ନିଜ ବିଷୟରେ ଏମିତି କଥା ଶୁଣି ରାଗିଗଲେ ମୌନୀ ରୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ନିଜ ବିଷୟରେ ଏମିତି କଥା ଶୁଣି ରାଗିଗଲେ ମୌନୀ ରୟ

mouni

ମୁମ୍ବାଇ: ବିଗତ କିଛି ଦିନ ହେବ ‘#Me too’ ଅଭିଯାନ ତୀବ୍ର ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବଲିଉଡ୍‌ ସହ ଦେଶର ବିଭିନ୍ନ ସେକ୍ଟର୍‌ରେ ମହିଳାଙ୍କ ସହ ହୋଇଥିବା ଯୌନ ଉତ୍ପୀଡ଼ନ ଓ ଶୋଷଣର ଅଭିଯୋଗ ସବୁ ସାମ୍ନାକୁ ଆସୁଛି। ତେବେ କିଛି କ୍ଷେତ୍ରରେ ଏଭଳି ଅଭିଯୋଗ ପଛର ସତ୍ୟତାକୁ ନେଇ ଦ୍ୱନ୍ଦ୍ୱ ବଢ଼ୁଥିବାବେଳେ ଅନ୍ୟ କିଛି କ୍ଷେତ୍ରରେ ‘#Me too’ ଅଭିଯାନକୁ ଭଣ୍ଡୁର କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ହେଉଥିବା ମଧ୍ୟ କୁହାଯାଉଛି।

ନିକଟରେ ଏହି ‘#Me too’ ଅଭିଯାନରେ ସାମିଲ୍‌ ହୋଇଥିବା ଫିଲ୍ମ ‘ଗୋଲ୍‌ଡ୍‌’ ନିର୍ଦ୍ଦେଶିକା ରୀମା କାଗ୍‌ତୀଙ୍କ ସହ ଏପରି ଘଟିଛି। ରୀମା ନିଜ ନିର୍ଦ୍ଦେଶିତ ଫିଲ୍ମ୍‌ ‘ଗୋଲ୍‌ଡ୍‌’ର ନାୟିକା ମୌନୀ ରୟଙ୍କ ସହ ଶୁଟିଂ ସେଟ୍‌ରେ ଦୁର୍ବ୍ୟବହାର କରିଛନ୍ତି ବୋଲି ସୋଶାଲ୍‌ ମିଡିଆରେ ଜଣେ ୟୁଜର୍‌ ମତ ଦେଇଥିଲେ। ତେବେ ସୋଶାଲ୍‌ ମିଡିଆରେ ଏପରି ପୋଷ୍ଟ୍‌ ଦେଖି ଅଭିନେତ୍ରୀ ମୌନୀ ରୟ ରାଗି ଯାଇଛନ୍ତି। ଏହା ସଂପୂର୍ଣ୍ଣ ମିଥ୍ୟା ଏବଂ ‘ଗୋଲ୍‌ଡ୍‌’ର ଶୁଟିଂ ସେଟ୍‌ରେ ରୀମା ଓ ତାଙ୍କ ଭିତରେ ସେପରି କିଛି ଘଟିନଥିବା ସେ ସ୍ପଷ୍ଟ କରିଛନ୍ତି। ବରଂ ଏହା ‘#Me too’ ଅଭିଯାନକୁ ଭଣ୍ଡୁର କରିବା ଏକ ଅପଚେଷ୍ଟା ବୋଲି ମୌନୀ କହିଛନ୍ତି। rimaସୂଚନା ମୁତାବକ, କିଛି ଦିନ ତଳେ ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମାଙ୍କ ସମେତ ବଲିଉଡ୍‌ର ୧୧ଜଣ ମହିଳା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶିକା ମିଳିତ ନିଷ୍ପତ୍ତି ନେଇଥିଲେ ଯେ ଯେଉଁ କଳାକାର ବା ଫିଲ୍ମ ବ୍ୟକ୍ତିତ୍ୱଙ୍କ ନାଁରେ ଯୌନ ଶୋଷଣ ବା ଦୁର୍ବ୍ୟବହାରର ଅଭିଯୋଗ ଉଠିଛି ଏବଂ ତାହା ସତ ବୋଲି ପ୍ରମାଣ ହୁଏ, ସେହି କଳାକାରଙ୍କ ସହ ସେମାନେ କାମ କରିବେ ନାହିଁ। ଏହି ପୋଷ୍ଟ୍‌ରେ ଫିଲ୍ମ ‘ଗୋଲ୍‌ଡ୍‌’ର ନିର୍ଦ୍ଦେଶିକା ରୀମା କାଗ୍‌ତୀଙ୍କ ନାଁ ମଧ୍ୟ ରହିଥିଲା।

tweet
ଏହାକୁ ଦେଖି ଜଣେ ୟୁଜର୍‌ ମତ ଦେଇଥିଲେ ‘‘ ‘ଗୋଲ୍‌ଡ଼’ର ନିର୍ଦ୍ଦେଶିକା ରୀମା କାଗ୍‌ତୀ ମୌନୀଙ୍କ ସହ ଦୁର୍ବ୍ୟବହାର କରିଛନ୍ତି, ତେଣୁ ଏପରି ଦୁର୍ବ୍ୟବହାରକାରୀଙ୍କ ମୁହଁରେ ଏପରି ଅଭିଯୋଗ ଶୋଭା ପାଉ ନାହିଁ ।’’

ଏଭଳି ଟୁଇଟ୍‌ ଦେଖିବା ପରେ ମୌନୀ ରୟ ରାଗିଯିବା ସହ ତାଙ୍କ ପ୍ରତିକ୍ରିୟାରେ ଟ୍ୱିଟ୍‌ କରିଛନ୍ତି ଯେ, ‘‘ମୋ ସହ କେହି ବି ଦୁର୍ବ୍ୟବହାର କରି ନଥିଲେ । ନା ନିର୍ଦ୍ଦେଶକ ନା ଅନ୍ୟ କେହି । ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳାଙ୍କ ସପକ୍ଷରେ ବାହାରିଥିବା ଅଭିଯାନକୁ ଭଣ୍ଡୁର କରିବା ପାଇଁ ଏଭଳି ଉଦ୍ୟମ ବନ୍ଦ ହେବା ଆବଶ୍ୟକ।”



from Odisha Reporter https://ift.tt/2J3URmK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages