ଶ୍ରୀକ୍ଷେତ୍ରରେ ହୋଇଥିବା ହିଂସାକାଣ୍ଡ ପଛରେ କିଏ ସେ ଷଡ଼ଯନ୍ତ୍ରକାରୀ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଶ୍ରୀକ୍ଷେତ୍ରରେ ହୋଇଥିବା ହିଂସାକାଣ୍ଡ ପଛରେ କିଏ ସେ ଷଡ଼ଯନ୍ତ୍ରକାରୀ?

ପୁରୀ (ଓଡ଼ିଶା ରିପୋର୍ଟର): “କଣ ପାଇଁ ହେଲା ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ? ଏହା ପଛରେ କିଏ ଅଛି ? ଷଡ଼ଯନ୍ତ୍ରକାରୀ କିଏ ? ଏ ସବୁ ପ୍ରଶ୍ନର ସତ୍ୟାସତ୍ୟ ଜାଣିବା ପାଇଁ ଅନୁଧ୍ୟାନ ଚାଲିଛି।” ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ମନେ ହେଉଛି ଗତ ବୁଧବାର ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ପଛରେ ହୋଇଥିଲା ବିରାଟ ଷଡ଼ଯନ୍ତ୍ର। କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଇଶାରାରେ ଘଟିଥିଲା ଧର୍ମଦାଣ୍ଡରେ ହିଂସାକାଣ୍ଡ।

ତାହାଲେ କିଏ ସେ ଷଡ଼ଯନ୍ତ୍ରକାରୀ? ରାଜନେତା, ସେବାୟତ ନା ଆନ୍ଦୋଳନ ଡାକରା ଦେଇଥିବା ସଂଗଠନ? ତାକୁ ନେଇ ଘଣ୍ଟାଚକଟା ଚାଲିଥିବା ବେଳେ ଜିଲ୍ଲାର ୨ଜଣ ବିଜେଡି ବିଧାୟକଙ୍କୁ ସିଧାସଳଖ ଦାୟୀ କରି ପୂରା ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜଗନ୍ନାଥ ସେନା। ଆଉ ବିଜେପି ଜଗନ୍ନାଥ ସେନା ସହ ସ୍ୱର ମିଳାଇଛି। ତେଣେ ବିଜେଡି କହିଛି ଗୁଣ୍ଡାମି କରି ବିଜେପି ପୁରୀରେ କ୍ଷମତା ଦଖଲ ପାଇଁ ଉଦ୍ୟମ ଚଳାଇଛି।

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି-“ଜିଲ୍ଲାର ୨ ଜଣ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ଷଡ଼ଯନ୍ତ୍ର କରିଥିଲେ। ତାହାର ପରିଣାମ ସ୍ୱରୂପ ସେଦିନ ହିଂସାକାଣ୍ଡ ଘଟିଲା। କାରଣ ଦିନ ୧୦ ପୂର୍ବରୁ କୌଣସି ହିଂସା ଘଟି ନାହିଁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିଲା। ତେବେ ପରବର୍ତ୍ତୀ ସମୟରେ ନିଜେ ବଞ୍ଚିବା ପାଇଁ ଘରେ ଫୁଲ କୁଣ୍ଡ ଭାଙ୍ଗି ଦେଲେ। କିନ୍ତୁ ଲୋକେ ବିଶ୍ୱାସ କରିବେ ନାହିଁ। ଏସବୁ ଘଟଣାର ତଦନ୍ତ ହେବ।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ଗୁଣିଆ ହୋଇ ଛଡ଼ାଇବା ଓ ଡାହାଣୀ ହୋଇ ଲଗାଇବା କାମ ବିଜେଡି କରୁଛି। ଓଡ଼ିଆଙ୍କ ଭାବାବେଗ ସହିତ ଯେପରି ଖେଳୁଛନ୍ତି, ତାହାର ଜବାବ ଲୋକେ ଦେବେ।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି-“ବିଜେପି ଗୁଣ୍ଡାମି କରି ପୁରୀ ଜିଲ୍ଲାରେ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି। ମାତ୍ର ସେମାନେ ସେଥିରେ ସଫଳ ହେବେ ନାହିଁ।”

ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଧାଡ଼ିଦର୍ଶନ ବ୍ୟବସ୍ଥା କରିଥିଲେ। ଯାହାକୁ ନେଇ ତୁମୁଳକାଣ୍ଡ ଘଟିଗଲା, ତାକୁ ଖୋଲାଖୋଲି ବିରୋଧ କରିଛନ୍ତି ରାଜସ୍ୱମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି। ଏମିତିକି ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇବି।ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବି ବୋଲି ସେ କହିଛନ୍ତି।

ସେପଟେ ଧାଡ଼ି ଦର୍ଶନ ବିରୋଧରେ ୩ ତାରିଖର ହିଂସାକାଣ୍ଡ ଘଟଣାରେ ପୁରୀ ପୁଲିସର ଗିରଫଦାରୀ ଜାରି ରହିଛି। ପୂର୍ବରୁ ୧୧ ଜଣଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଥିବା ବେଳେ ଆଜି ଆଉ ୧୨ ଜଣଙ୍କୁ ଗିରଫ କରିଛି।



from Odisha Reporter https://ift.tt/2Qy6WmD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages