ଜନ୍ମଦିନରେ ଜାଣନ୍ତୁ ବିଗ୍ ବିଙ୍କ ଫିଟ୍‌ନେସ୍‌ ରାଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଜନ୍ମଦିନରେ ଜାଣନ୍ତୁ ବିଗ୍ ବିଙ୍କ ଫିଟ୍‌ନେସ୍‌ ରାଜ୍

୭୬ ବର୍ଷରେ ବିଗ୍ ବି । ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୬ ତମ ଜନ୍ମଦିନ। ଏ ବୟସରେ ବି ଅମିତାଭ ବଲିଉଡ୍‌ର ୟଙ୍ଗଷ୍ଟାର୍ସମାନଙ୍କୁ ଫିଟ୍‌ନେସ୍‌ ମାମଲାରେ କଡ଼ା ଟକ୍କର ଦେଉଛନ୍ତି। ୮ରୁ ୯ ଘଣ୍ଟା କାମ କରି ଥକିଯାଉଥିବା ଯୁବପୀଢ଼ିଙ୍କୁ ବୋଧେ ଜଣା ନାହିଁ ଯେ ବିଗ୍‌ବି ଦିନକୁ ୧୬ଘଣ୍ଟା ପରିଶ୍ରମ କରନ୍ତି। ଆଜି ଆମେ ଆପମଙ୍କୁ ସେହେନଶାହଙ୍କ ଫିଟ୍‌ନେସ୍‌ର ଗୁମର ଆପମଙ୍କ ଆଗରେ ଖୋଲିବୁ। ତେବେ ଆସନ୍ତୁ ଜାଣିବା ଅମିତାଭ ୭୬ ବର୍ଷରେ ମଧ୍ୟ ନିଜକୁ ଏମିତି ଫିଟ୍‌ ରଖିଛନ୍ତି କିପରି।

ବ୍ୟାୟାମ କରିବା ଭୁଲନ୍ତି ନାହିଁ-  ବଢ଼ୁଥିବା ବୟସ ଓ କାମର ବୋଝ ଅମିତାଭଙ୍କ ଡେଲି ରୁଟିନ୍‌କୁ କେବେ ପ୍ରଭାବିତ କରିପାରି ନାହିଁ। ସେ ସବୁ ଦିନ ବ୍ୟାୟାମ କରନ୍ତି। ଜଣାଶୁଣା ଫିଟନେସ୍‌ ଟ୍ରେନର ବୃନ୍ଦା ମେହେତା ତାଙ୍କର ନିୟମିତ ୱାର୍କଆଉଟରେ ସାହାଯ୍ୟ କରନ୍ତି। ଅମିତାଭ ପ୍ରତିଦିନ ଯୋଗାସନ ମଧ୍ୟ କରନ୍ତି।

ଚା’ କି କଫି ପିଅନ୍ତି ନାହିଁ- ଅମିତାଭ ବଚ୍ଚନ ନିଜ ଦିନର ଆରମ୍ଭ ଆପଣଙ୍କ ପରି ଚା’ କିମ୍ବା କଫିରୁ ଆରମ୍ଭ ହୁଏ ନାହିଁ। ଆଜ୍ଞା ହଁ ଅମିତାଭ ଚା’ କି କଫି ପିଅନ୍ତି ନାହିଁ। ଚା’ ଓ କଫିରେ କଫିନ୍‌ର ମାତ୍ରା ଅଧିକ ଥାଏ, ଯାହା ଏକ ନିର୍ଦ୍ଧିଷ୍ଟ ବୟସ ପରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାର ପ୍ରଭାବ ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ।

ଶାକାହାରୀ- ବିଗ୍‌ବି ହେଉଛନ୍ତି ସମ୍ପୂର୍ଣ୍ଣ ଶାକାହାରୀ। କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ପୂର୍ବରୁ ଆମୀଷ ଖାଉଥିଲେ, ହେଲେ କିଛି ବର୍ଷ ପୂର୍ବେ ସେ ମାଂସ ଆହାର ତ୍ୟାଗ କରିଦେଇଛନ୍ତି। ମାଂସ ହଜମ ହେବାରେ ଅନେକ ସମୟ ନେଇଥାଏ ଓ ପେଟକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ସେପଟେ ଫଳ ଓ ପନିପରିବା ଶୀଘ୍ର ହଜମ ହେବା ସହ ଶରୀରକୁ ମିନେରାଲ ଓ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ।

ମୃଦୁ ପାନୀୟ-  ଅମିତାଭ ନା ତ କୋଲ୍ଡଡ୍ରିଙ୍କସ୍‌ ପିଅନ୍ତି ନାହିଁ ସୋଡ଼ା। କୋଲ୍ଡଡ୍ରିଙ୍କ ଓ ପ୍ୟାକେଟ୍‌ବନ୍ଦ ଫ୍ରୁଟ୍‌ ଡ୍ରିଙ୍କକୁ କାର୍ବୋନେଟ୍ କରାୟାଏ। ଏଥିରେ ଅତ୍ୟଧିକ ମାତ୍ରାର ସୁଗାର ଥାଏ, ଯାହାକି ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଲେମ୍ବୁ ପାଣି ପସନ୍ଦ- ବିଗ୍‌ ବି ଲେମ୍ବୁ ପାଣି ପିଇବାକୁ ବେଶ୍ ଭଲ ପାଆନ୍ତି। ତାଙ୍କ କହିବା ଅନୁଯାୟୀ, ପାଣି ଶରୀରକୁ ସୁସ୍ଥ ରଖିଏ ଓ ଲେମ୍ବୁ ପାଣି ଇଇବା ଦ୍ୱାରା ପେଟ ଭଲ ରୁହେ ଓ ହଜମ ପ୍ରକ୍ରିୟା ଭଲ ରହେ।

ମିଠା ଓ ଭାତରୁ ଦୂରେଇ ରୁହନ୍ତି- ଅମିତାଭ୍‌ ମିଠା ଖାଆନ୍ତି ନାହିଁ କି ଭାତ ଖାଆନ୍ତି ନାହିଁ। ତେଣୁ ସେ ଏ ବୟସରେ ବି ଏତେ ସୁସ୍ଥ ଅଛନ୍ତି।



from Odisha Reporter https://ift.tt/2yFtA5t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages