ବୁଲିବାକୁ ଯାଆନ୍ତୁ ଶାଶୂ-ବୋହୂ ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ବୁଲିବାକୁ ଯାଆନ୍ତୁ ଶାଶୂ-ବୋହୂ ମନ୍ଦିର

ଗ୍ୱାଲିଅର୍‌: ଭାରତବର୍ଷରେ ବହୁ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିରଗୁଡ଼ିକ ସମ୍ପର୍କରେ କିଛି ଜଣା ଅଜଣା ତଥ୍ୟ ମଧ୍ୟ ରହିଛି। ସେହିପରି ଏକ ମନ୍ଦିର ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ରହିଛି, ଯାହା ଶାଶୂ-ବୋହୂ ମନ୍ଦିର ନାଁରେ ଜଣାଶୁଣା। ଏହି ମନ୍ଦିରଟି ଶାଶୂ-ବୋହୂ ସମ୍ପର୍କର ପ୍ରତୀକ ବୋଲି କୁହାଯାଏ। ତେବେ ଏହି ମନ୍ଦିରର ନାଁ ଶାଶୂ-ବୋହୂ ମନ୍ଦିର କିପରି ହେଲା, ଇତିହାସରେ ସେନେଇ ରୋଚକ ତଥ୍ୟ ସବୁ ରହିଛି।୧୧୦୦ ଶତାବ୍ଦୀରେ ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଖୁବ୍‌ ଆକର୍ଷଣୀୟ। ଏବେ ମନ୍ଦିରଟି ଭଗ୍ନ ଅବସ୍ଥାରେ ରହିଛି। ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ପରିମାଣ ସ୍ୱରୂପ ଏହି ମନ୍ଦିରର ଅନେକ ଅଂଶ ଭାଙ୍ଗି ଯାଇଥିବା କୁହାଯାଉଛି। ତେବେ ଭଗ୍ନାବସ୍ଥା ସତ୍ତ୍ୱେ ଶିଳ୍ପୀଙ୍କ ଦ୍ୱାରା ମନ୍ଦିରରେ ହୋଇଥିବା ନିଖୁଣ କାରୁକାର୍ଯ୍ୟ ନିଜ ପୂର୍ବ ଗୌରବ ବଜାୟ ରଖିଛି।

କିପରି ହେଲା ‘ଶାଶୂ-ବୋହୂ’ ନାମକରଣ:
ମନ୍ଦିରର ଶିଳାଲେଖରେ ଖୋଦିତ ତଥ୍ୟ ଅନୁସାରେ, ଏହାକୁ ୧୦୯୩ ଖ୍ରୀଷ୍ଟାବ୍ଦରେ କଚ୍ଛପଘଟ ରାଜବଂଶର ରାଜା ମହିପାଳ ଏହାକୁ ନିର୍ମାଣ କରିଥିଲେ।
ତେବେ ମନ୍ଦିରର ନାମକରଣକୁ ନେଇ ଇତିହାସରେ ଭିନ୍ନ ଭିନ୍ନ କାହାଣୀ ରହିଛି।
ଇତିହାସରେ ଥିବା ଏକ କାହାଣୀ ଅନୁସାରେ, ରାଜା ମହିପାଳଙ୍କ ରାଣୀ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ। ତେଣୁ ରାଣୀ ବିଷ୍ଣୁଙ୍କୁ ପୂଜା କରିବା ପାଇଁ ରାଜା ଏହି ମନ୍ଦିର ନିର୍ମାଣ କରାଇଥିଲେ। ଯାହା ବିଷ୍ଣୁଙ୍କର ଅନ୍ୟ ନାମ ସଶସ୍ତ୍ର ବାହୁ ନାମରେ ନାମିତ ହୋଇଥିଲା।
ଏହା ପରେ ରାଜା ମହିପାଳଙ୍କ ବୋହୂ ଭଗବାନ ଶିବଙ୍କର ଭକ୍ତ ଥିବାରୁ ସେ ଶିବଙ୍କ ଉଦ୍ଦେଶ୍ୟରେ ସଶସ୍ତ୍ର ବାହୁ ମନ୍ଦିର ନିକଟରେ ଅନ୍ୟ ଏକ ମନ୍ଦିର ନିର୍ମାଣ କରାଇଥିଲେ। ପରେ ଏହି ଦୁଇଟି ମନ୍ଦିରକୁ ସଶସ୍ତ୍ର ବାହୁ ମନ୍ଦିର ବୋଲି କୁହାଯାଉଥିଲା।ତେବେ ଶାଶୂ ଓ ବୋହୂଙ୍କ ପ୍ରଭୁ ଆରାଧନା ପାଇଁ ଏହା ନିର୍ମିତ ହୋଇଥିବାରୁ ଧିରେ ଧିରେ ମନ୍ଦିରଟି ନିଜ ପ୍ରକୃତ ନାମ ହରାଇ ବସିଲା ଏବଂ ସ୍ଥାନୀୟ ଲୋକ ଏହାକୁ ଶାଶୂ-ବୋହୂ ନାମରେ ନାମିତ କରିଥିଲେ।
ଦୁଇଟି ମନ୍ଦିରକୁ ଦେଖିଲେ ‘ଶାଶୂ’ ମନ୍ଦିରଟି ‘ବୋହୂ’ ମନ୍ଦିରଠାରୁ ଦେଖିବାକୁ ଅନେକାଂଶରେ ବଡ଼। ମନ୍ଦିରର ସମସ୍ତ ଦିଗରେ ଚାରିଟି ପ୍ରବେଶ ଦ୍ୱାର ଅଛି। ଚତୁର୍ଥ ଦିଗରେ ଏକ ଗୃହ ରହିଛି, ଯାହା ବର୍ତ୍ତମାନ ବନ୍ଦ ଅବସ୍ଥାରେ ରହିଛି।
ମନ୍ଦିରରେ କାଠର କାରୁକାର୍ଯ୍ୟ ଶୋଭା ପାଉଛି। ଏହା ସହିତ ପ୍ରବେଶ ଦ୍ୱାରରେ ବ୍ରହ୍ମା, ବିଷ୍ଣୁ ଓ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଅଛି। ମନ୍ଦିରର କାନ୍ଥରେ ହୋଇଥିବା ଚମତ୍କାର କାରୁକାର୍ଯ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ।



from Odisha Reporter https://ift.tt/2NSl3kX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages