ବାହାଘର ପାଇଁ ଗହଣା କିଣିବାକୁ ଯାଉଛନ୍ତି କି, ମନେ ରଖନ୍ତୁ କିଛି ଟିପ୍ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ବାହାଘର ପାଇଁ ଗହଣା କିଣିବାକୁ ଯାଉଛନ୍ତି କି, ମନେ ରଖନ୍ତୁ କିଛି ଟିପ୍ସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବାହାଘର ଠିକ୍‌ ହେବା ମାତ୍ରେ ଆରମ୍ଭ ହୋଇଯାଏ ସପିଂ। କନିଆ ପାଇଁ ଲେହେଙ୍ଗାଠୁ ଆରମ୍ଭ କରି, ଚପଲ, ମେକ ଅପ୍‌ ଓ ଗହଣାର ସପିଂ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ।  କୋଣସି ସାମଗ୍ରୀର ସପିଂରେ ଯଦି କିଛି ବି ଗଡ଼ବଡ଼ ହୁଏ, ତେବେ ପୂରା ବ୍ରାଇଡାଲ୍‌ ଲୁକ୍‌ ବିଗିଡ଼ିଯାଏ।

ଆଜି ଆମେ ବାହାଘର ପାଇଁ ଗହଣା ସପିଂ ସମ୍ପର୍କରେ କିଛି ଟିପ୍ସ୍‌ ଦେବୁ, ଯାହା ଆପଣ ସପିଂ ବେଳେ ଆପଣାଇପାରିବେ।

କିଣିବା ପୂର୍ବରୁ ଟ୍ରାଏଲ୍‌ ଜରୁରୀ: ଦୋକାନରେ ଥିବା ଭିନ୍ନ ଭିନ୍ନ ଡିଜାଇନ୍‌ର ଗହଣା ଦେଖିବାକୁ ଖୁବ୍‌ ଭଲ ଲାଗେ। କିନ୍ତୁ ଏହା ପିନ୍ଧିବା ପରେ ଯେ ଆପଣଙ୍କ ଶରୀରକୁ ସେପରି ମାନିବ ଅବା ଭଲ ଲାଗିବ, ସେମିତି ନୁହେଁ। ତେଣୁ କେବଳ ଗହଣା ଦେଖି ଏହାକୁ କିଣିବାର ଭୁଲ ଆଦୌ କରନ୍ତୁ ନାହିଁ। ବରଂ କିଣିବା ପୂର୍ବରୁ ପ୍ରଥମେ ପିନ୍ଧି ଦେଖନ୍ତୁ, ଏହା ଆପଣଙ୍କୁ କେମିତି ମାନୁଛି ଏବଂ ଆପଣଙ୍କ ବାହାଘରର ଲେହେଙ୍ଗା ବା ଶାଢ଼ୀ ସହ ଏହା କେମିତି ଦିଶିବ। ଟ୍ରାଏଲ୍‌ ଦ୍ୱାରା ଆପଣ କିଣିଥିବା ଗହଣାରୁ ଏକଦମ୍‌ ପରଫେକ୍ଟ୍  ବ୍ରାଇଡାଲ୍‌ ଲୁକ୍‌ ପାଇପାରିବେ।

ରିସର୍ଚ୍ଚ କରି ସପିଂକୁ ଯାଆନ୍ତୁ: କୌଣସି ବି ଫଙ୍କ୍‌ସନ୍‌ ପାଇଁ ଗହଣା କିଣିବା ପୂର୍ବରୁ ଇଣ୍ଟର୍‌ନେଟ୍‌ କିମ୍ବା ଅନ୍ୟ ସୋର୍ସ ସାହାଯ୍ୟରେ କିଛି ରିସର୍ଚ୍ଚ କରି ନିଅନ୍ତୁ। ଏହାଦ୍ୱାରା ଆପଣ ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ଓ ଫ୍ୟାଶନ୍‌ ସମ୍ପର୍କରେ ଜାଣି ପାରିବେ। ଏହା ସହ କେଉଁ ଡ୍ରେସ୍‌ ସହ କେମିତି ଗହଣା ଭଲ ଲାଗିବ, ସେସମ୍ପର୍କରେ ଆବଶ୍ୟକ ଧାରଣା ସହ ଏହାର ମୂଲ୍ୟ ବିଷୟରେ ମଧ୍ୟ ସୂଚନା ପାଇ ପାରିବେ। ଫଳରେ ଆପଣ ନିଜ ବଜେଟ୍‌ ଅନୁସାରେ ଭଲ ଗହଣା କିଣି ପାରିବେ।

ସଠିକ୍‌ ପେୟାରିଂ ଚୟନ କରନ୍ତୁ: ଜୁଏଲାରୀ ସପିଂବେଳେ ଧ୍ୟାନ ଦିଅନ୍ତୁ, ହାର ହେଉ କି କାନଫୁଲ ଅବା ଚୁଡ଼ି, ଏହି ସମସ୍ତ ଗହଣା ସାମଗ୍ରୀ ପରସ୍ପର ସହ ମେଳ ଖାଉଥିବା ଆବଶ୍ୟକ। ଯଦି ଆପଣ ଓଜନିଆ ହାର ପିନ୍ଧୁଛନ୍ତି, ତେବେ ହାଲକା କାନଫୁଲ ପିନ୍ଧିବା ଉଚିତ୍। ଫଳରେ ଆପଣ ଖୁବ୍‌ ସୁନ୍ଦର ଦିଶିବେ।

ଆଲର୍ଜିର ଧ୍ୟାନ ରଖନ୍ତୁ: କୌଣସି ବି ଗହଣା କିଣିବା ପୂର୍ବରୁ ଏଥିରେ ବ୍ୟବହୃତ ଧାତୁ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ। କାରଣ ଅନେକ ଥର କିଛି ଗହଣା ପିନ୍ଧିବା ପରେ କୁଣ୍ଡେଇ ହେବା, ଫଳିଯିବା ବା ଲାଲ୍‌ ପଡ଼ିଯିବା ଭଳି ସମସ୍ୟା ଶରୀରରେ ଦେଖାଦେଇଥାଏ। ଗହଣାରେ ବ୍ୟବହୃତ ଧାତୁ ଯୋଗୁ ଶରୀରରେ ଏଭଳି ଆଲର୍ଜି ହୋଇଥାଏ। ତେଣୁ ଏଥିପ୍ରତି ସଚେତନ ରୁହନ୍ତୁ।



from Odisha Reporter https://ift.tt/2pG7yLx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages