‘ଏହି ପାକିସ୍ତାନୀ ବୋଲର୍‌ ମୋର ଝାଡ଼ାପରିସ୍ରା କରି ଦେଇ ଥାଆନ୍ତେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

‘ଏହି ପାକିସ୍ତାନୀ ବୋଲର୍‌ ମୋର ଝାଡ଼ାପରିସ୍ରା କରି ଦେଇ ଥାଆନ୍ତେ’

abbas

ଦୁବାଇ: ଆବୁ ଧାବିରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଉଛି। ଏଥିରେ ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ପାଣି ପିଆଇ ଦେଇଛି ପାକିସ୍ତାନ।

ପାକିସ୍ତାନ ପ୍ରଥମ ଇନିଂସ୍‌ରେ ୨୮୨ ରନ୍ କରି ଅଲ୍‌ ଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୧୪୫ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଆଉ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପାକିସ୍ତାନର ନୂଆ ପେସ୍ ସେନ୍‌ସେସନ୍‌ ମହମ୍ମଦ ଆବ୍ବାସ। ସେ ୧୨.୪ ଓଭର ବୋଲିଂ କରି ମାତ୍ର ୩୩ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ସେ ୪ଟି ମେଡେନ୍ ଓଭର ବି ପକାଇଥିଲେ। ତେଣୁ ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଅନେକ ପୂର୍ବତନ ଖେଳାଳି ତାଙ୍କୁ ପ୍ରଶଂସା କରିଛନ୍ତି।

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଟ୍ୱିଟ୍ କରି ଆବ୍ବାସଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ତା’ସହିତ ସେ କହିଛନ୍ତି,“ଆବ୍ବାସ ମତେ ବୋଲିଂ କରିଥିଲେ ଗୋଟିଏ ଓଭର ଭିତରେ ପ୍ରତି ବଲ୍‌ରେ ଆଉଟ୍ କରି ଦେଇ ଥାଆନ୍ତେ ଓ ମୋର ଝାଡ଼ାପରିସ୍ରା ହୋଇଯାଇ ଥାଆନ୍ତା।”

ଆବ୍ବାସ ପାକିସ୍ତାନ ସବୁଠୁ ସଫଳ ବୋଲର୍ ଭାବେ ଉଭା ହୋଇଛନ୍ତି। ସେ ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ୟା ଭିତରେ ସେ ୧୦ଟି ମ୍ୟାଚ୍ (ଚଳିତ ମ୍ୟାଚ୍‌କୁ ମିଶାଇ) ୫୪ଟି ୱିକେଟ୍ ହାସଲ କରିସାରିଲେଣି। ଏହି ଟେଷ୍ଟରେ ପାକିସ୍ତାନ ଦ୍ୱିତୀୟ ଇନିଂସ ଖେଳୁଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ବାକି ଅଛି। ଏଣୁ ୧୦ଟି ଟେଷ୍ଟରେ ତାଙ୍କ ୱିକେଟ୍ ଦଖଲ ସଂଖ୍ୟା ବଢ଼ିବାର ବହୁ ସମ୍ଭାବନା ରହିଛି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଆବ୍ବାସ ୭ଟି ୱିକେଟ୍ ନେଇଥିଲେ।



from Odisha Reporter https://ift.tt/2NJKkhi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages