୨୪ ଘଣ୍ଟାରେ ୩ ଏନ୍‌କାଉଣ୍ଟର, ୮ ଆତଙ୍କୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

୨୪ ଘଣ୍ଟାରେ ୩ ଏନ୍‌କାଉଣ୍ଟର, ୮ ଆତଙ୍କୀ ନିହତ

ଶ୍ରୀନଗର: ଗୁରୁବାର ୩ଟି ପୃଥକ ସ୍ଥାନରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ୬ ଜଣ ଆତଙ୍କୀ ନିହତ ହୋଇଛନ୍ତି ଏବଂ ୨ ଜଣ ଯବାନ ସହିଦ ହୋଇଛନ୍ତି। ବାରମୁଲ୍ଲା ଅଞ୍ଚଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନନ୍ତନାଗ ଅଞ୍ଚଳରେ ଯବାନଙ୍କୁ ୪ ଆତଙ୍କୀଙ୍କ ଜୀବନ ନେବାର ସଫଳତା ମିଳିଛି। ସେହିଭଳି ସୋପୋର୍‌ ସହରରେ ୨ ଜଣ ଆତଙ୍କୀଙ୍କୁ ହତ୍ୟା କରାଯାଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସେଠାରେ ଏନ୍‌କାଉଣ୍ଟର ଚାଲୁ ରହିଛି।

ସେହିଭଳି ତ୍ରାଲ୍‌ଠାରେ ସେନା କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ୱାର୍ଡ ଡ୍ୟୁଟିରେ ଥିବା ଯବାନ ନାଗମ୍‌ ସିଆମିଲ୍ୟାନ୍‌ ନିହତ ହୋଇଥିବାବେଳେ ଆଉ ଜଣେ ଗୁରୁତରଭାବେ ଆହତ ହୋଇଛନ୍ତି। ଅର୍ଥାତ ବର୍ତ୍ତମାନ ସୁଦ୍ଧା ୨ ଜଣ ଯବାନ ସହିଦ ହୋଇସାରିଛନ୍ତି।

ଉତ୍ତର କଶ୍ମୀରରେ ବାରମୁଲ୍ଲା ଜିଲ୍ଲାର ଅଥୂରା ଗାଁରେ ଆତଙ୍କୀ ଲୁଚିଥିବାର ଖବର ପାଇବା ପରେ ସୁରକ୍ଷାକର୍ମୀ ଏହି ଗାଁକୁ ଘେରି ଯାଇଥିଲେ। ସେମାନେ ସେନା ଉପସ୍ଥିତି ଜାଣି ଖସିବାପାଇଁ ଅତର୍କିତ ଗୁଳି ବର୍ଷଣ କରିଥିଲେ, ଯାହାଫଳରେ ୨ ଜଣ ଆତଙ୍କୀ ପ୍ରାଣ ହରାଇଥିଲେ। ଏହି ଦୁଇଜଣ ସ୍ଥାନୀୟ ବାସିନ୍ଦା, କିନ୍ତୁ କେଉଁ ଆତଙ୍କୀ ସଂଗଠନ ସହିତ ଜଡ଼ିତ ଥିଲେ ତାହା ଜଣାପଡ଼ିନାହିଁ।

ସେହିଭଳି ଦକ୍ଷିଣ କଶ୍ମୀରରେ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍‌ରେ ଅରୱାନୀ ଗାଁରେ କିଛି ଆତଙ୍କୀ ଲୁଚିଥିବା ଖବର ପାଇ ସେନା ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ‍ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବର୍ଷଣ ହେବାରୁ ଏହି ଘଟଣାରେ ୪ ଆତଙ୍କୀ ନିହତ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଆତଙ୍କୀର ନାମ ସାହିଲ୍‌ ମାକ୍‌ରୁ ବୋଲି ଜଣାଯାଇଛି। ଘଟଣାସ୍ଥଳରୁ ୩ଟି ଏକେ-୪୭ ଜବତ କରାଯାଇଛି ଏବଂ ଅନ୍ୟମାନଙ୍କୁ ଏଯାଏ ଚିହ୍ନଟ କରାଯାଇପାରିନାହିଁ। ଅର୍‌ୱାନୀ ଗାଁରେ ସେନାର ସଫଳ ମିଶନ୍‌ ପରେ ବିକ୍ଷୋଭକାରୀ ଢେଲାମାଡ଼ ଆରମ୍ଭ କରିଥିଲେ। ଏହାକୁ ଦମନ କରିବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲେ।



from Odisha Reporter https://ift.tt/2O8h4Rk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages