
ଲକ୍ଷ୍ନୌ: ରାଗ ମଣିଷର ଶତ୍ରୁ। ସେହି ରାଗ ଜଣେ ଜନ୍ମ କଲା ମା’କୁ ହତ୍ୟାକାରୀ ସଜାଇଛି। ସେ ପୁଣି କେଉଁ ଗାଁ ଗହଳିର ନିରକ୍ଷର ମା’ ନୁହନ୍ତି। ବରଂ ଉତ୍ତର ପ୍ରଦେଶ ବିଧାନ ପରିଷଧ ଅଧ୍ୟକ୍ଷ ରମେଶ ଯାଦବଙ୍କ ଧର୍ମପତ୍ନୀ ଯିଏ ତାଙ୍କ ୨୨ ବର୍ଷୀୟ ପୁଅକୁ ତଣ୍ଟି ଚିପି ହତ୍ୟା କରିଛନ୍ତି।
୨୨ ବର୍ଷୀୟ ଅଭିଜିତ୍ଙ୍କୁ ହତ୍ୟା କରିବା କଥା ମା’ ମୀରା ଯାଦବଙ୍କ ସ୍ୱୀକାର କରିଛନ୍ତି। ଏଭଳି ସ୍ୱୀକାରୋକ୍ତି ପରେ ପୁଲିସ୍ ପୁଅ ହତ୍ୟାକାରୀ ମା’ଙ୍କୁ ଗିରଫ କରିଛି। ପ୍ରାଥମିକ ଅବସ୍ଥାରେ ଅସୁସ୍ଥତା କାରଣରୁ ଅଭିଜିତ୍ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ କହୁଥିଲେ। ହେଲେ ଶବ ବ୍ୟବଚ୍ଛେଦ ପରେ ଅଭିଜିତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।
ବିଏସ୍ସିର ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଅଭିଜିତ୍, ତାଙ୍କ ମା’ ମୀରା ଓ ବଡ଼ ଭାଇ ଅଭିଷେକ ଉତ୍ତର ପ୍ରଦେଶର ଦାରୁଲ ଶଫାରେ ଥିବା ରମେଶ ଯାଦବଙ୍କ ଅଫିସିଆଲ୍ କ୍ୱାର୍ଟର୍ସରେ ରହୁଥିଲେ। କିନ୍ତୁ ରମେଶ ଅଲଗା ରହୁଥିଲେ। ତେବେ ମୀରା ତାଙ୍କୁ କେଉଁ କାରଣରୁ ରାଗିଯାଇ ହତ୍ୟା କଲେ, ତାହା ଜଣାପଡ଼ିନି।
from Odisha Reporter https://ift.tt/2S2HxDj
No comments:
Post a Comment