ଆଇସିସି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ରାଙ୍କିଂରେ ପୃଥ୍ଵୀ ଶ’ଙ୍କ ପ୍ରବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ଆଇସିସି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ରାଙ୍କିଂରେ ପୃଥ୍ଵୀ ଶ’ଙ୍କ ପ୍ରବେଶ

ନୂଆଦିଲ୍ଲୀ: ୱେଷ୍ଟଇଣ୍ତିଜ୍‌ ବିପକ୍ଷ ରାଜକୋଟ୍‌ରେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ପୃଥ୍ୱୀ ଶ’ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଥିବାରୁ ତାଙ୍କ ନାମ ବ୍ୟାଟସ୍‌ମ୍ୟାନ୍‌ ରା଼ଙ୍କିଂରେ ୭୩ ନମ୍ବରରେ ରହିଛି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ନିଜର ଏକ ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଛନ୍ତି। ସେ ମଧ୍ୟ ରାଜକୋଟ୍‌ ଟେଷ୍ଟରେ ଶତକ ହାସଲ କରିଥିଲେ। ସେ ୯୩୬ ପଏଣ୍ଟ ସହ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଏକ ନମ୍ବର ସ୍ଥାନରେ ପୂର୍ବ ପରି ସୁରକ୍ଷିତ ରହିଛନ୍ତି।

ସେହିପରି ରବୀନ୍ଦ୍ର ଜାଡେଜାଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ସେ ରାଜକୋଟ୍‌ ଟେଷ୍ଟ ପରେ ୬ଟି ସ୍ଥାନ ଉଠି ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ୫୧ ନଂ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଟେଷ୍ଟ ଅଲରାଉଣ୍ଡର ତାଲିକାରେ ଜାଡେଜା ଏବେ ଏକ ନମ୍ବର ସ୍ଥାନରେ ଥିବା ସାକିବ ଅଲ ହାସନଙ୍କଠାରୁ ମାତ୍ର ୨ ପଏଣ୍ଟ ପଛରେ ରହିଛନ୍ତି।

ରାଜକୋଟ୍‌ରେ ପ୍ରଥମଥର ପାଇଁ ନିଜ ଟେଷ୍ଟ୍‌ କ୍ୟାରିୟର୍‌ରେ ୫ ୱିକେଟ୍‌ ଦଖଲ କରିଥିବା ଚାଇନା ମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ୧୬ ସ୍ଥାନ ଉଠି ବୋଲିଂ ତାଲିକାର ୫୨ ତମ ସ୍ଥାନରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନର୍‌ ଉସମାନ ଖ୍ୱାଜା ଟେଷ୍ଟ ବ୍ୟାଟିଂ ରାକିଂର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ଖ୍ୱାଜା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଯଥାକ୍ରମେ ୮୫ ଓ ୧୪୧ ରନ୍‌ କରିଥିଲେ। ଏହାପରେ ସେ ସିଧାସଳଖ ୭୪୭ ପଏଣ୍ଟ ସହ ଆଇସିସି ଟେଷ୍ଟ୍‌ ବ୍ୟାଟିଂ ତାଲିକାର ୯ ନଂ ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସେ ୧୧ ନଂ ସ୍ଥାନରେ ରହିଥିଲେ।



from Odisha Reporter https://ift.tt/2CcxLcb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages