ସିମେଣ୍ଟ୍‌ ବସ୍ତାରେ ତିଆରି କଲେ ବାହାଘର ଡ୍ରେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ସିମେଣ୍ଟ୍‌ ବସ୍ତାରେ ତିଆରି କଲେ ବାହାଘର ଡ୍ରେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ, ସେ ନିଜ ବାହାଘରରେ ଦାମୀ ପୋଷାକ ପିନ୍ଧିବ ଆଉ ସବୁଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ବାହାଘର ସମୟରେ ଝିଅମାନେ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି। କିଛି ମହିଳା ତ ଏଥିପାଇଁ ମହଙ୍ଗା ଡ୍ରେସ୍‌ ଡିଜାଇନର୍‌ଙ୍କୁ ଅର୍ଡର୍‌ ମଧ୍ୟ ଦେଇଥାନ୍ତି। କିନ୍ତୁ ଚାଇନାର ଜଣେ ମହିଳା ଗୋଟିଏ ବି ଟଙ୍କା ଖର୍ଚ୍ଚ ନ କରି ନିଜ ବାହାଘର ପାଇଁ ଏପରି ଏକ ଡ୍ରେସ୍‌ ପ୍ରସ୍ତୁତ କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସେହି ମହିଳାଙ୍କର ଏପରି ସୃଜନଶୀଳତା ଏବଂ କାରିଗରୀ ପାଇଁ ତାଙ୍କୁ ସାବାସୀ ମଧ୍ୟ ଦେବେ।
ସେହି ମହିଳା ଜଣକ ହେଉଛନ୍ତି ଚାଇନାର ୨୮ ବର୍ଷୀୟ ଯୁବତୀ ଲିଲି ଟ୍ୟାନ୍‌। ସେ ପେସାରେ ଜଣେ କୃଷକ।ଏହି ସୃଜନଶୀଳ ମହିଳା କୃଷକ ସୋସିଆଲ୍‌ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ଚର୍ଚ୍ଚାର କାରଣ ସାଜିଛି ତାଙ୍କ ହାତ ତିଆରି ବାହାଘର ଡ୍ରେସ୍‌।

ଲିଲି ଟ୍ୟାନ୍‌ କୌଣସି ଫ୍ୟାଶନ୍‌ ଡିଜାଇନିଂ କୋର୍ସ କରି ନାହାନ୍ତି। ସେ ତାଙ୍କର ଅଧିକାଂଶ ସମୟ କ୍ଷେତରେ ହିଁ ବିତାଇଥାନ୍ତି। ହେଲେ ଏ ବର୍ଷର ବର୍ଷା ଋତୁରେ ତାଙ୍କ ପାଖରେ ବିଶେଷ କିଛି କାମ ନ ଥିଲା। ଏହି ସମୟରେ ସେ ଏହି ୱେଡିଂ ଗାଉନ୍‌କୁ ତିଆରି କରିବାକୁ ମନ ବଳାଇଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି ଡ୍ରେସ୍‌‌କୁ ତିଆରି କରିବା ପାଇଁ କୌଣସି ମହଙ୍ଗା କପଡାର ବ୍ୟବହାର କରି ନାହାନ୍ତି। ବରଂ ବ୍ୟବହାର କରିଛନ୍ତି ଅଦରକାରୀ ୪୦ଟି ସିମେଣ୍ଟ ବସ୍ତା।

ଏହାକୁ ତିଆରି କରିବାକୁ ତାଙ୍କୁ ମାତ୍ର ୩ ଘଣ୍ଟା ସମୟ ଲାଗିଥିଲା ବୋଲି ସେ କୁହନ୍ତି। ଏହା ସହ ମ୍ୟାଚିଂ ହେବା ଭଳି ଅନ୍ୟ ପୋଷାକ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି। ଯାହାକୁ ନିଜେ ପିନ୍ଧି ତା’ର ଫଟୋକୁ ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ। ଆଉ ଅବିଶ୍ୱସନୀୟ ଭାବେ ଲୋକେ ଏହାକୁ ପସନ୍ଦ କରିଛନ୍ତି। ଏହା ବ୍ୟତୀତ ଚାଇନାରେ ଲିଲିଙ୍କର ଏହି ଡ୍ରେସ୍‌କୁ ସୋଶାଲ ମିଡିଆରେ ୫ ମିଲିୟନ୍‌ରୁ ଅଧିକ ୟୁଜର୍‌ ପସନ୍ଦ କରିଛନ୍ତି।



from Odisha Reporter https://ift.tt/2PiOZIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages