ମୂଳାରେ ଅଛି ଏମିତି ଔଷଧୀୟ ଗୁଣ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ମୂଳାରେ ଅଛି ଏମିତି ଔଷଧୀୟ ଗୁଣ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଲାଡ୍‌ ହେଉକି ତରକାରୀ ମୂଳାକୁ ଲୋକମାନେ ନିଜ ପସନ୍ଦ ଅନୁସାରେ ଖାଇବାକୁ ପସନ୍ଦ କରନ୍ତି।  ମୂଳା ଖାଇ ସ୍ୱାଦର ମଜା ନେଉଥିବା ଲୋକେ ହୁଏତ ଜାଣି ନ ଥିବେ ଯେ, ଏହା ଔଷଧୀୟ ଗୁଣରେ ଭରପୁର ବୋଲି, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ।

ମୂଳାରେ ପୋଟାସିୟମ୍‌, ଫୋଲେଟ୍‌, ରାଇବୋପ୍ଲୋବିନ୍‌, ନାଇସିନ୍‌, ଭିଟାମିନ୍ କେ, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଭିଟମିନ୍‌ ବି-୬ ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ମୂଳାର ଉପକାରିତା।

ବିପି କଣ୍ଟ୍ରୋଲ କରିଥାଏ: ମୂଳାରେ ପୋଟାସିୟମ୍‌  ଅଧିକ ମାତ୍ରାରେ ଥାଏ, ଯାହା କି ବ୍ଲଡ୍‌ପ୍ରେସ୍‌ରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ସହ ମୂଳା ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ।

ହଜମ ଶକ୍ତି ବୃଦ୍ଧି କରେ:  ମୂଳାରେ ଫାଇବର ଅଧିକ ମାତ୍ରାରେ ଥାଏ। ଫଳରେ ଏହାକୁ ଖାଇବା ଦ୍ୱାରା ହଜମ ଭଲ ଭାବେ ହୋଇଥାଏ ଓ ପେଟ ସମସ୍ୟା ଦୂର ହୋଇଥାଏ।

ଇମ୍ୟୁନିଟି ବୃଦ୍ଧି କରେ: ମୂଳାରେ ଥିବା ବିଟାମିନ୍‌ ସି ପ୍ରତୀରକ୍ଷା ପ୍ରଣାଳୀକୁ  ଠିକ୍‌ ଭାବେ ପରିଚାଳିତ କରିବା ସହ ଏହା ଆମ ଇମ୍ୟୁନିଟି ବୃଦ୍ଧି କରି ରୋଗ ଦୂର କରିଥାଏ।

ତ୍ୱଚାକୁ ସୁସ୍ଥ ରଖିଥାଏ: ପ୍ରତିଦିନ  ମୂଳା ଜୁସ୍‌ ପିଇବା ଦ୍ୱାରା ତ୍ୱଚା  ଉଜ୍ୱଳ ଦେଖାଯିବା ସହ ତ୍ୱଚା ସହ ଜଡ଼ିତ ସମସ୍ତ ସମସ୍ୟା ଯଥା ବ୍ରଣ ଓ ମୁହଁ ରୁକ୍ଷ ହେବା ଭଳି ସମସ୍ୟା ଦୂର ହୋଇଥାଏ।

ହାଇଡ୍ରେଟେଡ୍‌ ରଖିବାରେ ସାହାଯ୍ୟ କରିଥାଏ: ମୂଳାରେ ଜଳୀୟ ଅଂଶ ଅଧିକ ପରିମାଣରେ ଥାଏ। ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ମୂଳା ସେବନ କରନ୍ତି  ତେବେ ଶରୀରରେ ପାଣିରେ ମାତ୍ରା କମି ନ ଥାଏ।



from Odisha Reporter https://ift.tt/2OT5QFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages