକୁ ଗଲେ, କେତେକାଂଶରେ ଏହି ରୋଗରୁ ଉପଶମ ପାଇପାରିବେ। ଇଂଲଣ୍ଡ୍‌ ର ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ ସର୍ଭିସ୍‌ ସେଣ୍ଟର୍‌ ଭଲ ନିଦ ହେବା ପାଇଁ କିଛି ପରାମର୍ଶ ଦେଇଛି, ଯାହା କରିବା ପରେ ଆପଣ ଡିସେନିଆ ପରି ରୋଗରୁ ନିସ୍ତାର ପାଇପାରିବେ।

  • ସକାଳେ ଏକ ନିର୍ଦ୍ଦିଷ୍ଟ ସମୟରେ ହିଁ ଶଯ୍ୟା ତ୍ୟାଗ କରନ୍ତୁ।
  • ନିଜ ରୁମ୍‌ର ପରିବେଶକୁ ଶାନ୍ତ ରଖିବା ସହିତ ତାପମାତ୍ରା ମଧ୍ୟ ଠିକ୍‌ ରଖନ୍ତୁ।
  • ଶୋଇବା ପୂର୍ବରୁ ଧୂମପାନ, ଆଲ୍‌କହଲ୍‌ ନିଅନ୍ତୁ ନାହିଁ ଏବଂ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ।
  • ଆପଣଙ୍କୁ ଯେଉଁସବୁ କଥା ଚିନ୍ତାରେ ପକାଉଛି, ସେସବୁକୁ ଖାତାରେ ଲେଖି ଦିଅନ୍ତୁ ଏବଂ ପରଦିନ ସେହି ସବୁର ଏକ ଲିଷ୍ଟ୍‌ ପ୍ରସ୍ତୁତ କରନ୍ତୁ।
  • ଆପଣଙ୍କ ଶଯ୍ୟା ଆରାମଦାୟକ ହୋଇଥିବା ଦରକାର।

ଏସବୁ କରିବା ପରେ ଯଦି ଆପଣଙ୍କୁ ନିଦ ନ ହେଉଛି, ତେବେ କିଛି ସମୟ ଚଲାବୁଲା କରନ୍ତୁ, ଯେପରି ଆପଣ ଥକା ଅନୁଭବ କରିବେ।



from Odisha Reporter https://ift.tt/2qgpcWt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages