ସାଂସଦ ଓ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ସାଂସଦ ଓ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ଦାମ

dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବର୍ଷିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଏଥର ବିଜେଡି ସାଂସଦ କୁଳମଣି ସାମଲ ଓ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପରେ ବର୍ଷିଛନ୍ତି।

କୁଜଙ୍ଗରେ ପୁଲିସ୍ ଛାଉଣୀ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସେ ସମାଲୋଚନା କରିଛନ୍ତି।
ସେ କହିଥିଲେ,“ଏତେ ସଂଖ୍ୟାରେ ପୁଲିସ୍ ମୋ ପାଇଁ ଆସିଥିଲେ ନା ମନ୍ତ୍ରୀଙ୍କ ପାଇଁ ତାହା ମୁଁ ଜାଣି ନାହିଁ।”

ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳା ଲାଗି ପୁଲିସ୍ ନିଜ ତରଫରୁ ପଦକ୍ଷେପ ନେଇଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।

ଏଥିସହ ଜଗତସିଂହପୁର ସାଂସଦ କୁଳମଣି ସାମଲଙ୍କ ଉପରେ ମଧ୍ୟ ଦାମ ବର୍ଷିଥିଲେ।

ସେ କହିଥିଲେ,“୫ ବର୍ଷ ପୂରିବାକୁ ଯାଉଥିବା ବେଳେ ସାଂସଦ ଲୋକଙ୍କ ପାଇଁ କ’ଣ କାମ କରିଛନ୍ତି? ପାରାଦୀପ ଶିଳ୍ପ କାରଖାନାରେ କେତେ ଜଣ ଜମିହରାଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସେ ସଂସଦରେ କେତେଥର ପ୍ରସଙ୍ଗ ଉଠାଇଛନ୍ତି।”

ତେବେ ସାଂସଦ କୁଳମଣି ସାମଲ ଓଲଟା ଦାମଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,“୪୦ ବର୍ଷ ଧରି ସେ କ୍ଷମତାରେ ଥାଇ କ’ଣ କରିଛନ୍ତି?”



from Odisha Reporter https://ift.tt/2PF9LlG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages