‘କାହ୍ନା’ ପାଖାପାଖି ପହଞ୍ଚିଲାଣି ‘ସୁନ୍ଦରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

‘କାହ୍ନା’ ପାଖାପାଖି ପହଞ୍ଚିଲାଣି ‘ସୁନ୍ଦରୀ’

Sundari

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ବାଘୁଣୀ ‘ସୁନ୍ଦରୀ’ ଆଠମଲ୍ଲିକ ବନଖଣ୍ଡ ଅଞ୍ଚଳରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍‌ ଅଞ୍ଚଳକୁ ଫେରି ଆସିଛି। ଏବେ ‘ସୁନ୍ଦରୀ’ ବାଘ ‘କାହ୍ନା’ ରହୁଥିବା ଅଞ୍ଚଳ ନିକଟରେ ଥିବା ଅତିରିକ୍ତ ପିସିସିଏଫ୍‌ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।

‘କାହ୍ନା’କୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିଲା। ସେହି ଅଭୟାରଣ୍ୟ ନାମ ଅନୁସାରେ ବାଘର ନାମ ‘କାହ୍ନା’ ରଖାଯାଇଥିଲା।

ଅନ୍ୟପକ୍ଷରେ ‘ସୁନ୍ଦରୀ’ ଆଠମଲ୍ଲିକ୍‌ ବନଖଣ୍ଡ ଅଞ୍ଚଳରେ ରହିବା ସହ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିବା ଯୋଗୁଁ ସେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ତାକୁ ସେଠାରୁ ଘଉଡ଼ାଇ ଘଞ୍ଚ ଜଙ୍ଗଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍‌ ସହ ବନ ବିଭାଗର କର୍ମଚାରୀ ନିୟୋଜିତ ହୋଇଥିଲେ।

ବାଘୁଣୀ ‘ସୁନ୍ଦରୀ’ ଏବେ ସାତକୋଶିଆ କୋର୍‌ ଅଞ୍ଚଳକୁ ଫେରି ମହାବଳ ବାଘ ‘କାହ୍ନା’ ରହୁଥିବା ଅଞ୍ଚଳରେ ରହିଛି। ଏହାକୁ ନେଇ ବନ ବିଭାଗ ଆଶ୍ୱସ୍ତ ହୋଇଛି। ଏହା ସହ ସେମାନଙ୍କର ମିଳନକୁ ନେଇ ଆଶାବାଦୀ ହୋଇ ପଡ଼ିଛି।



from Odisha Reporter https://ift.tt/2y18rms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages