ମଲାଇକାଙ୍କ ୬ଟି ବିୟୁଟି ଟିପ୍‌ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ମଲାଇକାଙ୍କ ୬ଟି ବିୟୁଟି ଟିପ୍‌ସ୍‌

malaika

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ ‘ମୁନ୍ନି’ ମଲାଇକା ଆରୋରା ଖାନ୍‌ ଅନେକ ଭାରତୀୟ ଯୁବତୀଙ୍କ ପାଇଁ ଜଣେ ଷ୍ଟାଇଲ୍‌ ଆଇକନ୍‌। ତାଙ୍କ ସ୍ଲିମ୍‌ ଫିଜିକ୍‌ ଏବଂ ସୁନ୍ଦର ଚେହେରା ପଛର ରହସ୍ୟ କ’ଣ, ତାହା ଜାଣିବା ପାଇଁ ପ୍ରାୟ ସମସ୍ତେ ଆଗ୍ରହୀ। ଏପରି ରହସ୍ୟ ଉପରୁ ପରଦା ହଟାଇବା ସହ ଅତୁଟ ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପଚାରରେ ତ୍ୱଚାର କେମିତି ଯତ୍ନ ନେଇହେବ ସେ ସମ୍ପର୍କରେ ମଲାଇକା କିଛି ଟିପ୍‌ସ୍‌ ମଧ୍ୟ ଦେଇଛନ୍ତି।
ମଲାଇକାଙ୍କ କହିବା ଅନୁଯାୟୀ, କିଛି ଲୋକ ତାଙ୍କୁ ପଚାରନ୍ତି ଯେ ବିନା ମେକ୍‌ଅପ୍‌ରେ ତାଙ୍କ ଗାଲ କିପରି ଗୋଲାପୀ ଦେଖାଯାଉଛି। ଏହାର କାରଣ ହେଉଛି ବିଟ୍‌।
ବିଟ୍‌: ମଲାଇକା ମୁହଁରେ ବିଟ୍‌ ଲଗାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ବିଟ୍‌କୁ କାଟି ଆପଣ ମଧ୍ୟ ମୁହଁରେ ଧୀରେ ଧୀରେ ଘଷି ପାରିବେ। ଏହାଦ୍ୱାରା ତ୍ୱଚା ଉଜ୍ୱଳ ରହେ।
ପଇଡ଼ ନାଳି: ପଇଡ଼ ଶରୀର ପାଇଁ ଯେପରି ହିତକର, ତ୍ୱଚା ପାଇଁ ମଧ୍ୟ ସେହିପରି ଲାଭଦାୟକ। କିନ୍ତୁ ମଲାଇକାଙ୍କ କହିବା ଅନୁଯାୟୀ, ପଇଡ଼ ନାଳିକୁ ମୁହଁରେ ଲଗାନ୍ତୁ। ଏହ ତ୍ୱଚାକୁ ଉଜ୍ୱଳ ରଖିବ। ଏଥିସହ ଆପଣ ଚାହିଁଲେ, ସେହି ନାଳିକୁ କେଶରେ ମଧ୍ୟ ଲଗାଇ ପାରିବେ।
ଟମାଟୋ: ଟମାଟୋକୁ କାଟି ମୁହଁରେ ଧୀରେ ଧୀରେ ଘଷନ୍ତୁ। ନହେଲେ ଆପଣ ଟମାଟୋକୁ ଗ୍ରାଇଣ୍ଡିଂ କରି ଏହାର ରସକୁ ମଧ୍ୟ ମୁହଁରେ ଲଗାଇ ପାରିବେ।
ଲେମ୍ବୁ: ଲେମ୍ବୁକୁ କାଟି ଆଣ୍ଠୁ ଏବଂ କହୁଣୀରେ ଘଷନ୍ତୁ, ଏହାଦ୍ୱାରା କଳା ଦାଗ ଚାଲିଯିବ।
ଲେମ୍ୱୁ ରସ ଏବଂ ମହୁ:  ଲେମ୍ବୁ ରସ ସହ ମହୁକୁ ଗୋଳାଇ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ।
ବେରି: ବେରି ଖାଇବା ଏବଂ ଏହାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ରହିଥାଏ।



from Odisha Reporter https://ift.tt/2QDDw6G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages