
ଇସ୍ଲାମାବାଦ୍: ଦିନିକିଆ କ୍ରିକେଟ୍ ଇତିହାସରେ ମାତ୍ର ୩୭ଟି ବଲ୍ରେ ଦ୍ରୁତତମ ଶତକ ହାସଲ କରି ରେକର୍ଡ ବୁକ୍ରେ ନିଜ ନାଁକୁ ସାମିଲ କରିଥିବା ପାକିସ୍ତାନ କ୍ରିକେଟର୍ ବୁମ୍ ବୁମ୍ ସାହିଦ୍ ଆଫ୍ରିଦିଙ୍କ ବ୍ୟାଟିଂ ପରାକ୍ରମ କଥା ସମସ୍ତେ ଜାଣନ୍ତି। ଆଫ୍ରିଦି ମାତ୍ର ୧୬ ବର୍ଷ ବୟସରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ମାତ୍ର ୩୭ ବଲ୍ରେ ଏହି ଶତକ ହାସଲ କରିଥିଲେ। ଏଥିରେ ଥିଲା ଅନେକ ବିଶାଳ ବିଶାଳ ଛକା ଓ ଆକର୍ଷଣୀୟ ଚୌକା।
କିନ୍ତୁ ଆଫ୍ରିଦି ୧୯୯୬ ମସିହା ଅକ୍ଟୋବର ୪ରେ ଏଭଳି ଛକା ଓ ଚୌକା ବର୍ଷା କେଉଁ ଭାରତୀୟ ବ୍ୟାଟସ୍ମ୍ୟାନ୍ଙ୍କ ବ୍ୟାଟ୍ରେ କରିଥିଲେ, ସେ କଥା ଆପଣ ଜାଣିଛନ୍ତି କି?
ଆଫ୍ରିଦିଙ୍କ ଏହି ବିସ୍ଫୋରକ ଇନିଂସ୍ ପଛରେ ମହାନ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କର ଭୂମିକା ରହିଥିଲା। କାରଣ ଆଫ୍ରିଦି ସଚିନଙ୍କ ବ୍ୟାଟ୍ରେ ହିଁ ୩୭ଟି ବଲ୍ରେ ଏଭଳି ଶତକ ହାସଲ କରିଥିଲେ। ଖୋଦ୍ ଆଫ୍ରିଦି ଏକଥାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ଅଭ୍ୟାସ୍ ଚାଲିଥିବା ବେଳେ ପାକ୍ ସ୍ପିଡ୍ଷ୍ଟର ୱାକର ୟୁନିସ୍ ଏକ ବ୍ୟାଟ୍ ଆଣି ତାଙ୍କୁ ଦେଇଥିଲେ। ଏହି ବ୍ୟାଟ୍ଟି ସେ କ୍ରିକେଟର୍ ଭଗବାନ ସଚିନ୍ ତେନ୍ଦୁଲକରଙ୍କଠାରୁ ଆଣିଥିଲେ।
ମ୍ୟାଚ୍ ବେଳେ ଆଫ୍ରିଦି ଏହି ବ୍ୟାଟ୍ରେ ହିଁ ବ୍ୟାଟିଂ କରିଥିଲେ ଏବଂ ଶ୍ରୀଲଙ୍କା ବୋଲରଙ୍କୁ ପ୍ରବଳ ଧୂଲେଇ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଫ୍ରିଦିଙ୍କର ଏହା ଥିଲା ପ୍ରଥମ ଇଣ୍ଟରନ୍ୟାଶନାଲ୍ ଇନିଂସ୍। କାରଣ ସେ କେନିୟା ବିରୋଧରେ ଡେବ୍ୟୁ କରିଥିଲେ ହେଁ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ।
ସେହି ବିରଳ ଇନିଂସ୍ର ଭିଡିଓ ଦେଖନ୍ତୁ।
from Odisha Reporter https://ift.tt/2Nn4T2R
No comments:
Post a Comment