
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରେମ କରୁଥିଲେ। ହେଲେ ଏମିତି କିଛି ହେଲା ପ୍ରେମିକାର ଜୀବନ ନେଇଗଲା ପ୍ରେମିକ। ପ୍ରେମିକାକୁ ମାରିବା ପରେ ଏକ ପରିତ୍ୟକ୍ତ କୂଅରେ ମୃତଦେହକୁ ଫିଙ୍ଗି ଦେଲା। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତରେ।
ପ୍ରେମ ଜନିତ କାରଣରୁ ଅଭିଯୁକ୍ତ ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ କଲେଜ ଛାତ୍ରୀ ହେଲେ ଭବାନୀ ବେହେରା। ଭବାନୀଙ୍କ ଘର ପୁରୀ ଜିଲ୍ଲାରେ। ସେ ତାଙ୍କ ଅଜା ଘରେ ରହି ପାଠ ପଢୁଥିଲେ।
ହତ୍ୟା କରିବା ପରେ ଅଭିଯୁକ୍ତ ଗୌତମ ପ୍ରଧାନ ଜରଡ଼ା ଥାନାରେ ଆତ୍ମସମର୍ପଣ କରିଛି। ପଚରାଉଚରାରୁ ପରେ ଅଭିଯୁକ୍ତର ବୟାନ ଅନୁସାରେ ପୁଲିସ୍ ମୃତ ଛାତ୍ରୀଙ୍କ ଶବ ସୁରଙ୍ଗୀ ଓ କେଶପୁର ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି।
ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପୁଲିସ କହିଛି।
from Odisha Reporter https://ift.tt/2JaXSlj
No comments:
Post a Comment