୭ ହାତୀ ମୃତ୍ୟୁର ତଦନ୍ତ ପାଇଁ ଢେଙ୍କାନାଳରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

୭ ହାତୀ ମୃତ୍ୟୁର ତଦନ୍ତ ପାଇଁ ଢେଙ୍କାନାଳରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

fre

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ୭ଟି ହାତୀର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଆଜି ଢେଙ୍କାନାଳରେ ପହଞ୍ଚିଛି।

କ୍ରାଇମବ୍ରାଞ୍ଚ ୪ଜଣିଆ ଟିମ୍ ଢେଙ୍କାନାଳରେ ପହଞ୍ଚି ଡିଏଫ୍ଓ ଏବଂ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ୍‌ରେ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଢେଙ୍କାନାଳ ମିଳିତ ବଜାର ପୂଜା କମିଟି ପକ୍ଷରୁ ଡିଏଫ୍ଓ ଅଫିସ୍‌ ଘେରାଉ କରାଯାଇଛି।

ବର୍ତ୍ତମାନ ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ହାତୀଙ୍କୁ ହତ୍ୟା କରାଯାଇଥିବା ପୂଜା କମିଟି ଅଭିଯୋଗ କରିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ଦାବି କରିଛି।

ହାତୀ ମୃତ୍ୟୁକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏ ଘଟଣା ପରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗର ୩ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେହିପରି ବିଦ୍ୟୁତ୍ ବିଭାଗର ଜଣେ ଅଧିକାରୀଙ୍କୁ ବହିଷ୍କାର କରାଯାଇଥିବା ବେଳେ ୩ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏହି ୭ ହାତୀଙ୍କର ମୃତ୍ୟୁ ହୋଇଥିଲା।



from Odisha Reporter https://ift.tt/2CKMhZ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages