ଧାଡ଼ିଦର୍ଶନକୁ ବିରୋଧ, କାଲି ପୁରୀ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଧାଡ଼ିଦର୍ଶନକୁ ବିରୋଧ, କାଲି ପୁରୀ ବନ୍ଦ

Jagannath-Temple

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଧାଡ଼ିଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। ବ୍ୟବସ୍ଥା ଲାଗୁ ହେବାର ଦ୍ୱିତୀୟ ଦିନରେ ମଧ୍ୟ ଭକ୍ତ ଓ ସେବାୟତ ଏହାକୁ ଜୋରଦାର ବିରୋଧ କରିଛନ୍ତି। ମଙ୍ଗଳ ଆଳତୀ ଦେଖିବା ଲାଗି ଗତକାଲି ପରି ଆଜି ମଧ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଧସେଇ ପଶିଥିଲେ। ଅବଶ୍ୟ ପରେ ଶୃଙ୍ଖଳିତ ଭାବେ ଧାଡ଼ିଦର୍ଶନ ଆରମ୍ଭ ହୋଇଥିଲା।

ଦର୍ଶନରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଧାଡ଼ି ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି। ଏପରିକି ତିନିଦ୍ୱାର ବନ୍ଦ କରିବା ନିଷ୍ପତ୍ତି ପରମ୍ପରାକୁ କ୍ଷୂଣ୍ଣ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏହି ଧାଡ଼ିଦର୍ଶନ ବ୍ୟବସ୍ଥା ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆସନ୍ତାକାଲି ପୁରୀ ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକଙ୍କୁ ମାଡ଼, ରତ୍ନଭଣ୍ଡାର ଚାବି ହଜିବା ଓ ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା କହିଛି।

ତିନିଦ୍ୱାର ବନ୍ଦ ବ୍ୟବସ୍ଥାକୁ ଦୃଢ ବିରୋଧ କରିଛନ୍ତି ସେବାୟତ। ଯଦି ତିନିଦ୍ୱାରକୁ ବନ୍ଦ କରାଯାଏ, ତାହାହେଲେ ହଜାର ହଜାର ଭକ୍ତ ଧସେଇ ପଶିବେ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତ।



from Odisha Reporter https://ift.tt/2NWYpg9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages