
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ବୁଧବାର ଅପରାହ୍ଣ ୫ଟା ସାବରୀମାଲା ମନ୍ଦିର ମହିଳାଙ୍କ ପାଇଁ ଖୋଲାଯିବ। ତେବେ ବର୍ଷବର୍ଷ ଧରି ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା ପାରମ୍ପରିକ କଟକଣାକୁ ଅଣଦେଖା କରି ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଏହାକୁ କିଛି ସାମାଜିକ ସଂଗଠନ ଓ ରାଜନୀତିକ ଦଳ ବିରୋଧ କରୁଛନ୍ତି। ଯାହାକୁ ନେଇ ଗତକାଲିଠାରୁ ସାବରୀମାଲା ମନ୍ଦିର ନିକଟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ତେବେ ଏହି ସାବରୀମାଲା ମନ୍ଦିର ପାଖରେ ଚାଲିଥିବା ଆନ୍ଦୋଳନର ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଗଣମାଧ୍ୟମର ମହିଳା ସାମ୍ବାଦିକଙ୍କୁ ଆନ୍ଦୋଳନକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏଥିସହ ସାମ୍ବାଦିକମାନଙ୍କ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଭାଙ୍ଗି ଦେଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁଲିସ୍ ଉପସ୍ଥିତିରେ ହିଁ ଏଭଳି ଘଟଣା ଘଟିଥିଲେ ହେଁ ଏହାକୁ ରୋକିବାକୁ ସେମାନେ କୌଣସି ପ୍ରୟାସ କରିନଥିଲେ।
ରିପ୍ଲବିକ୍ ଟିଭିର ଜଣେ ମହିଳା ସାମ୍ବାଦିକଙ୍କୁ ଆନ୍ଦୋଳନକାରୀ କାଠ ଫାଳିଆରେ ମାଡ଼ ମାରିଛନ୍ତି। ସେହିପରି ନ୍ୟୁଜ୍ ମିନିଟ୍ର ସାମ୍ବାଦିକଙ୍କ ମେରୁଦଣ୍ଡକୁ ବିକ୍ଷୋଭକାରୀ ଗୋଇଠା ମାରିଥିବା ଅଭିଯୋଗ ହୋଇଛି।
ଏହାବାଦ୍ ‘ଆଜତକ’ ଓ ‘ନ୍ୟୁଜ୍-୧୮’ର ଦୁଇ ଜଣ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଇଥିବା ସଂପୃକ୍ତ ମିଡିଆ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି।
from Odisha Reporter https://ift.tt/2NJdSLT
No comments:
Post a Comment