
ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବଦଳରେ କେନ୍ଦ୍ର ସରକାର ଏମ୍ ନାଗେଶ୍ୱର ରାଓଙ୍କୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ତେବେ ନାଗେଶ୍ୱର ରାଓ ଦାୟିତ୍ୱ ନେଉ ନେଉ ରାକେଶ ଆସ୍ଥାନାଙ୍କ ବିରୋଧରେ ଥିବା ୬ଟି ଅଭିଯୋଗର ତଦନ୍ତ କରୁଥିବା ଅଧିକାରୀଙ୍କୁ ଅଚାନକ ବଦଳି ନିର୍ଦ୍ଦେଶ ଦେଇଛନ୍ତି। “ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ” ଏଭଳି ବଦଳି କରାଯାଇଛି ବୋଲି ମଧ୍ୟ କୁହାଯାଇଛି।
ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ମୁଖ୍ୟ ତଦନ୍ତକାରୀ ଅଧିକାରୀ ଏକେ ବାସୀଙ୍କୁ “ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ” ପୋର୍ଟ ବ୍ଲେୟାରକୁ ବଦଳି କରାଯାଇଛି। ନୂଆ ସ୍ଥାନରେ ତାଙ୍କୁ ତୁରନ୍ତ ଯୋଗ ଦେବାକୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଆଉ ଜଣେ ଅଫିସର ଏସ୍ଏସ୍ ଗ୍ରୁମ୍ଙ୍କୁ ମଧ୍ୟ “ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ”ରୁ ଜବଲପୁରକୁ ବଦଳି କରାଯାଇଛି। ମନୀଷ କୁମାର ସିହ୍ନାଙ୍କୁ ନାଗପୁରରେ ନିଯୁକ୍ତି ଦିଆଯାଇଛି। ଯୁଗ୍ମ ନିର୍ଦ୍ଦେଶକ ତଥା ଆଲୋକ ବର୍ମାଙ୍କ ରାଇଟ୍ହ୍ୟାଣ୍ଡ ଓ ଦୁର୍ନୀତି ନିରୋଧକ ବିଭାଗର ମୁଖ୍ୟ ଏକେ ଶର୍ମାଙ୍କୁ ମଲ୍ଟି ଡିସ୍ପ୍ଲିନାରୀ ଏଜେନ୍ସିକୁ ପଠାଯାଇଛି।
ଆସ୍ଥାନାଙ୍କ ଟିମ୍ରୁ ସାଇ ମନୋହରଙ୍କୁ ସିବିଆଇର ଏସ୍ଆଇଟି ଟିମ୍ରୁ ବାହାର କରିଦିଆ ଯାଇ ଦୁର୍ନୀତି ନିରୋଧ ବିଭାଗର ମୁଖ୍ୟ କରାଯାଇଛି। ଏଭଳି ଭାବେ ୧୩ ଜଣ ସିବିଆଇ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଛି।

ଅନ୍ୟପକ୍ଷରେ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଲାଞ୍ଚ ମାମଲାର ତଦନ୍ତ ପୂର୍ବରୁ ଯେଉଁ ଟିମ୍ କରୁଥିଲା, ତାର ସଦସ୍ୟମାନଙ୍କୁ ଏଥିରୁ ଅବ୍ୟାହତି ଦିଆଯାଇଛି। ଆସ୍ଥାନାଙ୍କ ବିରୋଧରେ ପୂର୍ବରୁ ଏକେ ବାସୀ ତଦନ୍ତ କରୁଥିଲେ। କିନ୍ତୁ ନୂଆ ସିବିଆଇ ମୁଖ୍ୟଙ୍କ ନିର୍ଦ୍ଦେଶରେ ଏଣିକି ତରୁଣ ଗଉବାଙ୍କ ନେତୃତ୍ୱରେ ତଦନ୍ତ କରାଯିବ। ଏହି ଟିମ୍ରେ ସତୀଶ ଦାଗର ଓ ଭି ମୃଗେସନ ରହିଛନ୍ତି।
ଏକେ ବାସୀଙ୍କୁ ହଟାଇବାକୁ ପୂର୍ବରୁ ଶ୍ରୀ ଆସ୍ଥାନା ମଧ୍ୟ ସିଭିସିଙ୍କୁ ଚିଠି ଲେଖିଥିଲେ।
from Odisha Reporter https://ift.tt/2EIhwqe
No comments:
Post a Comment