୪ ବର୍ଷର ଭାଇକୁ ତଣ୍ଟି ଚିପି ମାରି ଦେଲେ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

୪ ବର୍ଷର ଭାଇକୁ ତଣ୍ଟି ଚିପି ମାରି ଦେଲେ ଯୁବତୀ

70

ଚଣ୍ଡିଗଡ଼: ପଞ୍ଜାବର ଲୁଧିଆନାରେ ରହନ୍ତି ରେଣୁ କନୌଜିଆ। ତାଙ୍କୁ ୧୯ ବର୍ଷ ହୋଇଛି। ତାଙ୍କୁ ପୁଲିସ୍ ଗିରଫ କରିଛି। କାରଣ ସେ ତାଙ୍କ ୪ ବର୍ଷର ସାନ ଭାଇକୁ ମାରି ଦେଇଛନ୍ତି। କିଛି ଦିନ ତଳେ ସେ ତାଙ୍କ ଭାଇକୁ ମାରି ଏକ ବସ୍ତାରେ ଶବକୁ ପୂରାଇ ଦେଇଥିଲେ। ମୃତକଙ୍କ ନାଁ ଅଂଶ କନୌଜିଆ।

ତେବେ ସେ ତାଙ୍କର ୪ ବର୍ଷର ଭାଇକୁ କାହିଁକି ମାରି ଦେଲେ? ଛୁଆଟିର କ’ଣ ଦୋଷ ଥିଲା?

ଏ ପ୍ରଶ୍ନର ଉତ୍ତର ରେଣୁ ଦେଇଛନ୍ତି। ସେ ଜଣେ ପୁଅକୁ ଭଲ ପାଉଥିଲେ। ଏ କଥା ଭାଇ ଅଂଶ ତାଙ୍କ ବାପାମା’ଙ୍କୁ କହି ଦେଇଥିଲେ। ଆଉ ଏଥିପାଇଁ ସେ ରାଗି ଯାଇ ଅଂଶକୁ ମାରି ଦେଇଥିଲେ।

ପୁଲିସ୍‌ର ପଚରାଉଚରା ବେଳେ ରେଣୁ କହିଥିଲେ ଯେ ସେ ଯେଉଁ ଦିନ ଅଂଶକୁ ମାରିଲେ, ତା’ର ୧୫ ଦିନ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୬ ତାରିଖରେ ରେଣୁ ତାଙ୍କ ଭାଇକୁ ତଣ୍ଟି ଚିପି ମାରି ଦେଇଥିଲେ। ସେତେବେଳେ ବାପାମା’ ଘରେ ନଥିଲେ।

ଅଂଶକୁ ମାରିଥିବାରୁ ରେଣୁ ଆଦୌ ପଶ୍ଚାତାପ କରୁ ନାହାନ୍ତି। ବରଂ ସେ କହିଛନ୍ତି ଯେ ତାଙ୍କ ପ୍ରେମ ସଂପର୍କରେ ଅଂଶ ବାଧା ଦେଇଥିଲା।



from Odisha Reporter https://ift.tt/2Cb2OFa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages