ଏସିଆନ୍‌ ଗେମ୍ସ ଚାମ୍ପିୟନ୍‌ ଜାପାନକୁ ୯-୦ରେ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଏସିଆନ୍‌ ଗେମ୍ସ ଚାମ୍ପିୟନ୍‌ ଜାପାନକୁ ୯-୦ରେ ହରାଇଲା ଭାରତ

ମସ୍କଟ: ହିରୋ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ବିଜୟଧାରା ଅବ୍ୟାହତ ରହିଛି। ପ୍ରଥମେ ଓମାନ ଓ ପାକିସ୍ତାନକୁ ମାତ ଦେଇଥିବା ଟିମ୍‌ ଇଣ୍ଡିଆ ରବିବାର ଏସିଆନ୍‌ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଜାପାନ୍‌କୁ ୯-୦ ଗୋଲ୍‌ରେ ପରାସ୍ତ କରିଛି।

ଭାରତ ତା’ର ୩ଟି ଯାକ ଲିଗ୍‌ ମ୍ୟାଚ୍‌କୁ ଜିତି ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲ୍‌ରେ ନିଜ ସ୍ଥାନ ଏକ ପ୍ରକାରର ସୁନିଶ୍ଚିତ କରିପାରିଛି। ଭାରତ ପାଖରେ ଏବେ ୯ ପଏଣ୍ଟ ରହିଛି।

ଆସନ୍ତାକାଲି ଦଳ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ମ୍ୟାଲେସିୟାକୁ ଭେଟିବ। ଏସିଆନ୍‌ ଗେମ୍ସ ସେମି ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ମ୍ୟାଲେସିୟାଠାରୁ ଶୁଟ୍‌ ଆଉଟ୍‌ରେ ପରାସ୍ତ ହୋଇଥିଲା। ତେଣୁ ଆସନ୍ତାକାଲି ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଦଳ।

ରବିବାର ଜାପାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ମିଡ୍‌ ଫିଲ୍ଡରମାନେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ଦଳର ୬ ଜଣ ଖେଳାଳି ୯ଟି ଗୋଲ୍‌ ସ୍କୋର କରିଥିଲେ।

ମ୍ୟାଚ୍‌ର ୪ର୍ଥ ମିନିଟ୍‌ରେ ଟିମ୍‌ ଇଣ୍ଡିଆର ଷ୍ଟାଇକର୍‌ ଲଳିତ ଉପାଧ୍ୟାୟ ପ୍ରତିପକ୍ଷ ଜାପାନ୍‌ ଗୋଲ୍‌ ପୋଷ୍ଟକୁ ବଲ୍‌ ମାରି ଦଳକୁ ୧-୦ରେ ଆଗୁଆ କରିଥିଲେ।

ଏହାପରେ ମ୍ୟାଚ୍‌ର ୮ମ ମିନିଟ୍‌ରେ ଗୁରଜନ୍ତ ସିଂହ ଗୋଲ୍‌ କରିଥିଲେ। ମ୍ୟାଚ୍‌ର ୧୭ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକକୁ ନିର୍ଭରଯୋଗ୍ୟ ଖେଳାଳି ହରମନପ୍ରୀତ୍‌ ସିଂହ ଗୋଲ୍‌ରେ ପରିଣତ କରିଥିଲେ।

ଏହାର ୪ ମିନିଟ୍‌ ପରେ ଅର୍ଥାତ ମ୍ୟାଚ୍‌ର ୨୧ ମିନିଟ୍‌ ସମୟରେ ପୁଣିଥରେ ହରମନ୍‌ପ୍ରୀତ୍‌ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଦଳର ୩-୦ରେ ଆଗୁଆ କରିଥିଲେ। ମ୍ୟାଚ୍‌ର ୩୬ ତମ ମିନିଟ୍‌ରେ ଆକାଶଦୀପ ଓ ୪୧ ତମ ମିନିଟ୍‌ରେ କୋଠାଜିତ୍‌ ଜାପାନ୍‌କୁ ଗୋଲ୍‌ ଦେଇଥିଲେ।

୪୫ତମ ମିନିଟ୍‌ରେ ଦଳ ପକ୍ଷରୁ ଲଳିତ ଉପାଧ୍ୟାୟ ତାଙ୍କର ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ। ଶେଷ କ୍ୱାର୍ଟରରେ ମନଦୀପ ସିଂହ ଯଥାକ୍ରମେ ୪୯ ଓ ୫୭ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇ ଭାରତର ବୃହତ ବିଜୟ ସୁନିଶ୍ଚିତ କରିଥିଲେ।

ପୂର୍ବର ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଓମାନ୍‌କୁ ୧୧-୦ ଓ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିଲା।



from Odisha Reporter https://ift.tt/2PI7xlI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages