ଭାରତକୁ ଟ୍ରମ୍ପଙ୍କ ଝଟକା: ଗଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଭାରତକୁ ଟ୍ରମ୍ପଙ୍କ ଝଟକା: ଗଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେନି

Donald-Trump

ନୂଆଦିଲ୍ଲୀ: ୨୦୧୯ ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପରେଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଥିଲା। ହେଲେ ଟ୍ରମ୍ପ ଭାରତର ଏହି ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି। କାର୍ଯ୍ୟ ବ୍ୟସ୍ଥତା ଯୋଗୁ ଟ୍ରମ୍ପ ଆସି ପାରିବେ ନାହିଁ ବୋଲି କୁହାଯାଇଛି।

୨୨ ଜାନୁଆରୀରୁ ଫେବ୍ରୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ‘ଷ୍ଟେଟ୍‌ ଅଫ୍‌ ୟୁନିୟନ୍‌’ କାର୍ଯ୍ୟକ୍ରମରେ ଟ୍ରମ୍ପ ସମ୍ବୋଧନ କରିବାର ଥିବାରୁ ସେ ଭାରତ ଆସି ପାରିବେ ନାହିଁ ବୋଲି କୁହାଯାଇଛି।

ରୁଷରୁ ଅସ୍ତ୍ରଶସ୍ତ୍ର କିଣିବାକୁ ନେଇ ଭାରତ ଓ ଆମେରିକା ସମ୍ପର୍କରେ କିଛିଟା ଦୂରତା ବଢ଼ିଥିବା ବେଳେ ଆମେରିକା ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଟ୍ରମ୍ପଙ୍କ ଏପରି ନିଷ୍ପତ୍ତି ଦୁଇ ଦେଇ ମଧ୍ୟରେ ଦୂରତାକୁ ଆହୁରି ବଢ଼ାଇ ଦେବ ବୋଲି କୁହାଯାଉଛି।

ରୁଷ ସହ ଚିକ୍ତି ପୂର୍ବ ପର୍ଯ୍ୟନ୍ତ ଟ୍ରମ୍ପ ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆଶା କରାଯାଉଥିଲା। ହେଲେ ଚୁକ୍ତି ପରେ ଆମେରିକାର ଆବଭାବରୁ ଏହା ଉପରେ ଆଶଙ୍କା ସୃଷ୍ଟି ହୋଇଥିଲା।

କିଛିଦିନ ପୂର୍ବରୁ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଥିଲା ଯେ, ଟ୍ରମ୍ପ ଗଣତନ୍ତ୍ର ଦିବସରେ ଭାରତ ଯିବେ କି ନାହିଁ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ। ଏହା ପୂର୍ବରୁ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଥିଲା, ଟ୍ରମ୍ପଙ୍କୁ ଗଣତନ୍ତ୍ର ଦିବସରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ରେ ଆମେରିକା ଗସ୍ତରେ ଯାଇଥିବା ବେଳେ ଏହି ପ୍ରସ୍ତାବ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୫ରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବାରକ୍‌ ଓବାମା କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ଗଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରମ୍ପ ଭାରତର ଆମନ୍ତ୍ରଣକୁ ଗ୍ରହଣ ନକରିବା ରୁଷ ସହ ଚୁକ୍ତି ବୋଲି କୁହାଯାଉଛି।



from Odisha Reporter https://ift.tt/2ORso9Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages