ସାମ୍ବାଦିକଙ୍କୁ ପିଟିପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ସାମ୍ବାଦିକଙ୍କୁ ପିଟିପିଟି ହତ୍ୟା

ରାଞ୍ଚି: ପ୍ରତିଷ୍ଠିତ ହିନ୍ଦୀ ଦୈନିକ ‘ଆଜ୍’ର ଜଣେ ସାମ୍ବାଦିକଙ୍କୁ ଝାରଖଣ୍ଡର ଛତ୍ରା ଜିଲ୍ଲାରେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ନାଁ ଚନ୍ଦନ ତିୱାରୀ। ଏହି ଘଟଣା ପୂର୍ବରୁ ଅନେକ ଦିନ ଧରି ଚନ୍ଦନଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍‌ ଆସୁଥିଲା। ଏପରି କି ସୋମବାର ଦିନ ପାତାଲଗଡ଼ରୁ ଚନ୍ଦନଙ୍କୁ ଦୁର୍ବୃତ୍ତମାନେ ଅପହରଣ ମଧ୍ୟ କରିନେଇଥିଲେ।

ପୁଲିସ୍‌ର ସୂଚନା ଅନୁଯାୟୀ, ବଲଥର ଜଙ୍ଗଲ ନିକଟରେ ଗୁରୁତର ଆହତ ଅବସ୍ଥାରେ ପଡିଥିବା ଚନ୍ଦନଙ୍କୁ ଆଜି ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

‘ଆଜ୍’ର ଆବାସିକ ସମ୍ପାଦକ କହିଛନ୍ତି, “ ଆମ ପ୍ରତିନିଧିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଚନ୍ଦନ ଏପ୍ରିଲ ମାସରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ପୁଲିସ୍‌କୁ କହିଥିଲେ ହେଁ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯାଇ ନଥିଲା। ଏବେ ପୁଲିସ୍‌ ଏସ୍‌ଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି। ହେଲେ ତାଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ମିଳିବା ଦରକାର।”

ପୂର୍ବରୁ ୨୦୧୬ରେ ମଧ୍ୟ ଛତ୍ରା ଜିଲ୍ଲାରେ ଜଣେ ହିନ୍ଦୀ ଖବରକାଗଜର ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା।



from Odisha Reporter https://ift.tt/2PsvJM6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages