“ଚେତା ହରାଇବା ପର୍ଯ୍ୟନ୍ତ ମୋତେ ୬ଜଣ କରିଥିଲେ ଦୁଷ୍କର୍ମ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

“ଚେତା ହରାଇବା ପର୍ଯ୍ୟନ୍ତ ମୋତେ ୬ଜଣ କରିଥିଲେ ଦୁଷ୍କର୍ମ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଦିଆ ମୁରାଦ। ବୟସ ୨୫। ଆଉ ଏଇ ବୟସରେ ନୋବେଲ ଶାନ୍ତି ପୁରସ୍କାର ପା‍ଇବାକୁ ମନୋନୀତ ହୋଇଛନ୍ତି ଏହି ମହିଳା। ଯୁଦ୍ଧର ହତିଆର ଭାବେ ଯୌନ ହିଂସାକୁ ରୋକିବାକୁ ବିଶ୍ୱବ୍ୟାପୀ ଆନ୍ଦୋଳନ କରୁଥିବା ନିଦିଆଙ୍କ ଉଦ୍ୟମ ପ୍ରଂଶସନୀୟ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ୱର ଏହି ସମ୍ମାନଜନକ ପୁରସ୍କାର ଦେବାକୁ ମନୋନୀତ କରାଯାଇଛି। କିନ୍ତୁ ଜୀବନର ସବୁଠାରୁ ଦୁଃଖଦ ସମୟକୁ ଭୋଗ କରି ସାରିଛନ୍ତି ଏହି ମହାନ୍‌ ମହିଳା। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ସଂଘର୍ଷମୟ ଅତୀତ।

ସିରିଆ ସୀମା ସଂଲଗ୍ନ ଇରାକ ଉତ୍ତରାଞ୍ଚଳରେ ୟାଜିଦ୍‌ ସହଜରେ ୧୯୯୩ରେ ଜନ୍ମ ଗ୍ରହଣ କରିଥିଲେ ନାଦିଆ। ଦେଖିବାକୁ ସୁନ୍ଦର ଆଉ ପଠପଢାରେ ବି ବେଶ୍‌ ଭଲ ଥିଲେ ବାଳିକା ନାଦିଆ। ଜୀବନଟି ଶୃଙ୍ଖଳିତ ଭାବେ ଆଗକୁ ବଢୁଥିଲା। ସ୍ୱର୍ଣ୍ଣିମ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ବାଳିକାଟି ଧିରେ ଧିରେ ବଡ଼ ହେଉଥିଲା।

୨୦୧୪ ଅଗଷ୍ଟ। କେହି କିଛି ଜାଣିବା ଆଗରୁ ନାଦିଆଙ୍କ ଗ୍ରାମ ୟାଜିଦ୍‌ର କୋଚୋ ଉପରେ ଚଢାଉ କଲା ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌(IS)। ଦେଖୁ ଦେଖୁ ଧୂଳିସାତ୍‌ ହୋଇଗଲା ସ୍ୱପ୍ନ। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ କୋଚୋ ପାଲଟିଗଲା ଶ୍ମଶାନ। ବହୁ ପୁରୁଷ ଆଉ ମହିଳାଙ୍କୁ ବାନ୍ଧିନେଲେ ବର୍ବର IS ଆତଙ୍କବାଦୀ । କିଶୋରୀ କନ୍ୟା ଆଉ ଯୁବତୀମାନଙ୍କୁ ହତ୍ୟା ନ କରି ବାନ୍ଧିନେବାକୁ ନିର୍ଦ୍ଦେଶ ଆସିଲା। ଅଘୋଷିତ ନିର୍ଦ୍ଦେଶନାମାରେ ସ୍ୱଳ୍ପ ବୟସର ଯୁବକମାନେ ପାଲଟିଗଲେ ଆତଙ୍କବାଦୀ। ଖାତା, କଲମ ଧରି ଦୁନିଆର ମୋଡ଼ ବଦଳାଇବାର ଚିନ୍ତା ପରିତ୍ୟାଗ କରିବାକୁ ଅକଥ ନିର୍ଯାତନା ଦିଆଗଲା। ହାତରେ ଧରେଇ ଦିଆଗଲା ବନ୍ଧୁକ ଆଉ କାନ୍ଧରେ ଝୁଲାଇ ଦିଆଗଲା ଗୁଳିଗୋଳା। ମାନସିକତାକୁ ପରିବର୍ତ୍ତନ କରିବାକୁ ହତ୍ୟା ଆଉ ରକ୍ତପାତର କଥା ଶିଖାଇ ଦିଆଗଲା।

ଏ ତ ଗଲା ପୁରୁଷଙ୍କ କଥା। ହେଲେ, ଝିଅମାନେ ଉପଭୋଗ୍ୟା ହେବାକୁ ବ୍ୟବସ୍ଥା କରାଗଲା। ନିଜକୁ ଯୋଦ୍ଧା ବୋଲାଉଥିବା ଆତଙ୍କବାଦୀଙ୍କ କ୍ଲାନ୍ତି ମେଣ୍ଟାଇବାକୁ ସେମାନଙ୍କୁ ନିୟୋଜିତ କରାଗଲା। ଶହଶହ ଯୁବତୀ ଭୀତତ୍ରସ୍ତ ଅବସ୍ଥାରେ ଥିଲେ ବି ପେଟକୁ ଦାନ ଆଉ ବଞ୍ଚିବାର ଆଶା ନେଇ ଆତଙ୍କବାଦୀମାନଙ୍କ ସଯ୍ୟାସଙ୍ଗିନୀ ହେଲେ। ସେମାନଙ୍କ ଭିତରୁ ଜଣେ ଥିଲେ ନାଦିଆ

ଅନ୍ୟ ଝିଅମାନଙ୍କ ଅପେକ୍ଷା ନାଦିଆ ବୋଧହୁଏ ଥିଲେ ଅଧିକ ସୁନ୍ଦର। ତେଣୁ ଦେହର ଭୋକ ମେଣ୍ଟାଇବାକୁ ବଡ଼ ବଡିଆଙ୍କ ପାଇଁ ସେ ପ୍ରଯୁଜ୍ୟ ହେବେ ବୋଲି କଳ୍ପନା କରି ତାଙ୍କୁ ବନ୍ଦୀ ଅବସ୍ଥାରେ ବାନ୍ଧି ନିଆଗଲା ଇରାକର ରାଜଧାନୀ ମସୁଲକୁ। ସେଠି ତାଙ୍କୁ ରହିବାକୁ ପଡିଲା ୬ ମାସ। ଏ ୬ ମାସ ଥିଲା ତାଙ୍କ ଜୀବନର ସବୁଠାରୁ ଦୁଃଖକ ସମୟ। ସେ ସେଠି ଜଣେ ନାରୀ କି ଜଣେ ମଣିଷ ଭାବେ ବଞ୍ଚୁ ନ ଥିଲେ। ଦେହ ଲୋଭିଙ୍କ କ୍ଷୁଧାର୍ଥ ତୁଣ୍ଡର ଆହର ଭଳି ସେ ପଡି ରହିଥିଲେ। ଯିଏ ଯେମିତି ପାଇଲା ତାଙ୍କୁ ଭୋଗ କଲା। ଇଚ୍ଛା ଅନିଚ୍ଛାର କିଛି ମାନେ ନ ଥିଲା ତାଙ୍କ ପାଇଁ। ସମ୍ଭୋଗ ପାଇଁ ମନା କଲେ ଆରମ୍ଭ ହେଉଥିଲା ମାଡ଼। ସେଠାରୁ ସେ ଯେ, ନିସ୍ତାର ପାଇବେ ସେ କଥା ସେ କେବେ ପରିକଳ୍ପନା ବି କରି ନ ଥିଲେ।

ଏଭଳି ସ୍ଥିତି ଦେଖି ଜୋର୍‌ କରି ସେଠାରେ ଥିବା ଜଣେ ଯୁବ ଆତଙ୍କବାଦୀଙ୍କ ସହ ତାଙ୍କୁ ବିବାହ କରାଇ ଦିଆଗଲା। ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ଦିଆଗଲା। ହେଲେ ତା ପରେ ବି ନିର୍ଯାତନା କମି ନ ଥିଲା। ଭୋଗ ବିଳାସର ସାମଗ୍ରୀ ପାଲଟି ଯାଇଥିଲା ତାଙ୍କ ଦେହ। ସେବୁବେଳେ ମେକ୍‌ଅପ୍‌ରେ ରହିବାକୁ ଥିଲା କଡ଼ା ନିର୍ଦ୍ଦେଶ । ଏଥିସହ ଦେହ ଦିଶିବା ଭଳି ଚିପା ପୋଷାକ ପିନ୍ଧିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା।

ଏମିତି ଯନ୍ତ୍ରଣାରେ ଦିନ କାଟୁଥିବା ବେଳେ ଦିନେ ଜଣେ ସ୍ଥାନୀୟ ମୁସ୍‌ଲିମ୍‌ ମହିଳାଙ୍କ ସହଯୋଗରେ ସେ ଖସି ଆସିବାକୁ ଉଦ୍ୟମ କରନ୍ତି। ହେଲେ ବିଫଳ ହୁଅନ୍ତି । ଜଣେ ଗାର୍ଡ ତାଙ୍କୁ ଧରିନେଇଯାଏ। ନିର୍ଦ୍ଦେଶ ଆସେ ବଳାତ୍କାର କରିବାକୁ। ୬ ଜଣ ମିଶି ଜଣକ ପରେ ଜଣେ ତାଙ୍କୁ ବଳାତ୍କାର କରୁଥାନ୍ତି। ଯେ ପର୍ଯ୍ୟନ୍ତ ସେ ଚେତା ନ ହରାଇଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଏଭଳି ପାଶବିକ ନିର୍ଯାତନା ଦିଆଯାଉ ବୋଲି ନିର୍ଦ୍ଦେଶ ଥାଏ। ସେ ଥକି ପଡନ୍ତି ଆଉ ପୁନର୍ବାର ତାଙ୍କୁ ବନ୍ଦୀ କରି ନିଆଯାଏ।

ହେଲେ ସେଇଠି ଭାଙ୍ଗି ପଡନ୍ତିନି ନାଦିଆ। ପୁଣି ସେ ଆତଙ୍କି ଦାନବଙ୍କ ଖୁଆଡ ଭିତରୁ ମୁକ୍ତି ପାଇବାକୁ ଖୋଜି ବସନ୍ତି ପଥ। ଏଥରେ ସଫଳ ହୁଅନ୍ତି। ପାଦ ଯାଇ ପହଞ୍ଚେ ଇରାକ୍‌ର କୁର୍ଦ୍ଦିସ୍ତାନରେ। ପରିବାର ଲୋକଙ୍କୁ ଭେଟିବେ ବୋଲି ଆଶା ସଞ୍ଚାର ହୁଏ। କିନ୍ତୁ ଯାହା ଶୁଣନ୍ତି, ପାଦରୁ ମାଟି ଖସିପଡେ। ତାଙ୍କ ୬ ଭାଇ ଓ ମା’ଙ୍କୁ ହତ୍ୟା କରାଯାଇଥାଏ। ତେଣୁ ସେ ଏକାକୀ କେମିତି ରହିବେ ଓ କାହାର ସାହାଯ୍ୟ ନେବେ କିଛି ବୁଝି ପାରନ୍ତି ନାହିଁ। ଶେଷରେ ଜର୍ମାନୀରେ ରହୁଥିବା ଭଉଣୀଙ୍କ ପାଖକୁ ଚାଲି ଯାଆନ୍ତି।

ସେଇଠାରୁ ଆରମ୍ଭ ହୁଏ ସଂଗ୍ରାମୀର ଜୀବନ। ୟାଜିଦ୍‌ ମହିଳାମାନଙ୍କୁ ଏକାଠି କରି ସେମାନଙ୍କ ପରିବାର ସହ ମିଶାଇବାକୁ ସେ ଆରମ୍ଭ କରନ୍ତି ଅଭିଯାନ । ନାଁ ରଖନ୍ତି- ‘Nadias Innitiative’। ସାମିଲ ହୁଅନ୍ତି Me too ଆନ୍ଦୋଳନରେ।

୨୦୧୫ ଡିସେମ୍ବର ୧୬। ମିଳିତ ଜାତିସଂଘରେ ତାଙ୍କ ସଂଘର୍ଷର କାହାଣୀ ବର୍ଣ୍ଣନା ହୁଏ। ଚକିତ ହୁଏ ବିଶ୍ୱ। ଏପରି ଏକ ମର୍ମନ୍ତୁଦ ସ୍ଥିତିରୁ ମୁକୁଳି ପୁନଃ ସଂଗ୍ରାମ ପାଇଁ ଅଣ୍ଟା ଭିଡିଥିବା ଏହି ସ୍ୱଳ୍ପ ବୟସୀ ଯୁବତୀଙ୍କ ପାଇଁ ମଥାନତ ହୁଏ ସମଗ୍ର ବିଶ୍ୱ। ଶେଷରେ ତାଙ୍କୁ ଜାତିସଂଘର ମାନବ ଚାଲାଣ ନିରୋଧ ଅଭିଯାନର ଗୁଡ୍‌ୱିଲ୍‌ ଆମ୍ୱାସେଡ୍‌ର ଭାବେ ନିଯୁକ୍ତି ମିଳେ। ରାତାରାତି ଚର୍ଚ୍ଚିତ ହୋଇପଡନ୍ତି ନାଦିଆ।

ଏବେ ନୂଆ ଜୀବନ ପାଇଛନ୍ତି ସେ। ତାଙ୍କ ସହ କାର୍ଯ୍ୟ କରୁଥିବା ୟାଜିଦ୍‌ କର୍ମକର୍ତ୍ତା ଆବିଦ୍‌ ସାମଦିନ୍‌ଙ୍କୁ ସେ ବିବାହ କରିଛନ୍ତି। ଇତିମଧ୍ୟରେ ତାଙ୍କ ସଂଘର୍ଷର କାହାଣୀକୁ ନେଇ ଆତ୍ମଜୀବନୀ ମଧ୍ୟ ପ୍ରକାଶିତ ହୋଇଛି। ନାଁ ରହିଛି ‘The Lost Girl’।



from Odisha Reporter https://ift.tt/2Obxayv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages