‘ବିଗ୍‌ ବସ୍‌’ରୁ ବିଦା ହେବା ପରେ ଅନୁପ୍‌ ଜଲୋଟା କହିଲେ, “ଜସ୍‌ଲିନ୍‌ ମୋ’ ଗର୍ଲଫ୍ରେଣ୍ଡ୍‌ ନୁହନ୍ତି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

‘ବିଗ୍‌ ବସ୍‌’ରୁ ବିଦା ହେବା ପରେ ଅନୁପ୍‌ ଜଲୋଟା କହିଲେ, “ଜସ୍‌ଲିନ୍‌ ମୋ’ ଗର୍ଲଫ୍ରେଣ୍ଡ୍‌ ନୁହନ୍ତି”

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍‌ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌-୧୨ରୁ ଭଜନ ଗାୟକ ଅନୁପ୍‌ ଜଲୋଟାଙ୍କ ସହ ସବା ଖାନ୍‌ ବାଦ୍‌ ପଡ଼ିଛନ୍ତି। ଜଲୋଟାଙ୍କ ବିଦାୟ ପରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ କୁହାଯାଉଥିବା ତାଙ୍କ ପାର୍ଟନର୍‌ ଜସ୍‌ଲିନ୍‌ ମଥାରୁ ଏବେ ବିଗ୍‌ ବସ୍‌ ଘରେ ଏକୁଟିଆ ହୋଇ ପଡ଼ିଛନ୍ତି। ସେହିପରି ସବା ଖାନ୍‌ଙ୍କ ପାର୍ଟନର୍‌ ସୌମି ଖାନ୍‌ ମଧ୍ୟ ବିଗ୍‌ ବସ୍‌ ଘରେ ଅଛନ୍ତି। ତେବେ ଅନୁପ୍‌ ଜଲୋଟା ଓ ସବା ଖାନ୍ ଘର ଛାଡ଼ିବା ବେଳେ ସେମାନଙ୍କ ପାର୍ଟନର୍‌ ଜସ୍‌ଲିନ୍‌ ଓ ସୌମିଙ୍କୁ କାନ୍ଦିବାର ଦେଖିବାକୁ ମିଳିଥିଲା।

ବିଗ୍‌ ବସ୍‌ ଘରୁ ବାହାରକୁ ଆସିବା ପରେ ଅନୁପ୍‌ ଜଲୋଟା କହିଛନ୍ତି ଯେ ଜସ୍‌ଲିନ୍‌ ତାଙ୍କ ଗର୍ଲଫ୍ରେଣ୍ଡ୍‌ ନୁହନ୍ତି କି ଉଭୟଙ୍କ ମଧ୍ୟରେ ବୟ ଫ୍ରେଣ୍ଡ୍‌-ଗର୍ଲଫ୍ରେଣ୍ଡ୍‌ର ସମ୍ପର୍କ ଆଦୌ ନାହିଁ। ଏପରି ଉଭୟଙ୍କ ମଧ୍ୟରେ କୌଣସି ପ୍ରକାର ପ୍ରେମ ଅବା ଶାରୀରିକ ସମ୍ପର୍କ ମଧ୍ୟ ନାହିଁ ବୋଲି ଏହି ୬୫ ବର୍ଷ ବୟସ୍କ ଭଜନ ଗାୟକ ସ୍ପଷ୍ଟ କରିଛନ୍ତି।

ଉଭୟଙ୍କ ସମ୍ପର୍କ ସମ୍ପର୍କର ସଫେଇ ରଖି ଜଲୋଟା କହିଛନ୍ତି ଯେ , ” ଲୋକେ ଆମ ସମ୍ପର୍କକୁ ବୁଝି ନପାରି ଅନ୍ୟ ଅର୍ଥରେ ଦେଖୁଛନ୍ତି। ପ୍ରକୃତପକ୍ଷେ ଆମ ମଧ୍ୟରେ ସେପରି କୌଣସି ପ୍ରକାର ପ୍ରେମ ସମ୍ପର୍କ ନାହିଁ। ଆମ ଭିତରେ କେବଳ ସଙ୍ଗୀତର ସମ୍ପର୍କ ରହିଛି। ଜସ୍‌ଲିନ୍‌ ମୋ ଛାତ୍ରୀ ଏବଂ ମୁଁ ତାଙ୍କ ଶିକ୍ଷକ। ସଙ୍ଗୀତ ଶିଖିବାରେ ମୁଁ ତାଙ୍କୁ ସହାୟତା କରେ। ”

ତେବେ ଅନୁପ ଜଲୋଟା ବିଗ୍‌ ବସ୍‌ -୧୨ ଛାଡ଼ିବା ସମୟରେ ତାଙ୍କ ପାର୍ଟନର୍‌ ଜସ୍‌ଲିନ୍‌ଙ୍କୁ କାନ୍ଦି ପକାଇଥିଲେ। ଭଜନ ଗାୟକ ଅନୁପ୍‌ ନିଜ ଛାତ୍ରୀ ତଥା ତାଙ୍କ ଠାରୁ ବୟସରେ ୩୭ ବର୍ଷ ସାନ ଜସ୍‌ଲିନ୍‌ ମଥାରୁଙ୍କ ସହିତ ବିଗ୍‌ ବସ୍‌-୧୨ରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ଦୁହିଁ ମଧ୍ୟରେ ଅଫେୟାର୍‌ ଥିବା ନେଇ ସୋଶାଲ୍‌ ମିଡିଆରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଅନ୍ୟପକ୍ଷରେ ଅନୁପଙ୍କ ସହ ସବା ଖାନ୍‌ ମଧ୍ୟ ବିଗ୍ ବସ୍‌-୧୨ରୁ ବିଦା ହୋଇଛନ୍ତି। ସୂଚନା ଅନୁସାରେ, ଏହି ଦୁଇ ଜଣଙ୍କୁ ସବୁଠାରୁ କମ୍‌ ଭୋଟ୍‌ ମିଳିଥିଲା। ଏମାନଙ୍କ ସହ ସୁରଭି ରାଣା, ସ୍ରିଷ୍ଟି ରୋଡେ ମଧ୍ୟ ଏଲିମିନେଟ୍‌ ହୋଇଥିଲେ। କିନ୍ତୁ ଏହି ଦୁଇ କଣ୍ଟେଷ୍ଟାଣ୍ଟ୍‌ ବାହାରି ଯିବା ପରେ ଅନ୍ୟ ଦୁଇ ଜଣ ସୁରକ୍ଷିତ ରହିଛନ୍ତି।ସେପଟେ ଥରେ ଏଲିମିନେଟ୍‌ ହେବା ପରେ ଅନୁପ୍‌ ଜଲୋଟା ଶ୍ରୀସନ୍ଥଙ୍କ ସହିତ ସିକ୍ରେଟ୍‌ ରୁମ୍‌ରେ ରହିଥିଲେ । ସିକ୍ରେଟ୍ ରୁମ୍‌ରେ ରହିବା ସମୟରେ ସେ ଜସ୍‌ଲିନ୍‌ଙ୍କୁ ଶିବାଶିଷ୍‌ ଓ ସୌରଭଙ୍କ ନିକଟତର ହେବା ଜାଣିବାକୁ ପାଇଥିଲେ। ପରେ ଏହି ବିଷୟକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା।
ସେହିପରି ସବା ଖାନ୍‌ ଓ ତାଙ୍କ ଭଉଣୀ ସୌମି ଖାନ୍ ମଧ୍ୟ ବିଗ୍ ବସ୍‌-୧୨ରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଥିଲେ। ଦୁଇଜଣଙ୍କର ବଣ୍ଡିଙ୍ଗ୍‌ ଓ କଥା କଥାରେ ଅନ୍ୟ ଜଣକ ଉପରେ ଭାରି ପଡ଼ିବା ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ।
ବିଗ୍‌ ବସ୍‌ ହାଉସ୍‌ରେ କ୍ୟାପ୍‌ଟେନ୍‌ସିପ୍ ପାଇଁ ସୌମିଙ୍କୁ ଅନ୍ୟ କଣ୍ଟେଷ୍ଟାଣ୍ଟ୍‌ ଅନେକ ହଇରାଣ କରୁଥିବାର ଦେଖିବାକୁ ମିଳିଥିଲା। ଏସବୁ ସତ୍ତ୍ୱେ ସୌମି ଚର୍ଚ୍ଚାରେ ରହି ଆସିଥିଲେ।
ଅନୁପ୍‌ ଜଲୋଟା- ଜସ୍‌ଲିନ୍‌ ମାଥାରୁ ଓ ସବା-ସୌମି ଖାନ୍ ଯୋଡ଼ି ଏକାଠି ବିଗ୍‌ ବସ୍‌ ହାଉସ୍‌ରେ ପ୍ରବେଶ କରିଥିଲେ। ଏବେ ଏହି ଦୁଇ ଯୋଡ଼ିଙ୍କ ମଧ୍ୟରୁ ଅନୁପ୍‌ ଓ ସବା ବାଦ୍‌ ପଡ଼ିବା ପରେ, ଏବେ ସେମାନଙ୍କ ପାର୍ଟନର୍ସ ଜସ୍‌ଲିନ୍‌ ଓ ସୌମିଙ୍କ ଉପରେ ଦର୍ଶକ ନଜର ରଖିଛନ୍ତି।



from Odisha Reporter https://ift.tt/2Q0Kkva

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages