ମାସକ ମଧ୍ୟରେ ମହିନ୍ଦ୍ରା ମାରାଜ୍ଜୋର ୧୦ ହଜାର ୟୁନିଟ୍ ବୁକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ମାସକ ମଧ୍ୟରେ ମହିନ୍ଦ୍ରା ମାରାଜ୍ଜୋର ୧୦ ହଜାର ୟୁନିଟ୍ ବୁକ୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିକଟରେ ପ୍ରମୁଖ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ବଜାରକୁ ଆଣିଥିବା ‘ମାରାଜ୍ଜୋ’ ମଡେଲ୍ ଖୁବ୍ କମ୍ ଦିନ ଭିତରେ ବେଶ୍ ଲୋକାଦୃତ ହୋଇ ପାରିଛି। ୮ସିଟ୍ ବିଶିଷ୍ଟ ଏହି ଯାନ ବଜାରକୁ ଆସିବାର ମାସକ ମଧ୍ୟରେ ପ୍ରାୟ ୧୦,୦୦୦ରୁ ଊର୍ଦ୍ଧ୍ୱ ଗ୍ରାହକ ଏହି ଗାଡ଼ି ବୁକ୍ କରି ସାରିଛନ୍ତି । ଶୁକ୍ରବାର କମ୍ପାନୀ ପକ୍ଷରୁ ଏହା ଘୋଷଣା କରାଯାଇଛି।

ଏ ସମ୍ପର୍କରେ କମ୍ପାନୀର ଅଟୋମୋଟିଭ୍ କ୍ଷେତ୍ରର ମୁଖ୍ୟ (ସେଲ୍ ଆଣ୍ଡ୍ ମାର୍କେଟିଂ) ବିଜୟ ନାକ୍ରା କହିଛନ୍ତି, ଗ୍ରାହକଙ୍କ ଦ୍ୱାରା ‘ମାରାଜ୍ଜୋ’ ଯେଉଁ ମାତ୍ରାରେ ଆଦୃତ ହୋଇଛି ତାହା ମହିନ୍ଦ୍ରାର ବ୍ରାଣ୍ଡ୍ ଭାଲ୍ୟୁକୁ ବୃଦ୍ଧି କରିଛି। ଏହାକୁ କମ୍ପାନୀ ମଲ୍ଟି ପର୍ପଜ୍ ଭେଇକିଲ୍(ଏମ୍‌ପିଭି) ବର୍ଗରେ ରଖିଥିବା ବେଳେ ଏହାର ବଜାର ଦର ୯.୯୯ ଲକ୍ଷରୁ ୧୩.୯୦ ଲକ୍ଷ ଟଙ୍କା ରହିଛି।

କମ୍ପାନୀ ପ୍ରକାଶ କରିଛି ଯେ ମହିନ୍ଦ୍ରା ସ୍କର୍ପିୟୋ ପରି ମାରାଜ୍ଜୋ ମଧ୍ୟ ଗେମ୍ ଚେଞ୍ଜର ଭୂମିକା ନିର୍ବାହ କରିବ। ଓଡ଼ିଶାରେ ଥିବା ମହିନ୍ଦ୍ରାର ପ୍ରମୁଖ ସ୍ୱୀକୃତିପ୍ରାପ୍ତ ଡିଲର୍ସ ପଏଣ୍ଟ୍ ଆଦିତ୍ୟ ମୋଟର୍ସଠାରେ ‘ମାରାଜ୍ଜୋ’ର ବୁକିଂ ସୁବିଧା ରହିଛି ବୋଲି ଏହାର ଏମଡି ଆଦିତ୍ୟ ପାତ୍ର ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2yRsenV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages