ଏହି ରାଶିର ଝିଅ ଭାରି ରୋମାଣ୍ଟିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଏହି ରାଶିର ଝିଅ ଭାରି ରୋମାଣ୍ଟିକ

ପ୍ରେମୀ ଯୁଗଳଙ୍କ ମଧ୍ୟରେ ରୋମାନ୍ସ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ରୋମାନ୍ସ ହିଁ ପ୍ରେମ ସମ୍ପର୍କକୁ ଅଧିକ ତାଜା ରଖିବା ସହ ସମ୍ପର୍କରେ ରଙ୍ଗ ଭରିଦିଏ। ରୋମାନ୍ସ ମାମଲାରେ କେବଳ ପୁରୁଷ ନୁହେଁ ମହିଳାମାନେ ବି ବେଶ ଆଗୁଆ ଥାଆନ୍ତି। ନିଜ ପ୍ରେମ ସମ୍ପର୍କକୁ ରଙ୍ଗୀନ୍‌ କରିବା ଓ ମଧୁରତା ଆଣିବା ଲାଗି ଝିଅମାନେ ନିଜ ରୋମାଣ୍ଟିକ ଅନ୍ଦାଜରେ ଅନେକ କିଛି କରନ୍ତି। ନିଜ ପାର୍ଟନରକୁ ଖୁସି କରିବା ଲାଗି ଏମାନେ ଅନେକ ସପ୍ରାଇଜ୍‌ ଦେଇଥାନ୍ତି। ଯଦି ଆପଣ ବି ନିଜ ପାଇଁ ଏମିତି ରୋମାଣ୍ଟିକ୍‌ ଗର୍ଲ ଫ୍ରେଣ୍ଡ ଚାହାଁନ୍ତି ତେବେ ଆମେ ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ଅଳ୍ପ କିଛି ରାଶିର ଝିଅମାନେ ରୋମାଣ୍ଟିକ୍‌ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ ରାଶିଗୁଡ଼ିକ କ’ଣ?

ମେଷ ରାଶି- ଏହି ରାଶିର ଝିଅମାନେ ବେଶ୍ ରୋମାଣ୍ଟିକ। ଏମାନଙ୍କ କଥା କହିବାର ଢଙ୍ଗ ତାଙ୍କ ଶବ୍ଦରୁ ଅଧିକ ରୋମାଣ୍ଟିକ୍‌। ନିଜ ପ୍ରେମୀକୁ ଖୁସି କରିବା ପାଇଁ ଏମାନେ ଅନେକ ରୋମାଣ୍ଟିକ ଉପାୟ ଆପଣେଇଥାନ୍ତି।

ବୃଷ ରାଶି-  ଏହି ରାଶିର ଝିଅମାନେ ସ୍ୱଚ୍ଛ ମନଭାବ ରଖନ୍ତି। ଏମାନେ ସତ ଭଲପାଇବାରେ ବିଶ୍ୱାସ ରଖନ୍ତି। ଏମାନେ ନିଜ ପାର୍ଟନରକୁ ଖୁସି କରିବା ପାଇଁ ଅନେକ ମିଠା ମିଠା କଥା କହିଥାନ୍ତି। ଏମାନେ ନିଜ ପାର୍ଟନରକୁ ସର୍ପ୍ରାଇଜ୍‌ ଦେବାକୁ ଭଲ ପାଆନ୍ତି।  ଏହି ରାଶିର ମହିଳାମାନେ ନିଷ୍ଟାବାନ ପ୍ରେମୀ ହୋଇଥାନ୍ତି।

ମିନ ରାଶି-  ଏହି ରାଶିର ଝିଅମାନେ ମଧ୍ୟ ରୋମାଣ୍ଟିକ । ଏମାନେ ଫିଲ୍ମି ସ୍ୱଭାବର ହୋଇଥାନ୍ତି। ଏମାନେ ସବୁବେଳେ ନିଜର କାଳ୍ପନିକ ଦୁନିଆରେ ରହିଥାନ୍ତି। ପ୍ରତି ଦିନ ନୂଆ ନୂଆ କଳ୍ପନାକୁ ନେଇ ସେମାନେ ପାର୍ଟନରଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତି। ଏମାନେ ରୋମାଣ୍ଟିକ ଅନ୍ଦାଜରେ ନୂଆ କିଛି କରିବାକୁ ଭଲପାଆନ୍ତି। ଏମାନଙ୍କୁ କ୍ୟାଣ୍ଡେଲ ଲାଇଟ ଡିନର ଆଉ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ରେ ପ୍ରେମ ଅତିବାହିତ କରିବା ବେଶ୍‌ ପସନ୍ଦ।

କର୍କଟ ରାଶି- ଏହି ରାଶିର ଝିଅମାନେ କଥାକଥାରେ ଭାବବିହ୍ୱଳ ହୋଇପଡ଼ନ୍ତି। ଏମାନେ ବହୁତ ରୋମାଣ୍ଟିକ୍‌। ଏମାନେ ବହୁତ ବିଶ୍ୱାସୀ ଓ ସରଳ ପ୍ରକୃତିର ହୋଇଥାନ୍ତି। ଏମାନେ ନିଜ ପାର୍ଟନର ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତି।

କନ୍ୟା ରାଶି- ଏହି ରାଶିର ଝିଅମାନେ ଯଦି କାହାକୁ ଭଲପାଆନ୍ତି ତେବେ ତାଙ୍କ ସାରା ଦୁନିଆ ତାଙ୍କ ପାର୍ଟନରର ଚାରିପଟେ ହିଁ ଥାଏ। ଏମାନେ ନିଜ ପ୍ରେମୀର ସମସ୍ତ ଜିନିଷ ମନେ ରଖିଥାନ୍ତି।  ଯେପରିକି ସେ ଆପଣଙ୍କ ସହ କେବେ ପ୍ରଥମ ଥର ଦେଖା ହୋଇଥିଲେ, କେବେ ପ୍ରଥମେ ଫିଲ୍ମ ଯାଇଥିଲେ  କିମ୍ବା କେବେ ଏକାଠି ପ୍ରଥମ ଥର କୁଆଡ଼େ ବୁଲି ଯାଇଥିଲେ। ଏମାନଙ୍କୁ ସବୁ ତାରିଖ ଏମାଦନଙ୍କର ମନେଥାଏ।

ଧନୁ ରାଶି- ଏହି ରାଶିର ବ୍ୟକ୍ତିମାନେ ପ୍ରତିଟି ଛୋଟ ଛୋଟ ଜିନିଷରେ ଭଲପାଇବା ଖୋଜିଥାନ୍ତି। ଅନେକ ସରଳ ଉପାୟରେ ଏମାନେ ନିଜ ଭଲପାଇବାକୁ ପରିପ୍ରକାଶ କରିଥାନ୍ତି। ଯେପରିକି କେବେ ଗୋଲାପ ଫୁଲ ଦେଇ ତ କେବେ ଆପଣଙ୍କ ପସନ୍ଦର ଖାଦ୍ୟ ତିଆରି କରି। ଏମାନେ ସବୁ ଦିନକୁ ଖାସ ବନାଇଦିଅନ୍ତି।

ସିଂହ ରାଶି– ଏମାନେ ପ୍ରେମରେ ଭାରି ସଚ୍ଚା। ନିଜ ପ୍ରେମୀର ଯତ୍ନ କିପରି ନିଆଯାଏ, ଏମାନଙ୍କଠାରୁ ଶିଖିବା କଥା। ଏମାନେ ନିଜ ପ୍ରେମୀକୁ ଖୁସି କରିବା ଲାଗି କିଛି ବି କରିପାରନ୍ତି। ନିଜ ପ୍ରେମୀର ସମସ୍ତ ସ୍ୱପ୍ନ ପୂରା କରିବାକୁ ଏମାନେ ଚେଷ୍ଟା କରିଥାନ୍ତି।



from Odisha Reporter https://ift.tt/2P43eRv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages