ରୋହିତଙ୍କୁ ଟେଷ୍ଟ୍‌ ଟିମ୍‌ରେ ନେବା ଉପରେ ଉଠିଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ରୋହିତଙ୍କୁ ଟେଷ୍ଟ୍‌ ଟିମ୍‌ରେ ନେବା ଉପରେ ଉଠିଲା ପ୍ରଶ୍ନ

rohit

ନୂଆଦିଲ୍ଲୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତ। ଏହି ଗସ୍ତ ବେଳେ ଭାରତ ଘରୋଇ ଟିମ୍ ସହିତ ତିନିଟି ଟି-ଟ୍ୱେଣ୍ଟି, ଚାରୋଟି ଟେଷ୍ଟ୍ ଓ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ।
ଟି-ଟ୍ୱେଣ୍ଟି ଓ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟେଷ୍ଟ୍ ଟିମ୍‌ରେ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିଛି।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ୍‌ ଜିତିବା ସତ୍ତ୍ୱେ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଟିମ୍‌ରେ ସାମିଲ କରା ନଯିବାରୁ ଚୟନକର୍ତ୍ତାମାନେ ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ ଏବେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ରୋହିତଙ୍କୁ ଟେଷ୍ଟ୍ ଟିମ୍‌ରେ ସାମିଲ କରାଯାଇଥିବା ବେଳେ, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ବଦ୍ରିନାଥ।
ସେ କହିଛନ୍ତି,“ମୟଙ୍କ ଅଗ୍ରୱାଲଙ୍କୁ ଅଣଦେଖା କରାଯାଇ ରୋହିତଙ୍କୁ ଟେଷ୍ଟ୍ ଟିମ୍‌ରେ ସାମିଲ କରାଯାଇଛି। ୨୦୧୭-୧୮ରେ ଘରୋଇ ମ୍ୟାଚ୍‌ଗୁଡ଼ିକରୁ ମୟଙ୍କ ୧୧୬୦ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ଏକ ତ୍ରିଶତକ ମଧ୍ୟ ରହିଛି। ସେ ନିୟମିତ ରନ୍‌ କରୁଛନ୍ତି ଓ ବଡ଼ ଇନିଂସ୍‌ ଖେଳୁଛନ୍ତି। ନିଜ ପ୍ରଦର୍ଶନ ବଳରେ ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇଥିଲେ। ହେଲେ ତାଙ୍କୁ ଗୋଟିଏ ବି ମ୍ୟାଚ୍‌ ନ ଖେଳାଇ ଟିମ୍‌ରୁ ବାହାର କରି ଦିଆଯାଇଛି। ମୁଁ ଚୟନକର୍ତ୍ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି କି ସେମାନେ କ’ଣ କରୁଛନ୍ତି ? ମୟଙ୍କ ଅଗ୍ରୱାଲଙ୍କୁ କ’ଣ କେବଳ ସନ୍ତୁଷ୍ଟ କରିବା ପାଇଁ ଟିମ୍‌ରେ ନିଆଯାଇଥିଲା ? ଏମିତି କରି ଚୟନକର୍ତ୍ତା କ’ଣ କରିବାକୁ ଚେଷ୍ଟା କରୁଛନ୍ତି?”
ସେ ଆହୁରି କହିଛନ୍ତି ଯେ,“ଦିନିକିଆରେ ରୋହିତ ବହୁତ ଭଲ ଖେଳନ୍ତି। ହେଲେ ଟେଷ୍ଟରେ ସେ ଭଲ ରନ୍‌ କରନ୍ତି ନାହିଁ। ସମସ୍ତେ ଏ କଥା ଜାଣିଛନ୍ତି। ତଥାପି କାହିଁକି ତାଙ୍କୁ ଟେଷ୍ଟ୍ ଟିମ୍‌ରେ ସାମିଲ କରାଯାଇଛି?”
ଦିନିକିଆରେ ରୋହିତଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଇପାରିବ। କିନ୍ତୁ ଟେଷ୍ଟ୍ ମ୍ୟାଚ୍‌ରେ ସେ ସଫଳ ହୋଇପାରି ନାହାନ୍ତି ବୋଲି ବଦ୍ରିନାଥ କହିଛନ୍ତି।

ରୋହିତଙ୍କୁ ଟେଷ୍ଟ୍ ଟିମ୍‌ରେ ସାମିଲ କରାଯିବା ନେଇ ଚୟନକର୍ତ୍ତା କମିଟି ମୁଖ୍ୟ ଏମ୍‌.ଏସ୍‌.କେ ପ୍ରସାଦ କହିଥିଲେ ଯେ ରୋହିତଙ୍କ ବ୍ୟାକ୍‌ଫୁଟ୍‌ ଖେଳ ପାଇଁ ଅଷ୍ଟ୍ରେଲିଆ ପିଚ୍ ବେଶ୍‌ ଅନୁକୂଳ। ସେଥିପାଇଁ ତାଙ୍କୁ ଟିମ୍‌ରେ ସ୍ଥାନ ମିଳିଛି।

ସୂଚନାଯୋଗ୍ୟ, କିଛି ଦିନ ପରେ ନ୍ୟୁଜିଲ୍ୟାଣ୍ଡ ଏ’ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ପାଇଁ ମୟଙ୍କ ଅଗ୍ରୱାଲଙ୍କୁ ଭାରତୀୟ ଏ’ ଟିମ୍‌ରେ ସାମିଲ କରାଯାଇଛି।



from Odisha Reporter https://ift.tt/2RiCtJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages