ଅମୃତସର ଟ୍ରେନ୍‌ ଟ୍ରାଜେଡି: ଦୋଷ ଖସାଇବାକୁ ଆୟୋଜକଙ୍କ ପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଅମୃତସର ଟ୍ରେନ୍‌ ଟ୍ରାଜେଡି: ଦୋଷ ଖସାଇବାକୁ ଆୟୋଜକଙ୍କ ପ୍ରୟାସ

ଅମୃତସର: ପଞ୍ଜାବର ଅମୃତସର ନିକଟ ଧୋବି ଘାଟଠାରେ ଆୟୋଜିତ ରାବଣ ପୋଡ଼ି ବେଳେ ଏହାକୁ ଦେଖୁବାକୁ ଆସିଥିବା ଲୋକଙ୍କ ଉପରେ ଟ୍ରେନ୍‌ ମାଡ଼ି ଯାଇ ୬୧ ଜଣଙ୍କ ଜୀବନ ଯାଇଥିଲା ବେଳେ ଶତାଧିକ ଆହତ ହୋଇଥିଲେ। ଶୁକ୍ରବାର ଦିନ ଏହି ଘଟଣା ଘଟିଥିଲେ ହେଁ ପୁଲିସ୍‌ ଏଯାଏ କାହାକୁ ଗିରଫ କରିପାରି ନାହିଁ। ତେବେ ଆଜି ରେଳ ଧାରଣା ନିକଟରେ ରାବଣ ପୋଡ଼ିର ଆୟୋଜନ କରୁଥିବା ସଂଗଠକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି।

ରାବଣ ପୋଡ଼ିର ଆୟୋଜନ କରିଥିବା ସୌରଭ ମଦନ ଆଜି ଏକ ଭିଡିଓ ଜରିଆରେ ଘଟଣା ସମ୍ପର୍କରେ ସଫେଇ ଦେଇଛନ୍ତି। ସେ କହିଛନ୍ତି, “ରେଳ ଧାରଣା ନିକଟରେ ରାବଣ ପୋଡ଼ି ପାଇଁ ସମସ୍ତ ପ୍ରକାରର ଅନୁମତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ କିଛି ଲୋକ ମୋତେ ଦୋଷୀ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।”

ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ୧ ମିନିଟ୍‌ ୫୦ ସେକେଣ୍ଡର ଏକ ଭିଡିଓ ଜାରି ହୋଇଛି। ଏଥିରେ ସୌରଭ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ହାତ ଯୋଡ଼ି ଦୁର୍ଘଟଣାରେ ପ୍ରାଣ ହରାଥିବା ଲୋକଙ୍କ ପରିବାରବର୍ଗଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।

ସେ କହିଛନ୍ତି, “ ମୁଁ ସମସ୍ତଙ୍କୁ ଏକାଠି କରିବାକୁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲି। ଏଥିପାଇଁ ଆମେ ସମସ୍ତ ପ୍ରକାରର ଅନୁମତି ନେଇଥିଲୁ। ରାବଣ ଦହନଠାରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ଖୋଲା ସ୍ଥାନ ମଧ୍ୟ ରହିଥିଲା। ମୋ ପକ୍ଷରୁ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ। ଘଟଣା ସ୍ଥଳରେ ୧୦୦ରୁ ଅଧିକ ପୁଲିସ୍‌, ଅଗ୍ନିଶମ ଗାଡ଼ି ଓ ପାଣି ଟାଙ୍କି ମହଜୁଦ୍‌ ରଖାଯାଇଥିଲା। ଧୋବି ଘାଟ ଗ୍ରାଉଣ୍ଡର ପରିସର ମଧ୍ୟରେ ହିଁ ରାବଣ ପୋଡ଼ି ହୋଇଥିଲା। ରେଳ ଧାରଣା ନିକଟରେ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନଥିଲା। ଆମେ ରେଳ ଧାରଣା ନିକଟରେ କୌଣସି ଚେୟାର ପକାଇ ନଥିଲୁ। ଆମେ ଲୋକଙ୍କୁ ୭ରୁ ୧୦ ଥର ରେଳ ଧାରଣାରେ ଠିଆ ନ ହେବାକୁ ମାଇକ୍‌ ଯୋଗେ କହିଥିଲୁ। ତଥାପି ଲୋକେ ଶୁଣିଲେ ନାହିଁ। ହଠାତ୍‌ ଟ୍ରେନ୍‌ ମାଡ଼ି ଆସିଲା ଏବଂ ଏତେ ବଡ଼ ଦୁର୍ଘଟଣା ଘଟିଲା।” ୩ରୁ ୪ ଜଣ କେବଳ ମିଥ୍ୟା ପ୍ରଚାର କରିବାରେ ଲାଗିଛନ୍ତି ବୋଲି ସେ କହଛନ୍ତି।

ସୌରଭ ହେଛନ୍ତି ସ୍ଥାନୀୟ କଂଗ୍ରେସ କାଉନସିଲର୍‌ ବିଜୟ ମଦନଙ୍କ ପୁଅ। ରବିବାର ଦିନ ସୌରଭ ନିଜ ଘରୁ କାର୍‌ରେ ଯାଉଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ପରଠାରୁ ହିଁ ସୌରଭଙ୍କ ଘର ବନ୍ଦ ରହିଛି। ଶନିବାର କିଛି ଲୋକ ସୌରଭଙ୍କୁ ଘଟଣା ପାଇଁ ଦାୟୀ କରି ତାଙ୍କ ଘର ଉପରକୁ ଟେକା ପଥର ମାଡ଼ କରିଥିଲେ।
ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2R9FQCR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages