କାହିଁକି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ମନେରଖିବ ନ୍ୟାୟପାଳିକା ଇତିହାସ ? ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

କାହିଁକି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ମନେରଖିବ ନ୍ୟାୟପାଳିକା ଇତିହାସ ? ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ନ୍ୟାୟପାଳିକା ଇତିହାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅନେକ ମୁଖ୍ୟ ବିଚାରପତିଙ୍କୁ ଦେଖିଥିବା। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ୧୩ ମାସିଆ କାର୍ଯ୍ୟକାଳ ଥିଲା ବେଶ ଚର୍ଚ୍ଚିତ। କେତୋଟି ଐତିହାସିକ ରାୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ବିରୋଧରେ ଅନ୍ୟ ବିଚାରପତିଙ୍କ ବିଦ୍ରୋହ ସଦୃଶ ସାମ୍ବାଦିକ ସମ୍ମିଲନୀ ସେତିକି ବିବାଦୀୟ ଓ ବିତର୍କିତ ଥିଲା।

ସେହିପରି ତାଙ୍କ ବିରୋଧରେ କଂଗ୍ରେସ ଆଣିଥିବା ମହାଭିଯୋଗ ଏବଂ ଶେଷରେ ତାହା ଖାରଜ୍‌ ହେବା ଘଟଣା  ଦେଶବ୍ୟାପୀ ବେଶ ହଇଚଇ ସୃଷ୍ଟି କରିଥିଲା। ତଥାପି ତାଙ୍କ କାର୍ଯ୍ୟକାଳ ଭିତରେ ସେ ସାମ୍ୱିଧାନିକ ପଦ ମର୍ଯ୍ୟାଦା ରକ୍ଷା ସାଙ୍ଗକୁ କିପରି ନୀତି ଓ ପରମ୍ପରାର ପାଳନ ହେବ ତାହା ଉପରେ ଜୋର ଦେଇ ଆସିଛନ୍ତି। ପ୍ରଧାନ ବିଚାରପତି ପଦରୁ ଆସନ୍ତାକାଲି ଅବସର ନେବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ବିଦାୟୀ ଭାଷଣ ଦେଇଛନ୍ତି ଜଷ୍ଟିସ ମିଶ୍ର।

ଜଷ୍ଟିସ ମିଶ୍ରଙ୍କ ଏହି ୧୩ ମାସ କାର୍ଯ୍ୟକାଳରେ ସର୍ବୋଚ୍ଚ ନ୍ୟାୟାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛି ଯାହା ଇତିହାସରେ ଲିପିବଦ୍ଧ ହୋଇ ରହିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ରାୟ ସମ୍ପର୍କରେ।

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ଓ ‘ଆଧାର’ ବୈଧ ହୋଇଥିବା ନେଇ ରାୟ, ଅଯୋଧ୍ୟା ମାମଲାର ରାୟ ସଂରକ୍ଷିତ ରଖିବା, ନିର୍ଭୟା ବଳାତ୍କାର ମାମଲାରେ ଫାଶୀ ଦଣ୍ଡାଦେଶକୁ କାଏମ ରଖିବା, ସରକାରୀ ଚାକିରିରେ ଅବସ୍ଥାପିତ ଏସ୍‌ସି ଏସ୍‌ଟିଙ୍କ ପଦୋନ୍ନତି ସଂରକ୍ଷଣ ଲାଗୁ କରିବା ନେଇ ହୋଇଥିବା ପୁନର୍ବିଚାର ଆବେଦନକୁ ଖାରଜ କରିବା, ବ୍ୟଭିଚାର ଆଇନ୍ (୪୯୭) ଉଚ୍ଛେଦ କରି ମହିଳାଙ୍କୁ ଅଧିକାର ଦେବା ଓ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ଲାଗି ରହିଥିବା କଟକଣା ହଟିବା ଆଦି ରାୟ ସ୍ମରଣୀୟ ହୋଇ ରହିବ।

ସେହିପରି ଦିଲ୍ଲୀର କେଜ୍ରିୱାଲ୍ ସରକାର ଏବଂ କେନ୍ଦ୍ରର ସରକାରଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଜାରି ରହିଥିବା ଟଣାଓଟରାକୁ ତାଙ୍କ ଦ୍ୱାରା ଗଠନ କରାଯାଇଥିବା ସାମ୍ବିଧାନିକ ପୀଠ ଦ୍ୱାରା ଦୂର କରାଯାଇ ପାରିଥିଲା।

ବିଦାୟୀ ଭାଷଣ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଆସନ୍ତାକାଲି କାର୍ଯ୍ୟକାଳ ସରୁଛି। ତା’ ପୂର୍ବରୁ ଆଜି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ ଦ୍ୱାରା ଆୟୋଜିତ ଏହି ସଭାରେ ନ୍ୟାୟିକ ସ୍ୱାଧୀନତାର ମହତ୍ତ୍ୱ ରହିଛି ଏବଂ ଏହା ସଦାସର୍ବଦା ରହିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି।

ଏହି ଅବସରରେ ସେ ନିଜର ବିଦାୟ କାଳୀନ ଅଭିଭାଷଣ ରଖି କହିଛନ୍ତି, ସେ କେବେ କୌଣସି ବ୍ୟକ୍ତିର ପ୍ରତିଷ୍ଠା ବା ପୃଷ୍ଠଭୂମି ଦେଖି ବିଚାର କରିନାହାନ୍ତି । କେବଳ ଅଭିଯୁକ୍ତଙ୍କ ବିରୋଧରେ ଆଗତ ଅଭିଯୋଗକୁ ଦେଖି ସର୍ବଦା ସେ ବିଚାର କରିଛନ୍ତି।

ଆସନ୍ତା ୩ ତାରିଖରେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।



from Odisha Reporter https://ift.tt/2DW0IMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages