ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଏହି ହଲିଉଡ୍‌ ଷ୍ଟାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଏହି ହଲିଉଡ୍‌ ଷ୍ଟାର୍‌

ମୁମ୍ବାଇ: ହଲିଉଡ୍‌ ଷ୍ଟାରମାନଙ୍କର ବଲିଉଡ୍‌ ପ୍ରତି ରହିଛି ଅହେତୁକ ଦୁର୍ବଳତା। ଏଣୁ ଅନେକ ସମୟରେ ସେମାନେ ବଲିଉଡ୍‌ ଷ୍ଟାରଙ୍କ ସହ କାମ କରିବାକୁ ଇଚ୍ଛା ଜାହିର୍‌ କରିଥାନ୍ତି। ଜାଣିଛନ୍ତି ନିକଟରେ ଜଣେ ହଲିଉଡ୍‌  ଷ୍ଟାର ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର ଓ ଐଶ୍ୱର୍ଯ୍ୟ ରାୟଙ୍କ ସହ କାମ କରିବାକୁ ଇଛା ପ୍ରକାଶ କରୁଥିବା କହିଛନ୍ତି।  ସେ ହଲିଉଡ୍‌ ଷ୍ଟାର ଜଣକ ହେଉଛନ୍ତି ୱିଲ୍‌ ସ୍ମିଥ୍‌।

ନିକଟରେ ସେ ଭାରତକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ନିଜ ମନକଥା କହିଛନ୍ତି।

ସେ ଫରହାନ୍‌ଙ୍କ  ଅଖ୍‌ତରଙ୍କ ସହ ଏକ ଖାସ୍‌ ସେଶନ୍‌ରେ ଡ୍ୟାନ୍ସ ସିକ୍ୱେନ୍ସ କରିବା ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ କାମ କରିବାକୁ  ଚାହୁଁଛନ୍ତି ବୋଲି କହିଛନ୍ତି।

ୱିଲ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ରଣବୀର ସିଂହ, କରଣ ଜୋହର ଓ ଅକ୍ଷୟ କୁମାରଙ୍କ ସହ  ଖୁବ୍‌ ମସ୍ତି କରିଥିଲେ। ଏହି ମସ୍ତି ସମୟର କିଛି ଫଟୋ ବି ୱିଲ୍‌ ସୋଶାଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ସୂଚନା ଯୋଗ୍ୟ ଯେ, ୱିଲ୍‌ ଆସିଥିବା କାର୍ଯ୍ୟକ୍ରମରେ  ରଣବୀର ସିଂହ ଓ ଅକ୍ଷୟ କୁମାର ବି ସାମିଲ୍‌ ହୋଇଥିଲେ। ଏହା ପୂର୍ବରୁ  ଅକ୍ଷୟ କୁମାର ନିଜ ଘରେ ଆୟୋଜିତ କରିଥିବାଏକ ଖାସ୍‌ ପାର୍ଟିକୁ ୱିଲ୍‌ ଆସିଥିଲେ।   ଏହାଛଡ଼ା ୱିଲ୍‌ କରଣ ଜୋହରଙ୍କ ଟକ୍‌ ଶୋ’ ‘କଫି ଉଇଥ୍‌ କରଣ’ରେ ବି ନଜର ଆସିଥିଲେ। ରିପୋର୍ଟ ମୁତାବକ ୱିଲ୍‌ କରଣ ଜୋହରଙ୍କ ଫିଲ୍ମ  ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର ୨’ ରେ ଅତିଥି କଳାକାର ଭାବେ ଯୋଗ ଦେଇଥିଲେ।



from Odisha Reporter https://ift.tt/2PiOQ7P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages