୧୫ରେ ପୋଲାଭରମ୍‌ ମାମଲାର ଚୂଡ଼ାନ୍ତ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

୧୫ରେ ପୋଲାଭରମ୍‌ ମାମଲାର ଚୂଡ଼ାନ୍ତ ଶୁଣାଣି

suprem court

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୋଲାଭରମ୍‌ ମାମଲାର ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ମାଗିଥିବା ବ୍ୟାକ୍‌ ୱାଟର୍‌ ଷ୍ଟଡି ରିପୋର୍ଟ ଉପରେ କେନ୍ଦ୍ର ସରକାର ମତ ରଖିଥିଲେ। ଏହାପରେ ଆସନ୍ତା ୧୫ ତାରିଖରେ ପୋଲାଭରମ୍‌ ମାମଲାର ଚୂଡ଼ାନ୍ତ ଶୁଣାଣି କରାଯିବାକୁ କୋର୍ଟ ରାୟ ଦେଇଛନ୍ତି।

ପରିବେଶ ଆଇନ ଉଲ୍ଲଂଘନ ନେଇ ଓଡ଼ିଶାର ଆବେଦନ ଉପରେ ଗତକାଲି କୋର୍ଟ ଶୁଣାଣି କରିଥିଲେ। ପ୍ରକଳ୍ପର ଜଳଧାରଣ କ୍ଷମତା ବୃଦ୍ଧି କରାଯାଇଥିବାରୁ ଆଉ ଥରେ ବ୍ୟାକ୍ ୱାଟର୍‌ ଷ୍ଟଡି କରାଯାଇଥିଲା ନା ନାହିଁ ଜଣାଇବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି କେନ୍ଦ୍ର ତା’ର ପକ୍ଷ ରଖିଥିଲା। ୨୦୧୧ରେ ଗୋପାଳ କୃଷ୍ଣ କମିଟି ବ୍ୟାକ୍ ୱାଟର ଷ୍ଟଡି କରି ରିପୋର୍ଟ ଦେଇଥିବାରୁ ଆଉ ଥରେ ଏହା କରାଯିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଜଣାଇଥିଲେ। ଏହାପରେ କୋର୍ଟ ଆସନ୍ତା ୧୫ ତାରିଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ।



from Odisha Reporter https://ift.tt/2Qqd4x6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages