୪୪ ବର୍ଷରେ ବିଶ୍ୱର ୬୦% ପଶୁପକ୍ଷୀଙ୍କୁ ହତ୍ୟା କରିଛି ମଣିଷ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

୪୪ ବର୍ଷରେ ବିଶ୍ୱର ୬୦% ପଶୁପକ୍ଷୀଙ୍କୁ ହତ୍ୟା କରିଛି ମଣିଷ!

ନୂଆଦିଲ୍ଲୀ: ନିଜ ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ଯାଇ ମଣିଷ ପରିବେଶର ସନ୍ତୁଳନ ରକ୍ଷା କରୁଥିବା ଜୀବ ଜନ୍ତୁ, ପଶୁ ପକ୍ଷୀଙ୍କ ଜୀବନ ନେଉଛି।

୧୯୭୦ ମସିହାରୁ ୨୦୧୪ ମସିହା, ଏହି ୪୪ ବର୍ଷ ମଧ୍ୟରେ ସାରା ମଣିଷ ସମାଜ ବିଶ୍ୱର ୬୦ ପ୍ରତିଶତ ପଶୁ, ପକ୍ଷୀ, ମାଛ ଓ ବିଭିନ୍ନ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମାରି ସଫା କରି ଦେଇଛି। ୱାର୍ଲ୍‌ଡ୍‌ ୱାଇଲ୍‌ଡ୍ ଲାଇଫ୍ ଫଣ୍ଡ୍‌( ଡବ୍ଲ୍ୟୁଡବ୍ଲ୍ୟୁଏଫ୍)ର ଲିଭିଙ୍ଗ୍‌ ପ୍ଲାନେଟ୍‌ ରିପୋର୍ଟ -୨୦୧୮ର ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

ରିପୋର୍ଟ ମୁତାବକ, ବିଶ୍ୱବ୍ୟାପୀ ବଢୁଥିବା ଜନସଂଖ୍ୟା ଏବଂ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗୁ ସ୍ତନ୍ୟପାୟୀ ପ୍ରାଣୀଙ୍କ ସମେତ ବହୁ ପ୍ରଜାତିର ପଶୁ, ପକ୍ଷୀ ଓ ଆଦି ସୃଷ୍ଟିର ବହୁ ଜୀବ ଅକାଳରେ ଧ୍ୱଂସ ପାଉଛନ୍ତି। ପରିବେଶରେ ସନ୍ତୁଳନ ଦୃଷ୍ଟିରୁ ଏହା ବେଶ୍ ଗମ୍ଭୀର ହୋଇଥିଲେ ହେଁ ମଣିଷ ଏହି ଉଦ୍‌ବେଗଜନକ ସମସ୍ୟା ପ୍ରତି ଆଖି ବୁଜି ଦେଇଛି।

ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଅଧିକାରୀଙ୍କ କହିବା ଅନୁସାରେ, “ଏପରି କରିବା ଦ୍ୱାରା ଆମେ ଆମ ନିଜର ଅବକ୍ଷୟ ଡାକି ଆଣୁଛେ ଏବଂ ସବୁ ଜାଣି ମଧ୍ୟ ନ ଜାଣିବା ପରି ନିଜକୁ ଧ୍ୱଂସ ଆଡ଼କୁ ଟାଣି ନେଉଛେ।”



from Odisha Reporter https://ift.tt/2PquNb9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages